ଯାଜପୁର:ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଛତିଆ ଭାଟିଆହୁଡ଼ା ନିକଟରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ବିଷ୍ଣୁପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସଟି ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା ।
ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ - JAJPUR ACCIDENT
ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଭାଟିଆ ହୁଡ଼ା ନିକଟରେ ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ବସରେ ନିଆଁ ଲାଗିଯାଇଥିବା ବେଳେ, ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।
![ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ବାଇକ ଆରୋହୀ ମୃତ](https://etvbharatimages.akamaized.net/etvbharat/prod-images/14-10-2024/1200-675-22674527-thumbnail-16x9-accindet.jpg)
ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ବାଇକ ଆରୋହୀ ମୃତ (ETV Bharat Odisha)
Published : Oct 14, 2024, 11:50 AM IST
ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ସମ୍ପୂର୍ଣ ଜଳି ଯାଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ନେଇଥିବା ସୂଚନା ମିଳିଛି । ମୃତ ବାଇକ ଆରୋହୀଙ୍କର ପରିଚୟ ସ୍ପଷ୍ଟ ହୋଇନି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଜାତୀୟ ରାଜପଥରେ କିଛି ସମୟ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।
ଖବର ଅପଡେଟ ଜାରି ରହିଛି...