ଭୁବନେଶ୍ବର:ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର(ସହକାରୀ ଜିଲ୍ଲାପାଳ) ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କୁ ନିଲମ୍ବନ କରିଛନ୍ତି । କାର୍ଯ୍ୟରତ ମହିଳା ସହଯୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଉମେଶଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ ।
ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ:
ବଡ଼ ବାବୁଙ୍କୁ ମହଙ୍ଗା ପଡିଲା ମହିଳା ସହଯୋଗୀଙ୍କୁ ଅସଦାଚରଣ । ଅଭିଯୋଗର ୮ ମାସ ପରେ ଅଭିଯୁକ୍ତ ବଡ଼ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା । ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା ।
ଏହା ବି ପଢନ୍ତୁ...ମହଙ୍ଗା ପଡ଼ିଲା ବାତ୍ୟା ଦାୟିତ୍ବରେ ଅବହେଳା, ୬ ସରକାରୀ କର୍ମଚାରୀ ସସପେଣ୍ଡ |