ଓଡିଶା

odisha

ETV Bharat / state

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଝିଅ ଦୀପାଳି - jharsuguda news

Former Minister Naba Das Death Anniversar: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୁରିଲା ଏକ ବର୍ଷ । ନବ ଦାସ ଫାଉଣ୍ଡେସନ ପକ୍ଷରୁ ମିନି ମାରାଥନ୍‌ ସହ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଅଧିକ ପଢନ୍ତୁ

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଝିଅ ଦୀପାଳି
ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଝିଅ ଦୀପାଳି

By ETV Bharat Odisha Team

Published : Jan 29, 2024, 10:30 PM IST

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଝିଅ ଦୀପାଳି

ଝାରସୁଗୁଡା:ଆଜି (ସୋମବାର) ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପୁରିଛି ଏକ ବର୍ଷେ । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ତେବେ ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଝାରସୁଗୁଡ଼ା ଏସ.ପି. କାର୍ଯ୍ୟାଳୟ ଛକଠାରେ ନବ ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହାକୁ ନବ ଦାସଙ୍କ ବିଧାୟିକା ଦୀପାଲି ଦାସ, ପୁଅ ବିଶାଲ ଦାସ ଉନ୍ମୋଚନ କରିଥିଲେ । ଏହାସହ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ମିନି ମାରାଥନ୍‌ ମଧ୍ୟ ଆୟୋଜନ କାରାଯାଇଥିଲା ।

ଏହି ଅବସରରେ ଝିଅ ଦୀପାଳି ଦାସ କହିଥିଲେ ଯେ ନବ ଦାସ ଆମକୁ ଯେଉଁଭଳି ଭାବରେ ଦେଖୁଥିଲେ ସେହିଭଳି ଭାବରେ ଓଡ଼ିଶାବାସୀ ଏବଂ ଝାରସୁଗୁଡ଼ାବାସୀଙ୍କୁ ନିଜ ପରିବାର ସଦୄଶ ମାନୁଥିଲେ । ଆସନ୍ତାକାଲି ଦିଲ୍ଲୀରେ ମଧ୍ୟ ନବ ଦାସଙ୍କ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନବ ଦାସଙ୍କ ପତ୍ନୀ ମିନତୀ ଦାସ , ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ସଭାପତି ରବି ସିଂ ପ୍ରମୂଖ ଉପସ୍ଥିତ ଥିଲେ । ତେବେ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏକ ବର୍ଷ ପୁରିଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ଆଜି ବି ହତ୍ୟାକାଣ୍ଡ ନେଇ ସସ୍‌ପେନ୍ସ ଲାଗି ରହିଛି । ଏବେବି ହତ୍ୟାକାଣ୍ଡର କାରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓଡିଶାବାସୀ ।

ଏହା ମଧ୍ୟ ପଢନ୍ତୁ .....ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ସ୍ମୃତିରେ ଦୌଡିଲା ଝାରସୁଗୁଡା

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ସକାଳୁ ମନମୋହନ ଏମଇ ସ୍କୁଲ୍ ଠାରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନରେ ଜିଲ୍ଲା, ରାଜ୍ୟ ତଥା ଦେଶର ଅନେକ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ସ୍ୱର୍ଗୀୟ ନବ ଦାସଙ୍କ ଅନୁପସ୍ଥିତିକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାବାସୀ ଏହି ମାରାଥନରେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ । ପରେ ମନମୋହନ ଏମଇ ସ୍କୁଲ୍ ପଡିଆଠାରେ ଏକ ସର୍ବୋଧର୍ମ ସଭା ଅନୁଷ୍ଠିତ ହୋଇଛି ।

ସୂଚନାଯୋଗ୍ୟ , ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details