ଓଡିଶା

odisha

ETV Bharat / state

ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ' - ISKCON RATH YATRA CONTROVERSY

‘ଇସ୍କନ’ର ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ସଂଗଠନ । ‘ଇସ୍କନ’ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ ।

ଅଦିନିଆ ରଥଯାତ୍ରା ବିବାଦ, ଆଇନମନ୍ତ୍ରୀଙ୍କୁ ଭେଟିଲେ ଏକାଧିକ ସଂଗଠନ, ‘ଇକ୍ସନ’ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ,
ଅଦିନିଆ ରଥଯାତ୍ରା ବିବାଦ, ଆଇନମନ୍ତ୍ରୀଙ୍କୁ ଭେଟିଲେ ଏକାଧିକ ସଂଗଠନ, ‘ଇକ୍ସନ’ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ, (ETV Bharat Odisha)

By ETV Bharat Odisha Team

Published : Oct 29, 2024, 1:58 PM IST

Updated : Oct 29, 2024, 2:09 PM IST

ଭୁବନେଶ୍ବର: ଆମେରିକାରେ‘ଇସ୍କନ’ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯିବା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ବିଭିନ୍ନ ସଂଗଠନ । ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ଆଇନମନ୍ତ୍ରୀ । ‘ଇସ୍କନ’ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବା ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ।

  • ଇସ୍କନ’ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ

‘ଇସ୍କନ’ର ଭାରତରେ ଥିବା ମୁଖ୍ୟମାନଙ୍କ ସହିତ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ (ଏସଜେଟିଏ) । ମହାପ୍ରଭୁଙ୍କ ରଥଯାତ୍ରା ଯେଉଁ ତିଥିରେ ହୁଏ, ସେହି ତିଥିରେ କରିବା ସମସ୍ତଙ୍କର ଧର୍ମ । ହିନ୍ଦୁ ଧର୍ମରେ ବିଶ୍ୱାସ ରଖିଥିବା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖିଥିବା ସମସ୍ତେ କିପରି ଏହି ନିୟମ ପାଳନ କରିବା ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

  • ଆମେରିକାରେ ଅଦିନିଆ ରଥଯାତ୍ରା

ଆମେରିକାର ବୋଷ୍ଟନ ସହରର ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସବୁଆଡ଼ୁ ବିରୋଧ କରାଯାଉଛି । ଆଗାମୀ ନଭେମ୍ବର 3 ତାରିଖରେ ସ୍ନାନ ଯାତ୍ରା କରି ତାପରେ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଇସ୍କନ କର୍ତ୍ତୃପକ୍ଷ ।

ISKCON RATH YATRA CONTROVERSY (ETV Bharat Odisha)
  • ସ୍କନ୍ଦ ପୁରାଣକୁ ମାନୁନି ‘ଇସ୍କନ’

ଏହାକୁ ବିରୋଧ କରି ଜଗନ୍ନାଥ ସଂସ୍କୃତି ପରିଷଦର ସଭାନେତ୍ରୀ ସଞ୍ଚିତା ମହାନ୍ତିଆଜି ଆଇନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ହସ୍ତକ୍ଷେପ କରି ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ସେ କହିଛନ୍ତି, ଯାହା ନିୟମ ଅଛି ବ୍ୟାସଦେବଙ୍କ ରଚିତ ‘ସ୍କନ୍ଦ ପୁରାଣ’ରେ ଉତ୍କଳ ଖଣ୍ଡରେ ଯାହା ବର୍ଣ୍ଣନା କରାଯାଇଛି ଚତୁର୍ଦ୍ଧାମୁର୍ତି ମହାପ୍ରଭୁଙ୍କର ସ୍ନାନଯାତ୍ରା ଜ୍ୟେଷ୍ଠ ମାସ ପୂର୍ଣ୍ଣମୀରେ ଅନୁଷ୍ଠିତ ହୁଏ । ଯେଉଁଥିରେ ମହାପ୍ରଭୁ ସ୍ନାନବେଦୀରେ ବସିଥାନ୍ତି । ସେହି ସମୟରେ ମହାପ୍ରଭୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ:- ପୁଣି ଅଦିନିଆ ରଥ ଯାତ୍ରା ଆୟୋଜନ ନେଇ ଇସ୍କନକୁ ବିରୋଧ, ‘ଶ୍ରୀଜଗନ୍ନାଥଙ୍କ ପରମ୍ପରା ଧ୍ୱଂସ ପାଇଁ ପ୍ରୟାସ’

ଏହା ବି ପଢନ୍ତୁ- ଇସ୍କନ ରଥଯାତ୍ରା; ବର୍ଷା ସତ୍ତ୍ବେ ବି ଭକ୍ତଙ୍କ ପ୍ରବଳ ଭିଡ, ମହାବାହୁଙ୍କ ଦର୍ଶନ କରି ଆନନ୍ଦିତ ଶ୍ରଦ୍ଧାଳୁ - Iskcon Temple Rath Yatra

ଏହା ବି ପଢନ୍ତୁ- 'ଜୟ ଜଗନ୍ନାଥ' ଧ୍ବନିରେ ପ୍ରକମ୍ପିତ ବାହାରିନ, ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ାଯାତ୍ରା - Bahuda Yatra in Bahrain

  • ବିରୋଧ କଲେ ଗଜପତି ମହାରାଜ

ହେଲେ ଏସବୁ ନିୟମକୁ ନ ମାନି ଅସମୟରେ ଯେଉଁ ରଥଯାତ୍ରା କରୁଛନ୍ତି ତାହା ଧର୍ମ ବିରୋଧୀ କାମ ବୋଲି ପ୍ରତିବାଦ କରାଯାଉଛି । ଓଡିଶା ‘ଇସ୍କନ’ ଶାଖା ତରଫରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ଯେ ଏହାକୁ ବନ୍ଦ କରାଯାଉ । ସେପଟେ ପୁରୀ ଗଜପତି ମହାରାଜା ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ ଇସ୍କନ ଆୟୋଜନରେ ରୋକ ଲଗାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2024, 2:09 PM IST

ABOUT THE AUTHOR

...view details