ଭବାନୀପାଟଣା: ଦିନ ଥିଲା ଗାଁ ଗାଁରେ ଶୁଭୁଥିଲା ନିହାଣର ଠକଠକ ଶବ୍ଦ । କାରଣ ଗାଁ ଗାଁରେ ନିହାଣ ମୁନରେ ତିଆରି ହେଉଥିଲା ଶିଳ ଓ ଶିଳପୁଆ । ଆଉ ବଜାରରେ ବିକ୍ରି ହେଉଥିଲା । ହେଲେ ଯୁଗ ବଦଳିବା ସହ ବଦଳିଯାଇଛି ଲୋକଙ୍କ ଚାଲିଚଳଣି । ଆଧୁନିକତାର ଚାକଚକ୍ୟ ଭିତରେ ବିଭିନ୍ନ ବିଦ୍ୟୁତ ସାମଗ୍ରୀ ବଜାରକୁ ଆସିବା ପରେ ସତେ ଯେମିତି ହଜିବାକୁ ବସିଲାଣି ଶିଳ । ବର୍ତ୍ତମାନ ବଜାରରେ ଭଳିକୁ ଭଳି ଗ୍ରାଇଣ୍ଡର, ମେସିନ ଭଳି ସାମଗ୍ରୀ ଉପଲବ୍ଧ ହେଉଛି । ବିନା ପରିଶ୍ରମରେ ପ୍ରସ୍ତୁତ କରି ହେଉଛି ମସଲାଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅତ୍ୟାଧୁନିକ ବିଦ୍ୟୁତ ସାମଗ୍ରୀ ପାଇଁ କୌଳିକ ବୃତ୍ତି ଲୋପ ପାଇବାକୁ ବସିଲାଣି । ପୂର୍ବରୁ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳୁଥିଲା ଶିଳ ଶିଳପୁଆ । ଯେଉଁଁଥିରେ ମସଲାଠାରୁ ଆରମ୍ଭ କରି ପିଠାପଣାରେ ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା । ଏହାସହ ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହ ଶିଳପୁଆର ବହୁଳ ବ୍ୟବହାର ହେଉଥିବାର ନଜିର ରହିଛି । ଏପରିକି ଝିଅ ବାହାଘରରେ ଉପହାର ସ୍ବରୂପ ଶିଳ ଶିଳପୁଆ ଦିଆଯାଉଥିଲା । ଏହାସହ ବିବାହ ପୂର୍ବରୁ ମଧ୍ୟ ଶିଳ ଶିଳପୁଆକୁ ପୂଜା କରି ଶୁଭ କାର୍ଯ୍ୟ ଆରମ୍ଭ ହେଉଥିଲା । ହେଲେ ଧୀରେ ଧୀରେ ସତେ ଯେମିତି ଏହି ପରମ୍ପରା ହଜିବାକୁ ବସିଲାଣି ।
ଏହା ବି ପଢନ୍ତୁ...ଲସ୍ତଲାରେ ତିଆରି ହୁଏ ମା’ ସମଲେଶ୍ଵରୀଙ୍କ ସାକରପଟି; ମାତ୍ର 2 ମାସ ଚାହିଦା, ବୁଡିଯିବ କୌଳିକ ବୃତ୍ତି !