Konark Dance Festival Inaugurated, ନିମାପଡ଼ା :ଉଦଘାଟିତ ହୋଇଯାଇଛି 35ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ 2024 । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ସନ୍ଧ୍ୟାରେ ଶାସ୍ତ୍ରୀୟ, ଓଡ଼ିଶୀ ଏବଂ କଥକ ନୃତ୍ୟରେ ପୁରାଣ ଏବଂ ଶାସ୍ତ୍ରୀୟତାର ଭାବବେଗକୁ ନେଇ ଗୁଞ୍ଜରିତ ହୋଇଥିଲା ମୁକ୍ତାକାଶ ରଙ୍ଗମଞ୍ଚ ।
ନୃତ୍ୟ ଓ ସଙ୍ଗୀତରେ ଝୁମିଲେ ଦର୍ଶକ:
କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲାମଞ୍ଚରେ ଭୁବନେଶ୍ୱର ଉତ୍କଳସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁଗୁରୁ ଲିଙ୍ଗରାଜ ପ୍ରଧାନ, ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ଓଡିଶୀ ନୃତ୍ୟ । ଏହା ଶଙ୍କରଚାର୍ଯ୍ୟଙ୍କ ଦ୍ଵାରା ରଚୟିତ ଶ୍ରୀଜଗନ୍ନାଥ ଅଷ୍ଟମ ସ୍ତୁତିରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର ମାଲତିଶ୍ୟାମ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ "ନର୍ତ୍ତନମଞ୍ଜରୀ" ମନଛୁଆଁ ନୃତ୍ୟ ପରିବେଷଣ କରାଯାଇଥିଲା । ଶାସ୍ତ୍ରୀୟଭିତିରେ ଛନ୍ଦ, ଲୟ, ଗତିକୁ ନେଇ ଈଶ୍ୱର ଓ ଭକ୍ତଙ୍କ ମଧ୍ୟରେ ଥିବା ଅନନ୍ତ ବନ୍ଧନକୁ ନେଇ ପ୍ରେମ, ଆତ୍ମ ସମର୍ପଣ, ଓ ଆଧ୍ୟାତ୍ମିକ ପୂର୍ଣ୍ଣତାକୁ ନେଇ ପରିବେଷଣ କରିଥିଲେ ଚମତ୍କାର ନୃତ୍ୟ । କଥକ ନୃତ୍ୟ ଶିଳ୍ପୀମାନଙ୍କ ନିଖୁଣ ନୃତ୍ୟ ପରିବେଷଣ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।
ଏହା ମଧ୍ୟ ପଢନ୍ତୁ-ଦୁଲୁକିବ ଅର୍କକ୍ଷେତ୍ର, କୋଣାର୍କ ମହୋତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଏହା ମଧ୍ୟ ପଢନ୍ତୁ-କାଲିଠୁ ଦୁଲୁକିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