ଓଡିଶା

odisha

Vigilance Raid: ଏଥର ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ,ଏକାଧିକ ସ୍ଥାନରେ ରେଡ୍ - Vigilance Net

By ETV Bharat Odisha Team

Published : Sep 6, 2024, 9:08 AM IST

Updated : Sep 6, 2024, 9:33 AM IST

Jail Superintendent On Vigilance Scanner, Raid at Several Places: ଜେଲ ସୁପରିଟେଣ୍ଡେଣ୍ଟ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ନାଁରେ ରହିଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ପଢନ୍ତୁ ପୂରା ଖବର ।

Vigilance Raid
Vigilance Raid (ETV Bharat Odisha)

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ସ୍କାନରକୁ ଆଣିଛି ଭିଜିଲାନ୍ସ । କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ୍ ସହାୟତାରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

Vigilance Raid (ETV Bharat Odisha)

ଜେଲ ସୁପରିଟେଣ୍ଡେଣ୍ଟଙ୍କ ଘରେ ଚଢାଉ:

କେନ୍ଦୁଝର ଅଫିସ , ବାସଭବନ, ଭଦ୍ରକ ସ୍ଥିତ ପୈତୃକ ଭବନ, ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରାର ନିଜ ଘର ଭଳି ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ସତ୍ୟପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ।

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada

ଏହା ବି ପଢନ୍ତୁ...Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 9 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Jail Superintendent On Vigilance Scanner (Jail Superintendent On Vigilance Scanner)

୭ଟି ସ୍ଥାନରେ ଛାନଭିନ:

ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ । କିଛି ଦିନ ପୂର୍ବରୁ ସତ୍ୟପ୍ରକାଶଙ୍କର ଟ୍ରାନସଫର ହୋଇଥିଲା । ତାଙ୍କର ଭୁବନେଶ୍ୱର ଝାରପଡା ଜେଲ ପାଖରେ ଥିବା ସରକାରୀ କ୍ବାଟର ସମେତ ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଜାରି ରହିଛି। ମୋଟ ୭ଟି ସ୍ଥାନରେ ରେଡ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା‌ ଦିଆଯାଇଛି । ଭିଜିଲାନ୍ସର ୧୨ ଜଣ ଡିଏସପି ଓ ୧୧ ଇନସ୍ପେକ୍ଟରଙ୍କ ସହ ଏସଆଇ ଓ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି । ୭ ଟି ସ୍ଥାନରେ ଟିମ୍ ଏକକାଳିନ ଚଢ଼ାଉ କରୁଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦରେ ଥିବା LB-104ରେ, ଖଣ୍ଡଗିରିରେ ସିଧି ବିହାରରେ ଥିବା ପୈତୃକ ଘରେ ମଧ୍ୟ ରେଡ ଜାରି ରହିଛି। ଭଦ୍ରକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଧୁଷୁରି ବ୍ଲକ ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

Jail Superintendent On Vigilance Scanner (Jail Superintendent On Vigilance Scanner)

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, 5 ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ - RI Trapped by Vigilance

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ରେଡ୍

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 6, 2024, 9:33 AM IST

ABOUT THE AUTHOR

...view details