ସମ୍ବଲପୁର:ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ସ୍ଥିତ ମଣପୁରମ ଫାଇନାନ୍ସ ଲିମିଟେଡ଼ରୁ ଚୋରି ଘଟଣା । ୮ ଦିନ ପରେ ବି ପୋଲିସର ହାତ ଖାଲି । ସେପଟେ ଅଭିଯୁକ୍ତ ବିହାରର ହୋଇଥିବା ବେଳେ ସମ୍ବଲପୁର ପୋଲିସ ବିହାର ଏସଟିଏଫ ସହ ଯୋଗାଯୋଗ ସ୍ଥାପନ କରି ତଦନ୍ତ କରୁଛି ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲକହିଛନ୍ତି ।
ସମ୍ବଲପୁର ସହର ଉପରେ ଏବେ କୁଖ୍ୟାତ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗର ନଜର l ସମ୍ବଲପୁର ମଣପୁରମ ଫାଇନାନ୍ସରୁ ହୋଇଥିବା ସୁନା ଡକାୟତି ଘଟଣାରେ ସୁବୋଧ ସିଂ ଗ୍ୟାଙ୍ଗର ଲିଙ୍କ ଥିବାର ପୋଲିସ ପକ୍ଷରୁ ସୂଚନା ମିଳିବା ପରେ ଏହା ପ୍ରମାଣିତ ହୋଇଛି l
ସମ୍ୱଲପୁର ସୁନା ଲୁଟ ଘଟଣାରେ ଅନ୍ତରାଜ୍ୟ ଗ୍ୟାଙ୍ଗ ଲୁଟେରା:
ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, "ମଣପୁରମ ଗୋଲଡ଼ ଲୁଟ ମାମଲାରେ ତଦନ୍ତ ଚାଲୁଛି, ସେହି ମାମଲାରେ ସୁବୋଧ ସିଂ ଓ ପଲ୍ଲୁ ସିଂ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ସେମାନେ ସାରା ଦେଶରେ ଲୁଟ କରିଛନ୍ତି । ଜଣେ ଅଭିଯୁକ୍ତ ବିହାରର ବେହୁର ଜେଲରେ ଅଛି ଆଉ ଜଣେ କୋଲକାତାର ପ୍ରେସିଡେନ୍ସି ଜେଲରେ ଅଛି l ସେମାନେ ଜେଲରେ ରହି କ୍ରାଇମ କରୁଛନ୍ତି । ଆମେ ସେହି ଦିଗକୁ ନେଇ ତଦନ୍ତ କରୁଛୁ l ଆମ ପାଖରେ ଯେଉଁ ତଥ୍ୟ ପ୍ରମାଣ ମିଳିଛି ସେଥିରୁ ଜଣାପଡିଛି ଯେ ସେହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି l ଏଥିପାଇଁ ଏହି ମାମଲାର ସବୁ ଅଭିଯୁକ୍ତଙ୍କୁ ଧରିବୁ ଓ ଏହି ଗ୍ୟାଙ୍ଗ ଉପରେ ଲଗାମ ଲଗାଇବୁ ଯେମିତି ଆଗକୁ ଏମିତି ଘଟଣା ଘଟିବ ନାହିଁ l
ବିହାର ଏସଟିଏଫ ଯୋଗାଯୋଗରେ ସମ୍ବଲପୁର ପୋଲିସ:
ସେ ଆଉ ମଧ୍ୟ କହିଛନ୍ତି, " ଏହି ଗ୍ୟାଙ୍ଗ ବହୁତ ବଡ଼ ଗ୍ୟାଙ୍ଗ ଓ ସାରା ଦେଶରେ ଏମାନେ ସୁନା ଡକାୟତି କରୁଛନ୍ତି l ଏହି ଗ୍ୟାଙ୍ଗକୁ ନଷ୍ଟ କରିବା ପାଇଁ ଆମେ ବିହାର ଏସଟିଏଫ ସହ ଯୋଗାଯୋଗ କରୁଛୁ l ଆମର ଅତିରିକ୍ତ ଡିଜି, ଡିଜି କ୍ରାଇମ, ଡିଜି ସାର ସମସ୍ତେ ବିହାର ଏସଟିଏଫ ସହ ଯୋଗାଯୋଗ ସ୍ଥାପନ କରିଛନ୍ତି l ଏହି କେସରେ ସବୁ ବରିଷ୍ଠ ଅଧିକାରୀ କାମ କରୁଛନ୍ତି l ବିହାର ଏସଟିଏଫ ଏହି ମାମଲାରେ ପାଟନାରେ ବି ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି l ସବୁ ଜାଗାରେ ରେଡ ଚାଲୁଛି l ଅଭିଯୁକ୍ତକୁ ଯଥାଶୀଘ୍ର ଧରିବାକୁ ସମ୍ବଲପୁର ଏସପି 4 ରୁ 5 ଟି ଜାଗାକୁ ଟିମ ପଠେଇଛନ୍ତି ଓ ନଜରରେ ରଖିଛନ୍ତି l ସବୁ ସ୍ତରରେ ଆମେ ଯୋଗାଯୋଗ ସ୍ଥାପନ କରିଛୁ l ଡିଜି କ୍ରାଇମରୁ ଡ଼ିଜି ସାର ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ଦିନ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି l "
୨ ଅଭିଯୁକ୍ତଙ୍କ ଓ୍ବାଣ୍ଟେଡ ଫଟୋ: