ଓଡିଶା

odisha

ETV Bharat / state

ସମ୍ଭାବ୍ୟ ବାତ୍ୟା ‘ଦାନା’; ଜାଣନ୍ତୁ କେଉଁ ଦେଶ କଲା ନାମକରଣ, କାହିଁକି ଅକ୍ଟୋବରରେ ବାତ୍ୟା ଡର ?

ସମୁଦ୍ରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ଦାନା । ଆରବିକ ଦେଶ କାତାର କଲା ନାମକରଣ । ଏକ ଆରବିକ ଶବ୍ଦ ‘ଦାନା’ ।

By ETV Bharat Odisha Team

Published : 10 hours ago

Updated : 8 hours ago

Cyclone Over BoB
Cyclone Over BoB (ETV Bharat Odisha)

ହାଇଦ୍ରାବାଦ:ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆଗାମୀ 24ଘଣ୍ଟାରେ ଲଘୁଚାପ, 22 ତାରିଖ ସକାଳ ସୁଦ୍ଧା ଅବପାତ, 23 ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା, 24 ତାରିଖ ସକାଳ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି ।

Cyclone Over BoB (ETV Bharat Odisha)

ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସହ ଜଡିତ ବାଦଲ ସମୂହ ଏକତ୍ରିକରଣ ହୋଇଥିବା ବେଳେ ଘୂର୍ଣ୍ଣୟମାନ ପବନର ବେଗ ମଧ୍ୟ ବୃଦ୍ଧି ପାଇଥିଲା । ଅର୍ଥାତ ଗତକାଲି ତୁଳନାରେ ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହୋଇଥିଲା l ପ୍ରଭାବରେ ଆସନ୍ତାକାଲି (ସୋମବାର) ୨୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।

ସାମ୍ଭାବ୍ୟ ବାତ୍ୟାର ନାମ ‘ଦାନା’-

ସମ୍ଭାବ୍ୟ ବାତ୍ୟାର ନାମ ‘ଦାନା’ । ନାମକରଣ ରଖିଲା ଆରବ ଦେଶ କାତାର । ଆରବରେ ‘ଦାନା’ର ଅର୍ଥ ସୁନ୍ଦର ଏବଂ ମୂଲ୍ୟବାନ ପଥର । ଏହାପୂର୍ବରୁ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥଇଲା ବାତ୍ୟା ୟସ । ୟସ ପରବର୍ତ୍ତୀ ବାତ୍ୟାର ନାଁ ରହିଥିଲା 'ଗୁଲାବ' ।

ବିଶ୍ବ ପାଣିପାଗ ବିଭାଗ (WMO) ନାମଗୁଡିକର ତାଲିକା ପରିଚାଳନା କରେ ଯାହା ପ୍ରତ୍ୟେକ ବାତ୍ୟା ପାଇଁ ଉପଯୁକ୍ତ । ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗରରେ ସୃଷ୍ଟ ବାତ୍ୟାର ନାଁ WMO ଓ ESCAP ପ୍ୟାନେଲ ନିର୍ଣ୍ଣୟ ନେଇଥାଏ । ଆରବ ସାଗର, ଭାରତ ମହାସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟା ଭିନ୍ନ ଭିନ୍ନ ରହିଥାଏ । ଯେତେବେଳେ ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 40 ମାଇଲରୁ ଅଧିକ ହୋଇଥାଏ, ସେତେବେଳେ ହିଁ ଏହି ତାଲିକାରୁ ବାତ୍ୟାର ନାମକରଣ କରାଯାଏ ।

ଏହା ବି ପଢନ୍ତୁ- କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୨୧ରେ ଲଘୁଚାପ, ୨୩ରୁ ୩ ଦିନ ପ୍ରବଳ ବର୍ଷା

ଏହା ବି ପଢନ୍ତୁ- ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ ! କେଉଁଠି ଛୁଇଁବ ଉପକୂଳ ?

"କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଗତକାଲିର ଉପର ବାୟୁ ସାଇକ୍ଲୋନିକ୍ ପ୍ରବାହ ଉତ୍ତର ଆଣ୍ଡାମାନ ସାଗର ଉପରେ ରହିଥିଲା । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ଇଷ୍ଟ-ସେଣ୍ଟ୍ରାଲ୍ ଉପକୂଳ ଏବଂ ଉତ୍ତର ଆଣ୍ଡାମାନ ସାଗର ସହିତ ନିମ୍ନ ଚାପ କ୍ଷେତ୍ର (ଲଘୁଚାପ) ସୃଷ୍ଟି ହେବାର ସମ୍ଭାବନା ଅଧିକ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ 22 ଅକ୍ଟୋବର ସକାଳ ସୁଦ୍ଧା ଡିପ୍ରେସନ (ଅବପାତ) ହୋଇ ଏବଂ 23 ଅକ୍ଟୋବର, 2024 ସୁଦ୍ଧା ବଙ୍ଗଳାର ଇଷ୍ଟସେଣ୍ଟ୍ରାଲ୍ ଉପସାଗରରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଧିକ । ଏହା ପରେ, 24 ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ଅଧିକ," ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ ଦର୍ଶା ଯାଇଛି ।

କାହିଁକି ଅକ୍ଟୋବରରେ ବାତ୍ୟା ?

ସାଧାରଣତଃ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଏକାଧିକ ବାତ୍ୟା ଆସିଥାଏ । ଏହି ସମୟକୁ ବାତ୍ୟା ସମୟ କୁହାଯାଏ । ଏହି ସମୟରେ ମହାବାତ୍ୟାଠୁ ଆରମ୍ଭ କରି ଭୀଷଣ ବାତ୍ୟା ଆସିଥିଲା । ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ୍ ଓଡିଶାକୁ ଅକ୍ଟୋବରରେ ମାଡ ହୋଇଥିଲା । ଯାହା ରାଜ୍ୟର ଚିତ୍ର ବଦଳାଇବା ସହିତ ଲୋକଙ୍କ ଜୀବନରେ ସର୍ବାଧିକ ପ୍ରଭାବ ପକାଇଥିଲା ।

Last Updated : 8 hours ago

ABOUT THE AUTHOR

...view details