ନିଆଳି: ଗୀତ ଗୋବିନ୍ଦର ରଚୟିତା ତଥା ଜଗନ୍ନାଥଙ୍କ ପରମ ଭକ୍ତ କବି ଜୟଦେବ । ରାଜଧାନୀ ଉପକଣ୍ଠରେ ଅବସ୍ଥିତ ତାଙ୍କର ପବିତ୍ର ଜନ୍ମପୀଠ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କେନ୍ଦୁବିଲ୍ଵରେ ରହିଛି ତାଙ୍କରି ସ୍ମୃତି ବହନ କରୁଥିବା ଜନ୍ମ ପୀଠ ଜୟଦେବ ପୀଠ । ୧୭ ଏକରରୁ ଊର୍ଦ୍ଧ୍ୱ ପରିମିତ ଜମିରେ ଜଗନ୍ନାଥଙ୍କ ପରମ ଭକ୍ତ କବି ଜୟଦେବଙ୍କ ପୀଠ । ଏତଦ ବ୍ୟତୀତ ଔଷଧୀୟ ବୃକ୍ଷ ପାଇଁ ୮ ଏକକରୁ ଊର୍ଦ୍ଧ୍ବ ଜଙ୍ଗଲ ଏବଂ ମୁକ୍ତେଶ୍ଵର ମହାଦେବ ମନ୍ଦିରର ୩ ଏକର ଜମିରେ ଶୋଭା ମଣ୍ତିତ କରିଛି ଜୟଦେବ ପୀଠ । ତେବେ ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମାଣ ହେଇଥିବା ଏହି ପୀଠ ସତେ ଯେମିତି ତାର ଅସ୍ତିତ୍ବ ଖୋଜୁଛି ।
ଜୟଦେବଙ୍କର ଏକ ସଂଗ୍ରାହଳୟ ସାଙ୍ଗକୁ ଦ୍ବାଦଶ କୁଞ୍ଜ, ୭୨ ଗୀତ ଗୋବିନ୍ଦର ଶୋକ୍କ ଏବଂ ନାଟ୍ୟ ମଣ୍ଡପ ଭଳି ଅନେକ ଆକର୍ଷଣୀୟ ବସ୍ତୁରେ ସଜ୍ଜିତ ଏହି ପୀଠ ଆଜି ଅଳିଆ ଆବର୍ଜନାରେ ଭରି ହୋଇ ରହିଛି । ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ଓଡ଼ିଆ ମାଟି ଗର୍ବ କରୁଥିବା ବେଳେ ଜୟଦେବଙ୍କ ଜୟଦେବ ପୀଠ ଅଳିଆ ଗଦା ଭିତରେ ଯେମିତି ଅଣନିଶ୍ବାସୀ ହୋଇଉଠୁଛି । ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଏହି ପୀଠ ଏବେ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭରି ହୋଇ ରହିଛି । ରାଜ୍ୟ ସରକାରଙ୍କର ଉଦାସିନତା କାରଣରୁ ପୀଠ ଏବେ ତାର ସୌନ୍ଦର୍ଯ୍ୟ ହରାଇ ବସିଛି । ଦିନେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ଏହି ସ୍ଥାନ ଏବେ ଖାଁ ଖାଁ ହୋଇ ପଡ଼ିରହିଛି । ଜୟଦେବ ପୀଠ ପରିସରରେ ଅସାମାଜିକ ଲୋକଙ୍କ ଭିଡ ଜମୁଛି । ଭୋଜି କରିବାକୁ ଆସି ଲୋକ ଏଠାରେ ଆବର୍ଜନା ଫୋପାଡି ଦୁର୍ଗନ୍ଧମୟ କରିଦେଉଛନ୍ତି । ଅନ୍ୟପଟେ ଅନାବନା ଗଛରେ ଭରପୁର ହୋଇ ବୁଦାରେ ପରିଣତ ହୋଇଛି ପୀଠ ।
ଏହା ମଧ୍ୟ ପଢ଼ନ୍ତୁ... ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଅବହେଳିତ ଐତିହ୍ୟ - BOUDH MUSEUM