ଓଡିଶା

odisha

ETV Bharat / state

କେନ୍ଦୁପତ୍ର ଉପରୁ GST ଛାଡ ଦାବି; ବିଜେପି କହିଲା ବ୍ୟବସାୟୀଙ୍କ ଲାଭ ହେବ, ବିଜେଡି କହିଲା ତୋଳାଳୀଙ୍କ ସ୍ୱାର୍ଥ ବିରୋଧୀ - KV Singh on GST waiver - KV SINGH ON GST WAIVER

Kendu leaf pluckers not affected by GST Odisha Deputy CM: କେନ୍ଦୁପତ୍ରରୁ GST ଛାଡ଼ ଦାବି ବିଜେପି କରିବା ପରେ ଦଳକୁ କଡା ଭାଷାରେ ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏପଟେ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛି ବିଜେଡି । ଏଧିକ ପଢନ୍ତୁ

ଜିଏସିଟି ଛାଡକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କଥା କଟାକଟି
ଜିଏସିଟି ଛାଡକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କଥା କଟାକଟି (ETV Bharat Odisha)

By ETV Bharat Odisha Team

Published : Aug 6, 2024, 9:32 PM IST

ଭୁବନେଶ୍ବର: ବିଜେଡ଼ିର କେନ୍ଦୁପତ୍ରରୁ GST ଛାଡ଼ ଦାବି ବ୍ୟବସାୟିକ ସ୍ୱାର୍ଥରେ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଏହାଦ୍ୱାରା ତୋଳାଳୀଙ୍କର କିଛି ଲାଭ ହେବନି ବରଂ ବ୍ୟବସାୟୀଙ୍କର ଲାଭ ହେବ । ଗତକାଲି କେନ୍ଦୁପତ୍ର ଉପରୁ ବିଜେଡ଼ିର ଅଭିଯୋଗ ଉପରେ ଆଜି କଡା ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା GST ପରିଷଦ ସଦସ୍ୟ କେଭି ସିଂ ଦେଓ । ପ୍ରଥମେ ଜିଏସଟି ପରିଷଦର ସଦସ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ଜିଏସିଟି ଛାଡକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କଥା କଟାକଟି (ETV Bharat Odisha)
"କେନ୍ଦୁପତ୍ର କେବଳ ଓଡିଶା ରେ ନାହିଁ ତେଲେଙ୍ଗାନା , ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର , ଛତିଶଗଡ଼, ଝାଡଖଣ୍ଡ କେନ୍ଦୁପତ୍ର ବ୍ୟବସାୟ ରହିଛି। ସେ ରାଜ୍ଯରେ ଜିଏସଟି ବୈଠକରେ ବିରୋଧ କରୁଛନ୍ତି । ସେମାନେ କହୁଛନ୍ତି ଛାଡ଼ ହେବା ଉଚିତ ନୁହେଁ। ବିଜେଡ଼ି ର ଦାବି କାହା ସ୍ୱାର୍ଥରେ । ବ୍ୟବସାୟୀଙ୍କ ସ୍ୱାର୍ଥରେ ନା କେନ୍ଦୁପତ୍ର ତୋଳାଳି ସ୍ୱାର୍ଥରେ ବୋଲି । କେନ୍ଦୁପତ୍ର ଦର ସରକାର ଧାର୍ଯ୍ୟ କରୁଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ କୌଣସି ଜିଏସଟି ଦେବାକୁ ପଡୁନାହିଁ। ଯେଉଁମାନେ ସେଥିରୁ ବିଡ଼ି କିମ୍ବା ଅନ୍ୟ ସାମଗ୍ରୀ ତିଆରି କରୁଛନ୍ତି ତାଙ୍କୁ ଜିଏସଟି ଦେବାକୁ ପଡୁଛି," ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ- ବିଜେଡି ଛାଡ଼ିବା ପରେ ମମତାଙ୍କ ମନ୍ତବ୍ୟ; କହିଲେ ପ୍ରଲୋଭନ କଥା ମିଥ୍ୟା, ଖାଲି ଆସନରେ ପୁଣି ବିଜେପିରୁ ଯିବେ ରାଜ୍ୟସଭା ! - mamata mahanta reaches Bhubaneswar


ସେପଟେ ଏହାର କାଉଣ୍ଟରରେ ବିଜେଡି ପ୍ରେସ ମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି । ଉପମୁଖ୍ୟନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଇଥିବା ମନ୍ତବ୍ୟର କଡା ଜବାବ ଦେଲା ବିଜେଡି। ବିଜେଡି ନେତା ସଞ୍ଚିତ ମହାନ୍ତି କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । ବିଜେପି 2019 ଇସ୍ତାହାରରେ କହିଥିଲେ କେନ୍ଦ୍ରରେ ୨ୟ ଥର ସରକାରରେ ଆସିଲେ କେନ୍ଦୁପତ୍ର ଉପରୁ ଜିଏସିଟି ଛାଡ଼ କରିବେ । ଦଳର ଅନେକ ନେତା ମଧ୍ୟ ନିର୍ବାଚନ ପ୍ରଚାରରେ ସେହି କଥା କହିଥିଲେ । ଯାହାକି ତଥ୍ୟ ଉପରେ ଆଧାରିତ । ହେଲେ ଆଜି ଉପମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ । ଏହା କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ରପତ୍ର ଉପରେ ଜିଏସଟି ଲାଗିବା ପୂର୍ବରୁ 100 ପ୍ରତିଶତ ବୋନସ ଦେଉଥିଲେ। କାରଣ ଏଥିରୁ ଲାଭ ମଧ୍ୟ ସେତିକି ହେଉଥିଲା । 2018 ପରେ ଏହାର ଲାଭ କମିଛି । ଜିଏସଟି ନ ଉଠିଲେ ସାମାଜିକ ସୁରକ୍ଷା ଯୋଜନା ଲାଗି ରହିବ ନା ନାହିଁ ଏହା ମଧ୍ୟ ଦ୍ଵନ୍ଦରେ । ବିଜେପିର ଇସ୍ତାହାର କଣ ବିଡ଼ି କମ୍ପାନୀକୁ ସୁହାଇବା ପାଇଁ ତିଆରି କରିଥିଲେ କି । ଏ ପ୍ରସଙ୍ଗରେ ବିଜେଡି ଲୋକସଭା ଓ ରାଜ୍ୟ ସଭାରେ ଦାବି କରି ଆସିଛନ୍ତି । ଆଗକୁ ମଧ୍ୟ କରିବ । ଉପମୁଖ୍ୟନ୍ତ୍ରୀଙ୍କ ବୟାନ ଦୁର୍ଭାଗ୍ୟଜନକ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details