ଭବାନୀପାଟଣା:କିଏ ହେବ ଯୁବ ଭୋଟରଙ୍କ ନେତା ? ଘୋଷଣା ହୋଇଛି ନିର୍ବାଚନ ତାରିଖ । ମତ ଦେଇ ନିଜର ପ୍ରତିନିଧି ବାଛିବେ ମତଦାତା । କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହଜାର ହଜାର ଯୁବ ଭୋଟର ରହିଥିବା ବେଳେ ଭୋଟ ଦେଇ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାକୁ ବେଶ ଉତ୍ସାହିତ ନୂଆ କରି ଭୋଟ ଦେବାକୁ ଯାଉଥିବା ଯୁବ ଭୋଟର । ଯିଏ ଯୁବକଙ୍କୁ ନିଯୁକ୍ତି ଦେବ ନିଜ ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ଆଣିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଣ୍ଣୟ କରିଥିବା କହିଛନ୍ତି ଯୁବ ଭୋଟର ।
କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ପାଗ ଭିଡା ଆରମ୍ଭ ହୋଇଯାଇଛି । ତେବେ ସମସ୍ତ ନେତାଙ୍କ ନଜର ରେ ଏବେ ଯୁବ ଭୋଟରଙ୍କ ଉପରେ । କାରଣ ଯୁବ ଭୋଟର ହିଁ ଆସନ୍ତା ଦିନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବା ବେଳେ ଏବେ ଯୁବ ପିଢ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଲେଣି ନେତା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନେତାଙ୍କ ଠାରୁ ଆରମ୍ଭ କରି ଭୋଟର ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ । ବିଶେଷକରି ଯୁବ ଭୋଟର ତଥା ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି ।