ଓଡିଶା

odisha

ETV Bharat / state

ସରିଲା ଖଣ୍ଡଗିରି ମାଘ ମେଳା, ଦୁଲୁକୁଛି ଯାତ୍ରା ମଞ୍ଚ - KHANDAGIRI MELA 2025

ଭୁବନେଶ୍ବର ଖଣ୍ଡଗିରି ମାଘ ମେଳା ଉଦଯାପିତ । ଫେବୃଆରୀ ୧୭ ଯାଏଁ ଚାଲିବ ଯାତ୍ରା ମହାକୁମ୍ଭ ।

KHANDAGIRI MELA 2025
KHANDAGIRI MELA 2025 (ETV Bharat Odisha)

By ETV Bharat Odisha Team

Published : Feb 13, 2025, 12:39 PM IST

ଭୁବନେଶ୍ବର:ଶେଷ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ୯ ଦିନ ଧରି ଚାଲିଥିବା ଖଣ୍ଡଗିରି ମାଘ ମେଳା ଗତକାଲି (ବୁଧବାର) ଶେଷ ହୋଇଛି । ୩ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାବେଶ ହୋଇଥିବା ବେଳେ ପୂର୍ଣ୍ଣାହୁତିରେ କମ୍ପିଲା ସାରା ପରିବେଶ । ସେପଟେ ଯାତ୍ରା କଳାକାରଙ୍କ ଯାଦୁରେ ମତୁଆଲା ହେଉଛନ୍ତି ଯାତ୍ରା ପ୍ରେମୀ । ଫ୍ରେବୃଆରୀ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର ମାଘ ସପ୍ତମୀ ମେଳା ୧୨ ତାରିଖ, ଅର୍ଥାତ ମାଘ ପୂର୍ଣ୍ଣିମାରେ ପୂର୍ଣ୍ଣାହୁତି ପରେ ଶେଷ ହୋଇଛି । ହେଲେ ଆସନ୍ତା ୧୭ ତରିଖ ଯାଏଁ ଦୁଲୁକିବ ଯାତ୍ରା ମଞ୍ଚ ।

ଶେଷ ହେଲା ଖଣ୍ଡଗିରି ମେଳା:

ପବିତ୍ର ମାଘ ମେଳା ଅବସରରେ ଖଣ୍ଡଗିରିକୁ ଅନେକ ସାଧୁସନ୍ଥଙ୍କ ଆଗମନ ହୋଇଥିଲା । ବିଶ୍ୱର କଲ୍ୟାଣ ପାଇଁ ସାଧୁସନ୍ଥମାନେ ଯଜ୍ଞ କୁଣ୍ଡରେ ଧୁନୀ ଲଗାଇଥିଲେ । ଯାହାର ଗତକାଲି ପୂର୍ଣ୍ଣାହୁତି ହୋଇଛି । ଶେଷ ଦିନରେ ବି ଭଜନ କୀର୍ତ୍ତନ ସହ ପ୍ରଭୁ ନାମରେ କମ୍ପିଥିଲା ଗଗନପବନ । ମା' ବାରଭୁଜାଙ୍କ ଦର୍ଶନ ସହ ସାଧୁସନ୍ଥଙ୍କ ଆଶୀର୍ବିଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖାଦ୍ୟ ଷ୍ଟଲଠୁ ଆରମ୍ଭ କରି ମୀନା ବଜାର ଏବଂ ଯାତ୍ରା ପଡ଼ିଆ ସବୁଠି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଓଡିଶା ସମେତ କାଶୀ, ଗୟା, ଉତ୍ତରପ୍ରଦେଶ, କୋଲକାତା, ହରିୟାଣା, ରାଜସ୍ଥାନ ଏଭଳି ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ପୂର୍ଣ୍ଣାହୁତି ଦେଇ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରିଥିଲେ । ସେପଟେ ଖଣ୍ଡଗିରି ମେଳାକୁ ସରକାରୀ ମାନ୍ୟତା ଦାବି କରିଛି ବିଶ୍ୱ ସନାତନୀ ବୈଦିକ ପରିଷଦ ।

KHANDAGIRI MELA 2025 (ETV Bharat Odisha)

ଖଣ୍ଡଗିରି ମେଳାକୁ ସରକାରୀ ମାନ୍ଯତା ଦାବି:

ବିଶ୍ୱ ସନାତନୀ ବୈଦିକ ପରିଷଦ ଆବାହକ ହରିଓମ ବାବାକହିଛନ୍ତି," ଏହି ମେଳା ଭାରତର ଏକ ଅନନ୍ୟ ମେଳା । ଯେଉଁଠି ଦୁଇ ଆଦି ଶକ୍ତିଙ୍କର ପୂଜା କରାଯାଏ । ସବୁଠି ଦଶଭୁଜା ପୂଜା ପାଉଥିବା ବେଳେ ଏଠାରେ ବାରଭୁଜା ପୂଜା ପାଆନ୍ତି । ତେଣୁ ଅନ୍ୟ ସ୍ଥାନରେ ବର୍ଷକର ତପସ୍ୟା ଏଠାରେ ଗୋଟିଏ ଦିନର ତପସ୍ୟା ସହ ସମାନ । ତେଣୁ ଏଭଳି ଆସ୍ଥା ଓ ବିଶ୍ୱାସ ରଖୁଥିବା ଏହି ମେଳା ସବୁବେଳେ ଅବହେଳିତ ହୋଇଆସୁଛି । ଏହାକୁ ସରକାରୀ ମାନ୍ୟତା ଦିଆଯାଉ ।"

