ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ, ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇବାକୁ ଦାବି - Journalists Protest In Subarnapur

Journalists Protest In Subarnapur: ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ,

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ, ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇବାକୁ ଦାବି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ, ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇବାକୁ ଦାବି

By ETV Bharat Odisha Team

Published : Mar 14, 2024, 5:45 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ, ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇବାକୁ ଦାବି

ସୁବର୍ଣ୍ଣପୁର: ସାମ୍ବାଦିକ ମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାମ୍ବାଦିକ ସଂଘର ବରିଷ୍ଠ ସଭ୍ୟ ପର୍ଶୁରାମ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର ଗାଁରୁ ସହର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ ପାଞ୍ଚ ଦଫା ଦାବି ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସ୍ୱାଧିନ ଭାରତ ବର୍ଷରେ ଗଣମାଧ୍ୟମ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସହିତ ଜନସାଧାରଣଙ୍କ ଭିତରେ ସମନ୍ୱୟ ରକ୍ଷା କରି ଗଣତନ୍ତ୍ର ଶାସନକୁ ମଜଭୁତ କରିପାରିଛି ।ତେବେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ଯେଉଁ ସବୁ ଜନହିତକର ଯୋଜନା ଗୁଡିକ ଜିଲ୍ଲାରେ କ୍ରିୟାନ୍ୱୟନ କରୁଛନ୍ତି ତାହା ସାଧାରଣ ହିତାଧିକାରୀଙ୍କ ପାଖରେ ପହଂଚାଇବାରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ସଫଳ ହୋଇଛନ୍ତି । ହେଲେ ଗଣମାଧ୍ୟମ ଅନୁଷ୍ଠାନ ଗୁଡିକରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

ଗଣମାଧ୍ୟମ ପ୍ରତିନିଧି ଓ ତାଙ୍କ ପରିବାରର ସନ୍ତାନ ସନ୍ତତି ମାନଙ୍କ ପାଇଁ ରାଜ୍ୟ ସରକାର ପ୍ରଦାନ କରୁଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା କରିଛନ୍ତି ହେଲେ ଘୋଷଣା କରାଯାଇଥିବା ରିହାତି ସୁଧରେ ଗୃହ ଋଣ, ଦୁଇ ଚକିଆ ମୋଟର ସାଇକେଲ ରିହାତି ସୁଧରେ ଋଣ, ରିହାତି ସୁଧରେ ଚାରିଚକିଆ ଋଣ, ଛାତ୍ରଛାତ୍ରୀମାନଙ୍କ ମାଗଣା ଉଚ୍ଚ ଶିକ୍ଷା ଆଦି କାର୍ଯ୍ୟକାରୀ ହେଉନାହିଁ । କେବଳ ଏସବୁ ଘୋଷଣା ଘୋଷଣାରେ ହିଁ ରହିଯାଇଥିବା ଅଭିଯୋଗ କରିଛି ସାମ୍ବାଦିକ ସଂଘ ।

ତେବେ ରାଜ୍ୟ ସରକାରଙ୍କ ଉପରୋକ୍ତ ପ୍ରତିଶୃତି ପୂରଣ କରିବା ସହ ଦୀର୍ଘ ଦିନ ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି । ଏଥିସହ ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ଅବସରକାଳୀନ ଭତ୍ତା ଦେବା ପାଇଁ ଦାବି ହୋଇଛି । ତେବେ ରାଜ୍ୟ ସରକାର ସାମ୍ୱାଦିକ ମାନଙ୍କ ପ୍ରତି ଦୃଷ୍ଟି ଦେଇ ଏହି ସମସ୍ତ ଦାବି ପୂରଣ କରନ୍ତୁ ବୋଲି ସାମ୍ୱାଦିକ ସଂଘ ଅନୁରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶ୍ରୀମନ୍ଦିର ସେବାୟତଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି, ପ୍ରତି ଭାଗବତ ଟୁଙ୍ଗୀକୁ ୫୦ ହଜାର

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details