ଓଡିଶା

odisha

ETV Bharat / state

ନଷ୍ଟରୁ ଶ୍ରେଷ୍ଠ: ୨୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ମାଛ ପ୍ରତିକୃତି ପ୍ରସ୍ତୁତ କଲା ବ୍ରହ୍ମପୁର ITI - ITI Berhampur awareness on plastic

Waste to Wealth: ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ବ୍ରହ୍ମପୁର ଆଇଟିଆଇର ୱେଷ୍ଟ ଟୁ ୱେଲ୍‌ଥ ବାର୍ତ୍ତା (ନଷ୍ଟରୁ ଶ୍ରେଷ୍ଠ) । ୨୦ ହଜାର ବୋତଲରେ ୨୧ ଫୁଟ୍ ଉଚ୍ଚତାର ମାଛ ପ୍ରତିକୃତି ପ୍ରସ୍ତୁତ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

୨୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ମାଛ ପ୍ରତିକୃତି
୨୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ମାଛ ପ୍ରତିକୃତି

By ETV Bharat Odisha Team

Published : Mar 20, 2024, 7:10 AM IST

Updated : Mar 20, 2024, 2:07 PM IST

ପ୍ଲାଷ୍ଟିକ ବୋତଲରେ ବିଶାଳ ମାଛ ପ୍ରତିକୃତି

ବ୍ରହ୍ମପୁର:ପ୍ଲାଷ୍ଟିକ ପରିବେଶ ପାଇଁ କ୍ଷତିକାରକ । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ସରକାରଙ୍କ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ଏହାର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିପାରୁନି । ଏପରି ସ୍ଥଳେ ପରିବେଶରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ହ୍ରାସ କରିବା ଏବଂୱେଷ୍ଟ୍ ଟୁ ୱେଲ୍‌ଥ ବାର୍ତ୍ତା ନେଇ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର (ଆଇଟିଆଇ) ଛାତ୍ରଛାତ୍ରୀ ୨୦ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଏକ ବିଶାଳ ମାଛ ପ୍ରତିକୃତି । ସହର ସମେତ ଆଖପାଖ ଅଞ୍ଚଳରେ ଏଣେତେଣେ ପଡିରହିଥିବା ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରି ଛାତ୍ରଛାତ୍ରୀ ଏହାକୁ ପ୍ରସ୍ତୁତ କରିଛନ୍ତି ।

ୱେଷ୍ଟ ଟୁ ୱେଲ୍‌ଥ ବା ନଷ୍ଟରୁ ଶ୍ରେଷ୍ଠ ବାର୍ତ୍ତା ନେଇ ଶିକ୍ଷାନୁଷ୍ଠାନ ପରିସରରେ ଏକ ସ୍କ୍ରିପ୍ ପାର୍କ ନିର୍ମାଣ କରି ବ୍ରହ୍ମପୁର ଆଇଟିଆଇ ଦେଶ ତଥା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ୨୦ ହଜାରରୁ ଊର୍ଦ୍ଧ୍ୱ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ମାଛ ପ୍ରତିକୃତି ପ୍ରସ୍ତୁତ କରି ପୁଣି ଚର୍ଚ୍ଚାକୁ ଆସିଛି । ଏନେଇ ଅନୁଷ୍ଠାନର ଜଣେ ବିଦ୍ୟାର୍ଥୀ କହିଛନ୍ତି, ''ଏହି ବିଶାଳ ମାଛ ପ୍ରତିକୃତି ନିର୍ମାଣ ପାଇଁ ୧୫ ଦିନ ସମୟ ଲାଗିଥିଲା । ଏଥିରେ ୨୦ ହଜାର ପ୍ଲାଷ୍ଟକ ବୋତଲ ବ୍ୟବହାର ହୋଇଛି । ଏହାଦ୍ବାରା ପ୍ଲାଷ୍ଟିକ ବୋତଲ ଏଣେତେଣେ ନ ଫୋପାଡିବାକୁ ସମାଜକୁ ଏକ ବାର୍ତ୍ତା ଯିବ ।''


ମୁଖ୍ୟତଃ ଆମ ପରିବେଶରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲର ବହୁଳ ବ୍ୟବହାର ପରେ ଏହାକୁ ଏଣେତେଣେ ପକାଯିବା ଯୋଗୁଁ ତାହା ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ । ସାଧାରଣ ଲୋକେ ଦୈନିକ ହଜାର ହଜାର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରୁଛନ୍ତି । ବଜାରରେ ବିକ୍ରି ହେଉଥିବା ପାଣି ବୋତଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ବୋତଲ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ସମୟରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସେମାନଙ୍କର ବିଦ୍ୟାର୍ଥୀଙ୍କୁ ନେଇ ଗତ କିଛି ମାସ ଧରି ପ୍ଲାଷ୍ଟିକର ବ୍ୟବହାର ନେଇ ପରିକଳ୍ପନା କରାଯାଇଛି । ଯେଉଁଥିରେ ବିଦ୍ୟାର୍ଥୀ ଏବଂ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନଙ୍କର ଉଦ୍ୟମରେ ଏଭଳି ୨୦ ହଜାର ବୋତଲ ବ୍ୟବହାର କରି ୧୫ ଦିନ ମଧ୍ୟରେ ଏକ ବିଶାଳ ମାଛ ଆକୃତି ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଆତ୍ମନିର୍ଭର ହେବାର ପଥ ଦେଖାଉଛି ବ୍ରହ୍ମପୁର ଆଇଟିଆଇ, ୱେଷ୍ଟ ଟୁ ୱେଲଥରେ କଳାକୃତି ଦେଖାଇଲେ ଛାତ୍ରଛାତ୍ରୀ

ଏହି ମାଛର ଉଚ୍ଚତା ୨୧ ଫୁଟ୍ ରହିଥିବା ବେଳେ କେବଳ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି । ଏହାର ନାମ ବୋତଲ ଖିଆ ମାଛ ରଖାଯାଇଛି । ଏହାକୁ ଶିକ୍ଷାନୁଷ୍ଠାନର ଫିଟର୍, ପେଣ୍ଟର୍, ମେକାନିକ୍ ,ଏଗ୍ରି କଲଚର୍‌ ଓ ଇଲେକ୍ଟ୍ରିସିଆନ୍ ବିଭାଗର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକ ମିଶି ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ବ୍ରହ୍ମପୁର ସହରର ଏହି ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ ଏଣେତେଣେ ପଡି ରହୁଥିବା ପ୍ରାୟ ୩୦ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଇ ପ୍ରାୟ ୨୩ ଫୁଟ୍ ଉଚ୍ଚତାର ହାତୀ ନିର୍ମାଣ କରାଯାଇଥିଲା ।


ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 20, 2024, 2:07 PM IST

ABOUT THE AUTHOR

...view details