ଓଡିଶା

odisha

ETV Bharat / state

ଲାଞ୍ଚ ନେଇ ଫସିଲେ ଆରଆଇ, ଗିରଫ କଲା ଭିଜିଲାନ୍ସ

Kenduapada RI caught taking bribe: ଜଳ ଜମିକୁ ଘର ବାଡି କରିବା ପାଇଁ ଲାଞ୍ଚ ନେଉଥିଲେ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ । ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଫସିଗଲେ ରାଜସ୍ବ ନିରୀକ୍ଷକ
kenduapada ri arrested

By ETV Bharat Odisha Team

Published : Jan 21, 2024, 11:02 AM IST

ଭଦ୍ରକ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ(RI) । ଜଳ ଜମିକୁ ଘର ବାଡି କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନସ୍ଥ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା 9 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଛନ୍ତି । ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଘଟଣାର ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଡିଏସପି ସମ୍ପୃକ୍ତ ଆରଆଇଙ୍କୁ କାର୍ଯ୍ୟାଳୟରେ ପଚରାଉଚରା କରିଥିଲା । ଏହାପରେ ତାଙ୍କୁ ଭଦ୍ରକ ଭିଜିଲାନ୍ସ ଅଫିସକୁ ନିଆଯାଇଥିଲା ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଖାନାବାଡି ଅଞ୍ଚଳର ପ୍ରଶାନ୍ତ ଜେନା ନାମକ ଜନୈକ ବ୍ୟକ୍ତି ନିଜର ଏକ ପୈତୃକ ସମ୍ପତ୍ତିକୁ ଘର ବାଡି କିସମରେ ପରିବର୍ତ୍ତନ କରିବା ପାଇଁ ବନ୍ତ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ । ଏହି ମାମଲାକୁ ବିଚାର କରି ବନ୍ତ ତହସିଲଦାର ତଦନ୍ତ କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସକୁ ମାମଲାଟି ପଠାଇ ଥିଲେ । କାରଣ ଖାନାବାଡି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କ ଜମି କେନ୍ଦୁଆପଦା ଆରଆଇ ଅଫିସ ଅଧୀନରେ ଥିବା ଜଣାପଡ଼ିଥିଲା । ତେଣୁ କେନ୍ଦୁଆପଦା ଆରଆଇ ଶରତ ଜେନା ବନ୍ତ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାନ୍ତ ଜେନାଙ୍କ ଜମିର କ୍ଷେତ୍ରୀୟ ତଦନ୍ତ ପାଇଁ ସେଠାକୁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-କୁବେର MVIଙ୍କୁ ବାନ୍ଧିଲା ଭିଜିଲାନ୍ସ, ରହିଛି ବହୁ ବେନାମୀ ସମ୍ପତ୍ତି

ହେଲେ ଏହା ଏକ ଜଳ ଜମି କିସମର ଜମି ହୋଇଥିବା ଦର୍ଶାଇ, ନିୟମ ଅନୁଯାୟୀ ତାହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଶରତ ଜେନା ପ୍ରଶାନ୍ତଙ୍କୁ କହିଥିଲେ । ଯଦି ସେକୌଣସି ମତେ କିସମ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ 10 ହଜାର ଟଙ୍କା ପ୍ରଦାନ କରିବା ପାଇଁ ପଡିବ ବୋଲି ପ୍ରଶାନ୍ତଙ୍କୁ କହିଥିଲେ ଆରଆଇ । ଶେଷରେ ଶନିବାର ପ୍ରଶାନ୍ତ ଜେନା ଏଥିରେ ଅତିଷ୍ଟ ହୋଇ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ସୂଚନା ଦେଇଥିଲେ । ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଏବଂ ବାଲେଶ୍ୱର ଭିଜିଲାନ୍ସ ଟିମ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ଶନିବାର ପ୍ରଶାନ୍ତ ପୂର୍ବ ପ୍ରସ୍ତୁତି ଅନୁଯାୟୀ କେନ୍ଦୁଆପଦା ଆରଆଇ ଅଫିସରେ ପହଞ୍ଚି ଶରତ ଜେନାଙ୍କୁ 9 ହଜାର ଟଙ୍କା ଲାଞ୍ଚ ଦେଉଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଆରଆଇ ଶରତ ଜେନାଙ୍କୁ ଗିରଫ କରିବା ସହିତ ଟଙ୍କା ଜବତ କରିଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଡିଏସପି ସମ୍ପୃକ୍ତ ଆରଆଇଙ୍କୁ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା । ପରେ ଭଦ୍ରକ ଭିଜିଲାନ୍ସ ଅଫିସକୁ ନେଇ ଯାଇଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details