KHANDAGIRI MELA 2025 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ଖଣ୍ଡଗିରି, ନାଗା ସାଧୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ - KHANDAGIRI MELA 2025

ଏହା ମଧ୍ୟ ପଢନ୍ତୁ...ସୁସ୍ଥ ହୋଇ ଯାତ୍ରା ପେଣ୍ଡାଲକୁ ଫେରିଲେ ରାଣୀ ପଣ୍ଡା, ଖଣ୍ଡଗିରିରେ ଦର୍ଶକଙ୍କୁ କଲେ ମତୁଆଲା - ARTIST RANI PANDA

ଏହା ମଧ୍ୟ ପଢନ୍ତୁ...ଆଜିଠୁ ଖଣ୍ଡଗିରି ମେଳା, କାଲିଠୁ ଖାରବେଳ ମହୋତ୍ସବ - KHANDAGIRI MELA 2025

KHANDAGIRI MELA 2025 (ETV Bharat Odisha)

ଆସନ୍ତା ୧୭ ତାରିଖ ଯାଏ ଦୁଲୁକିବ ଯାତ୍ରା ମଞ୍ଚ :

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ସାମିଲ ହୋଇଛନ୍ତି ଆଉ ପାଞ୍ଚଟି ଯାତ୍ରା ପାର୍ଟି । ପ୍ରଥମ ପର୍ଯ୍ୟାୟରେ ମନଜିଣିଲା ଶିବାନୀ ଓ ସୂର୍ଯ୍ୟ ମନ୍ଦିର। ଦର୍ଶକଙ୍କ ହୃଦୟକୁ ହାଇଜାକ କଲା ପିୟୁଷଙ୍କ ହାଇଦର । ପ୍ରଥମ ପାଳିର ଅନ୍ତିମ ପର୍ଯ୍ୟାୟରେ ଆଉ ୫ଟି ପାର୍ଟି ସମିଲ ହୋଇଛନ୍ତି । ସେପଟେ ଜୋରଦାର ଲଢ଼େଇ ପରେ ବିଦାୟ ନେଇଛନ୍ତି ସୂର୍ଯ୍ୟମନ୍ଦିର, ଶିବାନୀ ,ଦୁର୍ଗା ମନ୍ଦିର ,ବିଶ୍ବ ଦରବାର ଓ ଯାଜ୍ଞସେନୀ ।

KHANDAGIRI MELA 2025 (ETV Bharat Odisha)

ଶିବାନୀ ଓ ସୂର୍ଯ୍ୟ ମନ୍ଦିର ଉଭୟ ଷଷ୍ଠ ରାତି ଯାଏ ମଧ୍ୟ ନାଟକ ବଦଳାଇ ନଥିବା ବେଳେ ଶିବାନୀ ଗଣନାଟ୍ୟର 'ହା କୃଷ୍ଣ ହା କୃଷ୍ଣ ବୋଲି ଯାଉ ମୋ ଜୀବନ' ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ସେହିପରି ସୂର୍ଯ୍ୟ ମନ୍ଦିରର ପିୟୂଷଙ୍କ ହାଇଦର ଦର୍ଶକଙ୍କ ହୃଦୟ ଜିଣିଥିଲା । ୬ଟି ରାତି ସମାନ ଯାତ୍ରା ପାଇଁ ଲାଗିଥିଲା ଲୋକଙ୍କ ଭିଡ । ଯାତ୍ରା ପ୍ରେମୀଙ୍କ ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରର କାହାଣୀ ଦେଖୁବାକୁ ବେଶ ଉତ୍ସାହ ରହିଥିଲା । ପୀୟୂଷ ଓ ମାମାଙ୍କ ଯୋଡି ସହ ମାଆ କାଳୀଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।

KHANDAGIRI MELA 2025 (ETV Bharat Odisha)

ଏନେଇ ଯାତ୍ରା କଳକାର ପୀୟୂଷ କହିଛନ୍ତି,"ସବୁ ବର୍ଷ ପରି ଦର୍ଶକଙ୍କ ଭଲପାଇବା ଯୋଗୁଁ ଚଳିତ ବର୍ଷ ବି ମୋର ନାଟକ ହାଉସଫୁଲ ଚାଲିଥିଲା । ତେଣୁ ଏହି ଭଲ ପାଇବାକୁ ପାଥେୟ କରି ମୁଁ ନାଟକ କରି ଚାଲିବି । ଯତ୍ରାରେ ଅଶ୍ଳୀଳତାକୁ ବନ୍ଦ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details