ଓଡିଶା

odisha

ETV Bharat / state

ହସ୍ପିଟାଲ ନିଆଁକୁ ନେଇ କେନ୍ଦ୍ରର ତତ୍ପରତା, ଅଗ୍ନିକାଣ୍ଡ ରୋକିବାକୁ ରାଜ୍ୟକୁ ଚିଠି - HOSPITAL FIRE SAFETY

ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ନେଇ ଚିଠି । ପ୍ରଶିକ୍ଷଣ ନେବେ ସ୍ବାସ୍ଥ୍ୟକର୍ମୀ । କରାଯିବ ମକଡ୍ରିଲ ।

Capital Hospital
Capital Hospital (ETV Bharat Odisha)

By ETV Bharat Odisha Team

Published : Nov 19, 2024, 5:31 PM IST

ଭୁବନେଶ୍ବର:ଉତ୍ତରପ୍ରଦେଶର ଝାନସୀ ମେଡିକାଲରେ ଅଗ୍ନିକାଣ୍ଡ ଘଟି ଅକାଳରେ ଲିଭିଗଲା ଅନେକ କୋମଳମତି ଶିଶୁଙ୍କ ଜୀବନ ଦୀପ । ଏହି ଘଟଣା ପରେ ଆଗକୁ ଯେପରି ଏପରି ଅଘଟଣ ନଘଟେ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଯେପରି ନହେବ ସେନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।

ଚିଠିରେ କଣ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ?

Hospital Fire Safety (ETV Bharat Odisha)

ଚିଠିରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି, ‘‘ହସ୍ପିଟାଲରେ ପ୍ରତିଦିନ ଫାୟାର ସେଫ୍ଟି ଡ୍ରିଲ୍ କରାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ । ହସ୍ପିଟାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନେ ଅଗ୍ନି ନିରାପତ୍ତା ସଂକ୍ରାନ୍ତରେ ପ୍ରଶିକ୍ଷଣ ନେବେ । ଅଗ୍ନିକାଣ୍ଡ ବେଳେ ସ୍ଥାନାନ୍ତର ଓ ଅଗ୍ନି ନିରାପତ୍ତା ଉପକରଣ ବ୍ୟବହାର ନେଇ ମଧ୍ୟ ତାଲିମ ଗ୍ରହଣ କରିବେ ହସ୍ପିଟାଲ ସ୍ୱାସ୍ଥ୍ୟ କର୍ମୀ । ହସ୍ପିଟାଲରେ ପ୍ରତିଦିନ ଫାୟାର ସେଫ୍ଟି ଡ୍ରିଲ୍ ସହ ବିଦ୍ୟୁତ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରାଯିବ ।’’

କଣ ପ୍ରତିକ୍ରିୟା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ?

HOSPITAL FIRE SAFETY (ETV Bharat Odisha)

ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ହସ୍ପିଟାଲରେ ଅଗ୍ନିକାଣ୍ଡକୁ ନେଇ ଫାୟାର ସେଫ୍ଟି ରହିବା ଆବଶ୍ୟକ । ଯେତେବେଳେ ହସ୍ପିଟାଲ ଆରମ୍ଭ ହେବ ସେନେଇ ଏକ ନିର୍ଦ୍ଦେଶାବଳୀରେ ଅଗ୍ନି ନିରାପକ ରହିବା ଅତ୍ୟନ୍ତ ଆବଶ୍ୟକ ।’’

Capital Hospital (ETV Bharat Odisha)

ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, ‘କ୍ୟାପିଟାଲ ହସ୍ପିଟାଲରେ କିଛି ଦିନ ବ୍ୟବଧାନରେ ମକଡ୍ରିଲ କରାଯାଉଛି । ଆଗକୁ ମଧ୍ୟ କରାଯିବ । ହସ୍ପିଟାଲରେ ସମସ୍ତ ଅଗ୍ନି ନିରାପକ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଝାନସୀ ମେଡିକାଲ କଲେଜ ଶିଶୁ ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ: 11 ଶିଶୁ ମୃତ, 15ରୁ ଅଧିକ ଗୁରୁତର

କଟକ ପରେ ରାଇରଙ୍ଗପୁର ନର୍ସିଂହୋମରେ ଅଗ୍ନିକାଣ୍ଡ - Hospital Fire

ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା - Newborn Dead

ବଢୁଛି ତାପମାତ୍ରା, ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ରୋକିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଜାରି - Health Ministry advisory



କେବେ କେଉଁଠି ହସ୍ପିଟାଲରେ ଲାଗିଛି ନିଆଁ ?

Capital Hospital (ETV Bharat Odisha)
  • କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମାତୃ ଓ ଶିଶୁ ବିଭାଗର SNCUରେ ଲାଗିଥିଲା ନିଆଁ । ଶିଶୁ ଯତ୍ନ ୟୁନିଟରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡିଥିଲା । ସେଠାରେ ପ୍ରାୟ ୧୫ ଜଣ ନବଜାତ ଶିଶୁ ନବଜାତମାନଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ୨ ଜଣ ଗୁରୁତର ହୋଇପଡିଥିଲେ ।
  • କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଥିଲେ ରୋଗୀ ।
  • କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ଆଇସିୟୁରେ ନିଆଁ ଲାଗିଥିବା ଯୋଗୁଁ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୪୦ଟି ଆମ୍ବଲାନ୍ସ ଜରିଆରେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
  • ଭୁବନେଶ୍ବର ସ୍ଥିତି କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଶିଶୁ ବିଭାଗରେ ସମସ୍ତ ଶିଶୁ ଓ ସମ୍ପର୍କୀୟଙ୍କୁ ତୁରନ୍ତ ଅନ୍ୟତ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ଫଳରେ କି କାହାର କୌଣସି କ୍ଷତି ଘଟିନଥିଲା ।
  • ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଥିଲା । ଯାହା ଏକ ବଡଧରଣର ନିଆଁ ଲାଗିଥିଲା । ଫଳରେ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା । ଅନେକ ଗୁରୁତର ଭାବରେ ଆହତ ହୋଇଥିଲେ ।
  • ବ୍ରହ୍ମପୁର ଏମକେସିଜି(MKCG) ମେଡିକାଲ କଲେଜରେ ଅଗ୍ନିକାଣ୍ଡ ମଧ୍ୟ ଘଟିଥିବା ନଜରକୁ ଆସିଥିଲା । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିଲା । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପରିକି କଟକ ଭୁବନେଶ୍ଵରରେ ଅନେକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ନଜରକୁ ଆସିଛି ।


    ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details