ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ତତ୍ପର କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଶତ ପ୍ରତିଶତ ମତଦାନ ଲକ୍ଷ୍ୟ

Election Prepration In Kalahandi: ଚଳିତ ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମଳନୀ । ଏଥର ୧ ଲକ୍ଷ୍ୟ ୯୯ ହଜାର ୨୩୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 17, 2024, 10:41 PM IST

ନିର୍ବାଚନ ପାଇଁ ତତ୍ପର କଳାହାଣ୍ଡି ଜିଲ୍ଲା ପ୍ରଶାସନ , ଶତ ପ୍ରତିଶତ ମତଦାନ ଲକ୍ଷ୍ୟ
ନିର୍ବାଚନ ପାଇଁ ତତ୍ପର କଳାହାଣ୍ଡି ଜିଲ୍ଲା ପ୍ରଶାସନ , ଶତ ପ୍ରତିଶତ ମତଦାନ ଲକ୍ଷ୍ୟ

ନିର୍ବାଚନ ପାଇଁ ତତ୍ପର କଳାହାଣ୍ଡି ଜିଲ୍ଲା ପ୍ରଶାସନ , ଶତ ପ୍ରତିଶତ ମତଦାନ ଲକ୍ଷ୍ୟ

ଭବାନୀପଟଣା:ଆସୁଛି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ । ଚଳିତ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ନିର୍ବାଚନକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ଆଜି (ରବିବାର) କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୧ ଲକ୍ଷ ୯୯ ହଜାର ୨୩୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ତେବେ ୫ ଲକ୍ଷ ୯୭ ହଜାର ୯୭୩ ଜଣ ମହିଳା ଭୋଟର ରହିଥିବାବେଳେ ୬ ଲକ୍ଷ ୧ ହଜାର ୨୬୬ ଜଣ ପୁରୁଷ ଭୋଟର ରହିଛନ୍ତି । ସେହିପରି ୩୪ ହଜାର ୬୫୮ଜଣ ନୂଆଁ ଭୋଟର ରହିଛନ୍ତି ।

ସେହିପରି ଜିଲ୍ଲାରେ ୧୪ ସହ ୧୦ଟି ପୋଲିଂ ବୁଥର ବ୍ୟବସ୍ଥାର କରାଯିବା ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ୯୦ଟି ପିଙ୍କ୍‌ ବୁଥର ବ୍ୟବସ୍ଥା କରାଯାଇଥିବା ବେଳେ ୮୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କମାନଙ୍କ ପାଇଁ ବାଲାଟ ଭୋଟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ବୟସ୍କ ବ୍ୟକ୍ତିମାନଙ୍କ ନିକଟରେ ଏକ ସ୍ଵତନ୍ତ୍ର ଟିମ୍ ପହଞ୍ଚି, ସେମାନଙ୍କ ମତଦାନ ଗ୍ରହଣ କରିବେ । ତେବେ ବାଲାଟ୍ ଭୋଟ ଗ୍ରହଣ ସମୟରେ ପୋଲିସ, ପୋଲିଂ ଅଧିକାରୀ ଓ ବିଭିନ୍ନ ଦଳର ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ.....କେନ୍ଦ୍ରାପଡ଼ାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ସେପଟେ ଜିଲ୍ଲାରେ କିଭଳି ସୁରୁଖୁରୁରେ ନିର୍ବାଚନ ହେବ ସେଥି ପାଇଁ ପୋଲିସ ମଧ୍ୟ ନିଜର ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ମାଓ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ମଧ୍ୟ ସୁରକ୍ଷିତ ନିର୍ବାଚନ କରାଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାର ଧର୍ମଗଡ, ଜୁନାଗଡ଼ ଓ ଭବାନୀପାଟଣାରେ ନିର୍ବାଚନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଉଛି । ସେହିପରି ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ସ୍ଵତନ୍ତ୍ର ଟ୍ରେନିଂ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଶତ ପ୍ରତିଶତ ମତଦାନ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ସେପଟେ ନିଜର ଜନ ପ୍ରତିନିଧି ବାଛିବା ପାଇଁ ଉତ୍ସାହିତ ରହିଛନ୍ତି ନୂଆ ଭୋଟର ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details