ଭୁବନେଶ୍ବର: ରାଜଧାନୀରେ ନିଶା କାରବାରରେ କଫ ସିରଫ ବ୍ୟବହାର ନେଇ ବଡ଼ ଧରଣର ଚଢ଼ାଉ । ବେଆଇନ କଫ ସିରଫ ବିକ୍ରି ନେଇ ଡ୍ରଗସ୍କ୍ବାର୍ଡ ଓ ଅବକାରୀ ବିଭାଗର ମିଳିତ ଭାବେ ଆଜି(ସୋମବାର) ରାଜଧାନୀର ବିଭିନ୍ନ ସ୍ଥାନରେ ରେଡ କରିଛି । ଚାଲିଛି ଛାନଭିନ ।
ବେଆଇନ କଫ ସିରଫ ବିକ୍ରି ଉପରେ ରେଡ:
ନିଶା କାରବାରରେ କଫ ସିରଫ ବ୍ୟବହାର ନେଇ ଚଢ଼ାଉ କରିଛି ଡ୍ରଗସ୍କ୍ବାର୍ଡ ଓ ଅବକାରୀ ବିଭାଗ । ଭୁବନେଶ୍ବର ସ୍ଥିତ ଇନଫୋସିଟି ଥାନା ପ୍ରଶାନ୍ତି ବିହାରରେ ମାରଥନ ରେଡ କରିଛି ଟିମ । ବିଭିନ୍ନ ମେଡିସିନ ଦୋକାନରେ ପଶି ଚଢ଼ଉ କରୁଛନ୍ତି ଅଧିକାରୀ । ଏନେଇ ବେଆଇନ କଫ ସିରଫ ଓ କଫ ସିରଫର ଡ୍ରଗସ ପରିମାଣ ନେଇ ଛାନଭିନ କରାଯାଇଛି ।
ଅଭିଯୋଗ ପରେ ଚଢାଉ:
ଏନେଇ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ଅଧିକାରୀ ପରଭେଶ ଲେଙ୍କାକହିଛନ୍ତି, ‘ଆମ ପାଖରେ ଅଭିଯୋଗ ଆସିଥଲା । କିଛି କଫସିରଫ ଏଭଳି ବିକ୍ରି ନେଇ ଆମ ପାଖକୁ ଅଭିଯୋଗ ଆସିଥିଲା । ଏସବୁ ବିକ୍ରି ନେଇ ଏବେ ଯାଞ୍ଚ ଚାଲିଛି । ଏନେଇ କିଛି ସାମ୍ପଲ ସଂଗ୍ରହ କରି ସିଲ୍ କରି ଲ୍ୟାବକୁ ପଠାଯିବ । ରିପୋର୍ଟ ଆସିଲା ପରେ ଏନେଇ କାର୍ଯାନୁଷ୍ଠାନ ହେବ ।ଏନେଇ ଚାରୋଟି ଭେରାଇଟର କଫସିରଫ ଜବତ କରିଛୁ । ଏନେଇ ଅବକାରୀ ଟିମ୍ ସହ ଆମ ଟିମ ଛାନଭିନ ଜାରି ରଖିଛନ୍ତି ।’
ବେଆଇନ ଭାବେ ବିକ୍ରି ହେଉଥିଲା କଫ ସିରଫ:
ଆଇନଗତ ବିକ୍ରି ଥିବା ଏହି କଫ ସିରଫ ଡାକ୍ତରୀ ପ୍ରେସକ୍ରିପସନ ବିକ୍ରି ହୋଇପାରିବ । ବୋତଲ ପିଛା ୧୦ରୁ ୨୦ ଓ ୩୦ଭିତରେ ଡିଷ୍ଟ୍ରିବ୍ୟୁଟରଙ୍କଠୁ କିଣି ବିନା ପ୍ରେସକ୍ରିପସନରେ ୧୦୦ରୁ ୧୫୦ ଟଙ୍କାରେ ଏଭଳି ବିକ୍ରି ହେଉଥିବା ଅଭିଯୋଗ ରହିଥିଲା । କମ ଟଙ୍କାରେ ମଦ ଭଳି ନିଶା ପାଇବା ପାଇ ଏଭଳି ବ୍ୟବହାର କରୁଛନ୍ତି ନିଶାଡି । ଏନେଇ ଧିରେ ଧିରେ ଏହାର କାରବାର ବଢୁଥିବାରୁ ଭୁବନେଶ୍ବରରେ ଏଭଳି କାରବାର ବଢୁଥିବା ଡ୍ରଗସ କଣ୍ଟ୍ରୋଲ ପାଖରେ ସୂଚନା ପାଇଥିଲା । ଏନେଇ ମେଡିସିନ ଷ୍ଟୋରରେ ବିକ୍ରି ପାଇଁ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ପ୍ରତିବନ୍ଧକ ସହ ଫାର୍ମା ଡିଷ୍ଟ୍ରିବ୍ୟୁଟରଙ୍କୁ ଏଭଳି ସପ୍ଲାଲ ନଦେବାକୁ କଡା ତାଗିଦ କରାଯାଇଛି ।
ହେଲେ ବଜାରରେ ଡିମାଣ୍ଡ ଦେଖି ଦିନକୁ ୧୦୦ ବୋତଲ ପର୍ଯ୍ୟନ୍ତ ବିକ୍ରି କରୁଥିବା ଦୋକାନୀ ଏଭଳି ବେଆଇନ ଭାବେ ମଗାଉଛନ୍ତି । ଅସାଧୁ ଉପାୟରେ କାରବାର କରିବାକୁ ନିଶା ବ୍ୟବସାୟୀ ଭଳି କିଛି ମେଡିସିନ ଦୋକାନୀ ବେଆଇନ ଭାବେ ରାଜ୍ୟ ବାହାରର ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଚୋରା ଚାଲାଣ କରୁଛନ୍ତି । ତେଣୁ ଅବକାରୀ ଟିମ, ପୋଲିସ ଓ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଏପରି ରୀତିମତ ଭାବେ ଯାଞ୍ଚ କରୁଛନ୍ତି ।
ଜାନୁଆରୀରେ ଚଢାଉ କରିଥିଲା ନୟାପଲ୍ଲୀ ପୋଲିସ:
ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ ୧୭ରେ କଲିକତାରୁ ଏଭଳି ଚାଲାଣ ବେଳେ ଆଡିସନାଲ ଡ୍ରଗସ କଣ୍ଟ୍ରୋଲର ଓ ନୟାପଲ୍ଲୀ ପୋଲିସର ମିଳିତ ଭାବେ ସୂଚନା ଆଧାରରେ ଜବତ କରାଯାଇଥିଲା କଫସିରଫ । କଲିକତାରୁ ବସ ଯୋଗେ ଚାଲାଣ ବେଳେ ୨୦ ପେଟି ତଥା ୧୬୮୦ଟି ବୋତଲ କଫସିରଫ ଜବତ କରିଥିଲା ନଯାପଲ୍ଲୀ ପୋଲିସ । ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।
ଭରତପୁରରୁ ବି ଜବତ ହୋଇଥିଲା ବେଆଇନ କଫ ସିରଫ: