ETV Bharat / state

୧୬ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି, ନିୟମିତ କରିବାକୁ ଦାବି କଲା ସଂଘ - Permanent Employment

୧୬ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକ ଶିକ୍ଷକ ସଂଘର ନାପସନ୍ଦ । ଏହି ପ୍ରକ୍ରିୟାକୁ ନିୟମିତ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 1 hours ago

Regularization Of Teachers
Regularization Of Teachers (ETV Bharat Odisha)

ଭୁବନେଶ୍ବର: ୧୬ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ । ଏହି ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ନିୟମିତ କରିବାକୁ ଦାବି କଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ରାଜ୍ୟରେ ଖାଲି ପଡ଼ିଛି ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ପଦବୀ । ଏହାରି ମଧ୍ୟରେ ୧୬ ହଜାର ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି ପକ୍ରିୟାକୁ ବିରୋଧ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।

ନିୟମିତ ନିଯୁକ୍ତି ଦାବି:

ପୂର୍ବ ସରକାର ଥିବା ସମୟରେ ଏହି ଦାବିକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିବାବେଳେ ବର୍ତ୍ତମାନର ସରକାର ଏହି ନିଯୁକ୍ତି ପକ୍ରିୟାକୁ ଆପଣାଇଛନ୍ତି । ଯାହାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବିରୋଧ କରିଛି । ଠିକା ବା ଚୁକ୍ତି ଭିତ୍ତିକ ନିଯୁକ୍ତି ନକରି ନିୟମିତ ନିଯୁକ୍ତି କରିବାକୁ ଦାବି କରିଛି ସଂଘ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି,"କଳିଙ୍ଗ ଷ୍ଟାଡିୟମରେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଯାହା ଏକ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଅଟେ । ଆମେ ନିଯୁକ୍ତିକୁ ବିରୋଧ କରୁନାହୁଁ । କାରଣ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । କଣ୍ଟ୍ରାକ୍ଟଚୁଆଲ, ଚୁକ୍ତି ଭିତ୍ତିକ, ଠିକା ନିଯୁକ୍ତି ଆଦିକୁ ବିରୋଧ କରୁଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ" ବୋଲି କହିଛନ୍ତି ସଭାପତି ବ୍ରହ୍ମାନନ୍ଦ ମହାରଣା ।

'ଠିକା ନୁହେଁ, ନିୟମିତ ନିଯୁକ୍ତି କରନ୍ତୁ'

ସେ ଆହୁରି ମଧ୍ୟ କହିଛନ୍ତି,"୨୦୨୨ ମସିହାରେ ସମସ୍ତ ବିଭାଗରୁ ଥିଲା ନିଯୁକ୍ତି ଉଠିଲା । ୬ ବର୍ଷ କିମ୍ବା ୮ ବର୍ଷ ଚାକିରି କରିଥିବା ବ୍ୟକ୍ତିଙ୍କୁ ରେଗୁଲାର କରିବେ ବୋଲି ଘୋଷଣା କରାଗଲା । କିନ୍ତୁ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ । ସେତେବେଳେ କେଉଁ ସରକାର ଥିଲେ ତାଙ୍କୁ ମଧ୍ୟ ଏହି ପକ୍ରିୟାକୁ ବିରୋଧ କରିଥିଲୁ । ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ପୂର୍ବ ସରକାରଙ୍କ ଭଳି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନିଯୁକ୍ତି କରାଇଲେ । ତେବେ ଏହି ପକ୍ରିୟାକୁ ସଂଘ ବିରୋଧ କରିବୁ । ଆଗାମୀ ଦିନରେ ଯେଉଁ ସବୁ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି ତାହାକୁ ପୂରଣ କରିବା ପାଇଁ ଠିକା ନିଯୁକ୍ତି ନକରି ନିୟମିତ ଭାବରେ ଶିକ୍ଷକ ନିଯୁକ୍ତି କରିବେ । ଯେଉଁ ମାନଙ୍କର ୬-୮ ବର୍ଷ ହେଲାଣି ସେମାନଙ୍କୁ ମୂଳ ଚାକିରିରେ ଗଣନା କରିବେ" ବୋଲି କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା । ସେପଟେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପୂର୍ବ ସରକାର ସମୟରେ ଅନେକ ପଦବୀ ଖାଲି ଥିଲା । ଆମ ସରକାର ଆସିବା ପରେ ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହୋଇଛି ।"

ଏହା ବି ପଢନ୍ତୁ...16009 ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେଡି କହିଲା ନବୀନ ସରକାରରେ ପ୍ରକ୍ରିୟା - junior teachers Appointment

ଏହା ବି ପଢନ୍ତୁ-ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ - Recruitment of junior teachers

ଏହା ବି ପଢନ୍ତୁ- ଓଡ଼ିଶାରେ ବଡ଼ ନିଯୁକ୍ତି : ୨୨୯୮ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ମାଝୀ ସରକାର - Home Guard Recruitment

ଏହା ବି ପଢନ୍ତୁ- ୧୪ ଜିଲ୍ଲାରେ ୨୪ ହଜାର ନିଯୁକ୍ତି ସୁଯୋଗ, ମୋହନ ସରକାର ଦେଲେ ସବୁଜ ସଂକେତ - STATE CABINET APPROVAL

କେଉଁ ଜିଲ୍ଲାରୁ କେତେ ଶିକ୍ଷକ ଶିକ୍ଷୟତ୍ରୀ ପାଇଛନ୍ତି ନିଯୁକ୍ତି ପତ୍ର :

ଚୟନ ହୋଇଥିବା ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ ଜଣ, ବରଗଡ଼ ଜିଲ୍ଲାରେ ୪୭୯ ଜଣ, ଭଦ୍ରକ ଜିଲ୍ଲାରେ ୨୬୦ ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ ଜଣ, ବୌଦ୍ଧ ଜିଲ୍ଲାରେ ୬୫ ଜଣ, କଟକ ଜିଲ୍ଲାରେ ୮୯୩ ଜଣ, ଦେବଗଡ଼ ଜିଲ୍ଲାରେ ୨୧ ଜଣ ନିଯୁକ୍ତି ପାଇଛଝନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୫୮୩ ଜଣ, ଗଜପତି ଜିଲ୍ଲାରେ ୧୩ ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ ଜଣ, ଯାଜପୁର ଜିଲ୍ଲାରେ ୮୭୨ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ, କନ୍ଧମାଳ ଜିଲ୍ଲାରେ ୧୫୧ ଜଣ ନିଯୁକ୍ତି ପାଇଛନ୍ତି। ଏହାସହ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ ଜଣ,ମାଲକାନଗିରି ଜିଲ୍ଲାରେ ୫୫୫ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ ନିଯୁକ୍ତି ପାଇଛନ୍ତି । ପୁରୀ ଜିଲ୍ଲାରେ ୭୩୩ ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣଙ୍କୁ ନିଯୁକ୍ତି ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.