ଓଡିଶା

odisha

ETV Bharat / state

ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

କଳାହାଣ୍ଡିର ପ୍ରସିଦ୍ଧ ଛତରଯାତ୍ରା । ଏହି ଯାତ୍ରାରେ କାହିଁକି ଉଡ଼ାଯାଏ ପାରା ଏବଂ ଦିଆଯାଏ ବଳି ? ଆସନ୍ତୁ ଜାଣିବା କ'ଣ ରହିଛି ଛତର ଯାତ୍ରାର ବିଶେଷତ୍ବ ।

By ETV Bharat Odisha Team

Published : 4 hours ago

MAA MANIKESWARI CHHATAR YATRA
MAA MANIKESWARI CHHATAR YATRA (ETV Bharat Odisha)

ଭବାନୀପାଟଣା:ଆରମ୍ଭ ହୋଇଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଗଣ୍ଡା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମାଆଙ୍କ ବିଜୟ ପ୍ରତିମା ଛତର ।

ପ୍ରସିଦ୍ଧ ଛତର ଯାତ୍ରା :

ମହାଷ୍ଟମୀର ମଧ୍ୟରାତ୍ରୀରେ ସ୍ଵତନ୍ତ୍ର ଗୁପ୍ତ ପୂଜା ପରେ ମା'ଙ୍କ ବିଜୟ ପ୍ରତିମା ଛତରକୁ ନେଇ ଯାତ୍ରା ଆରମ୍ଭ ହୁଏ । ମୁଣ୍ଡଚିନା ଜେନା ବାଦ୍ୟର ତାଳେ ତାଳେ ମା'ଙ୍କ ବିଜୟ ପ୍ରତିମା ଛତରକୁ ନେଇ ସହରର ପଶ୍ଚିମରେ ଥିବା ଫାଶୀ ଡଙ୍ଗର ତଳେ ଥିବା ଜେନାଖାଲରେ ରଖାଯାଏ । ସେଠାରେ ସ୍ଵତନ୍ତ୍ର ରୀତିନୀତିରେ ଗୁପ୍ତ ପୂଜା ପରେ ନବମୀ ତିଥିରେ ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଯାହାକୁ ଛତର ଯାତ୍ରା ବୋଲି କୁହାଯାଏ । ଏହି ସମୟରେ ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।

MAA MANIKESWARI CHHATAR YATRA (ETV Bharat Odisha)

ପାରା ଉଡ଼ାଇବାର ପରମ୍ପରା କ'ଣ ?

ମାନସିକ ରଖିଥିବା ଶ୍ରଦ୍ଧାଳୁମାନେ ଛତର ଯାତ୍ରା ସମୟରେ ମାଣିକେଶ୍ବରୀଙ୍କ ନିକଟରେ କୁକୁଡ଼ା, ବୋଦା, ଛେଳି ଅର୍ପଣ କରିଥାଆନ୍ତି । ଏହାପରେ ରକ୍ତମୟ ହୋଇଯାଏ ରାଜ ରାସ୍ତା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥାଆନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳେ । ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ଜେନାବଳି ଦେବା ପରେ କଳାହାଣ୍ଡି ମହାରାଜଙ୍କ ପ୍ରତିମାକୁ ନେଇ ଗର୍ଭଗୃହ ମଧ୍ୟରେ ସ୍ଥାପନ କରିଥାନ୍ତି ।

MAA MANIKESWARI CHHATAR YATRA (ETV Bharat Odisha)

ଛତର ଯାତ୍ରାରେ ଲାଖବିନ୍ଧା ପରମ୍ପରା ?

ବିଜୟା ଦଶମୀରେ ପୁନଃ ମା'ଙ୍କ ପ୍ରତିମା ମନ୍ଦିରରୁ ବାହାରି ସହରର ପଶ୍ଚିମରେ ଥିବା ନକତିଗୁଡ଼ା ଲାଖବିନ୍ଦା ପଡିଆକୁ ଯାଇଥାନ୍ତି । ସେଠାରେ ଏକ ଅସ୍ଥାୟୀ ମଣ୍ଡପରେ ମା'ଙ୍କ ବିଜୟ ପ୍ରତିମାଙ୍କୁ ସ୍ଥାପନ ପୂର୍ବକ ବଳି ଦିଆଯିବା ପରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥାଏ । ଏହି ପ୍ରତିଯୋଗିତାରେ ବିଜୟ ହୋଇଥିବା ପ୍ରତିଯୋଗୀଙ୍କୁ ରଜବାଟି ପକ୍ଷରୁ ପୁରସ୍କୃତ କରିବା ପରେ ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିରକୁ ପୁଣି ଆସିଥାଏ । ପରେ ମନ୍ଦିର କବାଟ ବନ୍ଦ ହୋଇଯାଏ । ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପରେ ୩ ଦିନ ପର୍ଯ୍ୟନ୍ତ ମନ୍ଦିର ମୁଖ୍ୟ ଦ୍ଵାରାରେ କଣ୍ଟା ବନ୍ଧା ଯାଇଥାଏ ।

MAA MANIKESWARI CHHATAR YATRA (ETV Bharat Odisha)

ଏମିତି କହିଲେ ଗବେଷକ ସତ୍ୟନାରାୟଣ ମହାପାତ୍ର:

ସେପଟେ କଳାହାଣ୍ଡିର ଗବେଷକ ସତ୍ୟନାରାୟଣ ମହାପାତ୍ର କହିଛନ୍ତି ," କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କର ପ୍ରତ୍ୟେକ ବର୍ଷ ଶାରଦୀୟ ଉତ୍ସବ ଯାହା ସମଗ୍ର ପୃଥିବୀରେ ଏଭଳି ଯାତ୍ରା ବିରଳ । ମୂଳାଷ୍ଟମୀ ତିଥିରେ ମା'ଙ୍କ ମସ୍ତକ ସ୍ଥାପନ ହୁଏ ।ପରବର୍ତ୍ତୀ ସମୟରେ ସୋଡୋଷ ଦିନାତ୍ମକ ପୂଜା ଓ ପରେ ଛତର ଯାତ୍ରା, ଲାଖବିନ୍ଧା ପର୍ବ ଅନୁଷ୍ଟିତ ହୁଏ । "

MAA MANIKESWARI CHHATAR YATRA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର କାଳୀବାଡ଼ି ଦୁର୍ଗାପୂଜା, ଜାଣନ୍ତୁ ବଙ୍ଗୀୟ ପରମ୍ପରା ପଛର ଇତିହାସ

ଏହା ମଧ୍ୟ ପଢନ୍ତୁ ...ମହାମାୟୀଙ୍କ ମହାସପ୍ତମୀ; ଜୀବନ୍ୟାସ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା'

ଏହା ମଧ୍ୟ ପଢନ୍ତୁ ....କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ

୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ :

MAA MANIKESWARI CHHATAR YATRA (ETV Bharat Odisha)

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହର ମଧ୍ୟରେ ଯାନବାହାନ ପ୍ରବେଶ ଉପରେ ମଧ୍ୟ କଟକଣା କରାଯାଇଥିବା ବେଳେ ୭ଟି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

MAA MANIKESWARI CHHATAR YATRA (ETV Bharat Odisha)
MAA MANIKESWARI CHHATAR YATRA (ETV Bharat Odisha)

ଇଟିଭି ଭାରତ, କଳାହାଣ୍ଡି

MAA MANIKESWARI CHHATAR YATRA (ETV Bharat Odisha)

ABOUT THE AUTHOR

...view details