ଭୁବନେଶ୍ୱର:ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୁଦ୍ରାରେ ରାଜଧାନୀ । କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଯୋଗ ଦିବସ । ଏଥିରେ ସାମିଲ ହୋଇ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗକୁ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ, ''ଆଗାମୀ ଦିନ ମାନଙ୍କରେ ସରକାରଙ୍କୁ ସୁସ୍ଥ ରଖିବାକୁ ଯୋଗ କାର୍ଯ୍ୟକ୍ରମ ହେବ । ଯୋଗକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବାରେ ପ୍ରଧାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ ।'' ଯୋଗ ଦିବସର ଥିମ୍କୁ ନେଇ ମୁଖ୍ୟମନ୍ତ୍ରୀ ବୁଝାଇବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିବାରୁ ସମସ୍ତ ବିଭାଗକୁ ଧନ୍ୟବାଦ ଜାଣିଥିଲେ ।
ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ - INTERNATIONAL DAY OF YOGA - INTERNATIONAL DAY OF YOGA
Odisha CM attends Yoga Day: କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ ସ୍ତରୀୟ ଯୋଗ ଦିବସରେ ସାମିଲ ହୋଇ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ
Published : Jun 21, 2024, 12:06 PM IST
|Updated : Jun 21, 2024, 1:47 PM IST
କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗୀୟ ସଚିବ, ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ, ପୋଲିସ କମିଶନର, ଅଭିନେତା, ଅଭିନେତ୍ରୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ପ୍ରଦର୍ଶନ କରିଥିଲେ । ଯୋଗ ଗୁରୁ ଉପସ୍ଥିତ ରହି ସମସ୍ତଙ୍କୁ ଯୋଗ ଶିଖାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ନିଜ ପାଇଁ ସମାଜ ପାଇଁ ଯୋଗ ଚଳିତ ବର୍ଷର ଅନୁଚିନ୍ତା ରହିଥିବା ବେଳେ ସମାଜର ସୁସ୍ଥତା ଓ ମଙ୍ଗଳ ପାଇଁ ଯୋଗ କରିଛି ଓଡ଼ିଶା ।