ଓଡିଶା

odisha

ETV Bharat / state

ଏଥର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ - ITEM DANCE BANN

ଏଥର ରେକର୍ଡ ଡାନ୍ସ ଆଳରେ ଚାଲିପାରିବନି ଅଶ୍ଳୀଳତା । ବିବାଦୀୟ ଡାନ୍ସରଙ୍କୁ ମଞ୍ଚ ମନା । ଯାତ୍ରା କମିଟି ଓ ପ୍ରଶାସନ ମିଟିଂରେ ହେଲା ନିଷ୍ପତ୍ତି ।

ଏଥର ଖଣ୍ଡଗିରି ଯାତ୍ରା ହେବନି ଅଶ୍ଳୀଳ ନୃତ୍ୟ
ଏଥର ଖଣ୍ଡଗିରି ଯାତ୍ରା ହେବନି ଅଶ୍ଳୀଳ ନୃତ୍ୟ (ETV Bharat Odisha)

By ETV Bharat Odisha Team

Published : Jan 14, 2025, 9:12 PM IST

Updated : Jan 14, 2025, 9:35 PM IST

ଭୁବନେଶ୍ବର: ଏଥର ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଡାନ୍ସର । ଆଜି ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଖଣ୍ଡଗିରି ଥାନା ପରିସରରେ ଆଜି ଏନେଇ ବିଭିନ୍ନ କମିଟି ସହ ପୋଲିସ ପ୍ରଶାସନର ବୈଠକ ବସିଥିଲା ।

  • ମନୋରଞ୍ଜନ ଆଳରେ ଚାଲିଥିଲା ଲଗାମଛଡା ପ୍ରଦର୍ଶନ:-

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରାଜଗତକୁ କଳଙ୍କିତ କରୁଥିଲେ କିଛି ଆଇଟମ ଡାନ୍ସର । ଆଇଟମ ଡ୍ୟାନ୍ସ ନାଁରେ ଓଡ଼ିଆ ସଂସ୍କୃତି ଅପମାନିତ ହେଉଥିଲା । ଅଶ୍ଳୀଳତାର ମାତ୍ରା ଏତେ ହୋଇଥିଲା ଯେ, ସପରିବାର ଯାତ୍ରା ଦେଖିବା ମଧ୍ୟ ସମ୍ଭବ ହେଉନଥିଲା । ବରିଷ୍ଠ କଳାପ୍ରେମୀମାନେ ଏନେଇ ଯାତ୍ରା ଓ ମଞ୍ଚ ଅଭିନୟରୁ ମୁହଁ ଫେରିବାରେ ଲାଗିଥିଲେ । ଏହି ପ୍ରସଙ୍ଗ ଗଣମାଧ୍ୟମରେ ମଧ୍ୟ ବିତର୍କର ବିଷୟ ହୋଇଥିଲା । କେବଳ ଖଣ୍ଡଗିରି ଯାତ୍ରା ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରେ ଏପରି ଅଶ୍ଳୀଳ ନୃତ୍ୟର ଅଭିଯୋଗ ଆସିବାରେ ଲାଗିଥିଲା । କିଛି ସ୍ଥାନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏପରି ଲଗାମଛଡା ପ୍ରଦର୍ଶନ ଉପରେ ରୋକ ଲାଗିବା ପାଇଁ କଳାପ୍ରେମୀ ଓ ବୁଦ୍ଧିଜୀବୀମହଲରେ ବାରମ୍ବାର ଦାବି ଉଠୁଥିଲା । ସରକାର ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ ବୁଦ୍ଧିଜୀବୀ ।

ଏହା ମଧ୍ୟ ପଢନ୍ତୁ :-

ଗୃହରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି

ବାର୍ ପରେ ଯାତ୍ରା: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଆସୁଛି ଗାଇଡଲାଇନ୍

  • ଆଜି ନିଷ୍ପତ୍ତି, କାଲି ମାର୍ଗଦର୍ଶିକା

ତେବେ ଏ ବର୍ଷର ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଯାତ୍ରା କମିଟି ଓ ପ୍ରଶାସନ ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହିତ ସ୍ବେଛାସେବୀ ନିୟୋଜିତ କରିବା ଭଳି ଦିଗ ଉପରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ହିଁ ଖଣ୍ଡଗିରିରେ ମଞ୍ଚରେ ଅଶ୍ଳୀଳ ନୃତ୍ୟ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ବୈଠକ ହେଲା ପରେ ଏକ ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ଯାତ୍ରା କମିଟି ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 14, 2025, 9:35 PM IST

ABOUT THE AUTHOR

...view details