ଭୁବନେଶ୍ବର: ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରାଯାଉଛି । ଏହି କ୍ରମରେ ୫ଟି ଉପକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ ଆଇଆରସି ଭିଲେଜ୍ ସ୍କୁଲର ହୋଇଛି ରୂପାନ୍ତରୀକରଣ । ଏହାକୁ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ ୧୯୮୩ ମସିହାରୁ ଆରମ୍ଭ ହୋଇଛି । ସେହି ସମୟରେ ୫୦୦ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା ପାଠପଢା ।
ଆଜି ଏହି ସ୍କୁଲରେ ୨୦୦୦ରୁ ଅଧିକ ପିଲାମାନେ ପାଠ ପଢୁଛନ୍ତି । ଏଠାରେ ୩୦ରୁ ଅଧିକ ସ୍ମାର୍ଟ କ୍ଲାସ ରୁମ୍, ଇ ଲାଇବ୍ରେରୀ, ଲ୍ୟାବ ସହିତ ଷ୍ଟାଡିୟମ୍ ଓ ଓପନ ଜିମର ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା ପିଲାମାନେ ନିଜର ଭବିଷ୍ୟତ ଗଢ଼ିବା ସହିତ ଗୁଣାତ୍ମକ ପାଠ ପଢ଼ିପାରିବେ । ତେବେ ଏହି ସ୍କୁଲରେ ଥିବା ଖେଳ ପଡିଆ ହେଉ ବା ଓପନ ଜିମ ହେଉ ଏହାକୁ କେବଳ ସ୍କୁଲ ପିଲା ନୁହେଁ ଏହାକୁ ସ୍କୁଲର ଆଖପାଖରେ ରହୁଥିବା କମ୍ୟୁନିଟି ଲୋକ ମାନେ ମଧ୍ୟ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏସ ଆସ୍ବଥି କହିଛନ୍ତି ଯେ, ଏହି ସ୍କୁଲ ସମ୍ପୂର୍ଣ୍ଣ ଭାବରେ ବିଏମସି, ବିଡିଏ, ଓଏସଡିସି ଆଦିର କମ୍ୟୁନିଟି ସହଯୋଗିତା ଦ୍ବାରା ରୁପାନ୍ତରୀକରଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ...ବିଭିନ୍ନ ବିଭାଗରେ ନିଯୁକ୍ତ ପାଇଲେ ୧୨୯୪ ଅଧିକାରୀ, ଦିଗଦର୍ଶନ ଦେଲେ ନବୀନ