କେନ୍ଦ୍ରାପଡା:ବିଦ୍ୟାଳୟ ପରିସରରେ ଉତ୍ତେଜନା । ଛୁରାମାଡରେ ଛାତ୍ର ଆହତ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରା ମାରିଥିବା ନେଇ ଅଭିଯୋଗ ହୋଇଥିଲା ।
ଛାତ୍ରଙ୍କୁ ଛୁରାମାଡ:
ବିଦ୍ୟାଳୟ ପରିସରରେ ଛାତ୍ରର ଛୁରାମାଡରେ ଅନ୍ୟ ଜଣେ ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଘଟିଛି ଏଭଳି ଘଟଣା । ମଧ୍ୟାହ୍ନ ଭୋଜନ ବିରତି ଚାଲୁଥିବା ସମୟରେ ଦୁଇ ଛାତ୍ରଙ୍କ ମଧ୍ୟରେ ଏପରି ଛୁରାମାଡ ଘଟଣା ଘଟିଥିଲା । ସୂଚନା ଅନୁଯାୟୀ, ଆଜି ବିଦ୍ୟାଳୟର କ୍ଳାସ ଚାଲିଥିବାବେଳେ ଉଭୟ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଶିକ୍ଷକ ଆସି ଦୁହିଁଙ୍କୁ ଆକଟ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ହେଲେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଛନ୍ତି ।