ଝାରସୁଗୁଡ଼ା:୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ରାଜନୈତିକ ମାହୋଲ ସରଗରମ ହୋଇଛି ।ଭୋଟରଙ୍କୁ ମନାଇବାକୁ ରାଜ୍ୟର ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ଜୋରଦାର କସରତ ଚାଲିଛି । ଏହାରି ମଧ୍ୟରେ ଦଳ ଡିଆଁ ପର୍ବ ଜୋରଦାର ହେଉଛି । ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି ଶତାଧିକ କର୍ମୀ ।
ଝାରସୁଗୁଡ଼ା ପଣ୍ଡରୀପଥର ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେଡ଼ି କର୍ମୀ ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ଆଗକୁ ଏହି କର୍ମୀମାନେ ଜିଲ୍ଲା ବିଜେପିର ବଳ ହେବେ ବୋଲି ଟଙ୍କଧର ତ୍ରିପାଠୀ କହିଥିଲେ ।
ସାମିଲ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ କିରିମିରା ବ୍ଲକ ପୂର୍ବତନ ସରପଞ୍ଚ ଦିପକ କିଷାନ ଙ୍କ ନେତୃତ୍ବ ରେ ମାନିକ କିଷାନ, ବିଦ୍ୟାଧର ବାଗ, ଗଣପତ କିଷାନ, ଗଣେଶ୍ୱର ସିଂହ, ଦଶରଥ ମାଝି, ରୋହିତ ଜୟପୁରିଆ, ହରେଶ ଜୟପୁରିଆଙ୍କ ସହ ବହୁ ବିଜେଡି କର୍ମୀ ଓ ଦଲକି ପଞ୍ଚାୟତ ର ରିତେଶ ବଡ଼ପଣ୍ଡା, ଶିବଶଙ୍କର ପଟେଲ, ଯୋଗେଶ୍ୱର ଖଲଦି, ପଙ୍କଜ ଖଲଦି, ଓ ଅନ୍ୟ ଙ୍କ ସମେତ କୋଳାବୀରା ବ୍ଲକ କର୍ମୀ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।