ଓଡିଶା

odisha

By ETV Bharat Odisha Team

Published : Jun 9, 2024, 12:28 PM IST

ETV Bharat / state

ଅବସର ପରେ କେଉଁ ବିଭାଗରେ କେତେ ଅଧିକାରୀ ପାଇଛନ୍ତି ପୁନଃନିଯୁକ୍ତି, ରିପୋର୍ଟ ମାଗିଲା ଗୃହ ବିଭାଗ - reappointed after retirement

Reappointed officers in Odisha after retirement: ରିପୋର୍ଟ ମାଗିଲା ଗୃହ ବିଭାଗ । ଅବସର ପରେ କେତେ ଅଧିକାରୀ ପୁନଃନିଯୁକ୍ତି ପାଇଛନ୍ତି, ତଥ୍ୟ ରଖିବେ ବିଭିନ୍ନ ବିଭାଗ । ଅଧିକ ପଢନ୍ତୁ

ଅବସର ପରେ କେଉଁ ବିଭାଗରେ କେତେ ଅଧିକାରୀ ପାଇଛନ୍ତି ପୁନଃନିଯୁକ୍ତି, ରିପୋର୍ଟ ମାଗିଲା ଗୃହ ବିଭାଗ
ଅବସର ପରେ କେଉଁ ବିଭାଗରେ କେତେ ଅଧିକାରୀ ପାଇଛନ୍ତି ପୁନଃନିଯୁକ୍ତି, ରିପୋର୍ଟ ମାଗିଲା ଗୃହ ବିଭାଗ (ETV Bharat Odisha)

ଭୁବନେଶ୍ବର: ନୂଆ ସରକାର ଶପଥ ନେବା ପୂର୍ବରୁ ସାମ୍ନାକୁ ଆସିଲାଣି କାର୍ଯ୍ୟାନୁଷ୍ଠମୂଳକ ଆଭିମୁଖ୍ୟ । ଅବସର ପରେ ପୁନଃନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ମାଗିଛି ଗୃହ ବିଭାଗ । କେଉଁ କେଉଁ ବିଭାଗରେ କେତେ ଜଣ ଅଧିକାରୀ ଅବସର ଗ୍ରହଣ କରିବା ପରେ ପୁଣି ନିଯୁକ୍ତି ପାଇଛନ୍ତି, ତାହାର ତାଲିକା ଦେବେ ବିଭିନ୍ନ ବିଭାଗୀୟ ମୁଖ୍ୟ । ଏନେଇ ଗୃହ ବିଭାଗର ଉପ-ସଚିବ ନାରୋତ୍ତମ ମହାନ୍ତି ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଏହି ଧାରାରେ ରାଜ୍ୟରେ ଏକାଧିକ ଅଧିକାରୀ ରହିଛନ୍ତି । ଯେଉଁମାନଙ୍କ ସ୍ବାଭାବିକ କାର୍ଯ୍ୟକାଳ ଶେଷ ହେବା ପରେ ସେମାନେ ବିଭିନ୍ନ ବିଭାଗରେ ପୁଣି ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି ।

ଅବସର ପରେ କେଉଁ ବିଭାଗରେ କେତେ ଅଧିକାରୀ ପାଇଛନ୍ତି ପୁନଃନିଯୁକ୍ତି, ରିପୋର୍ଟ ମାଗିଲା ଗୃହ ବିଭାଗ (ETV Bharat Odisha)

ନୂଆ ସରକାର ଗଠନ ପୂର୍ବରୁ ଆକ୍ଟିଭ ମୋଡ଼ରେ ଆସିଛି ରାଜ୍ୟ ପ୍ରଶାସନ । ବିଭିନ୍ନ ବିଭାଗରେ ଅବସର ପରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ମାଗିଛି ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ । ଏନେଇ ଆଜି ଗୃହ ବିଭାଗ ଉପ-ସଚିବ ନାରୋତ୍ତମ ମହାନ୍ତି ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଅବସର ପରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ପ୍ରଦାନ କରିବାକୁ ଚିଠିରେ ଦର୍ଶାଯାଇଛି । ପୋଲିସ ଡିଜି, ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନ, ଅଗ୍ନିଶମ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ହାଇକୋର୍ଟ ରେଜିଷ୍ଟ୍ରର, ଗୁଇନ୍ଦା ବିଭାଗର ପ୍ରମୁଖଙ୍କୁ ଚିଠି ପଠାଯାଇଛି । ଗୃହ ବିଭାଗ ଛଡା ଅନ୍ୟ କିଛି ବିଭାଗକୁ ମଧ୍ୟ ଚିଠି ହୋଇଥିବା ସୂଚନା ମିଳିଛି ।

ପଞ୍ଚାୟତରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଅବସର ପରେ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ ନବୀନ ସରକାର । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ)ରେ ପ୍ରାୟ 10ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ଓଏଏସ ଅଧିକାରୀ ଅବସର ପରେ ନିଯୁକ୍ତି ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆର.ବାଲକ୍ରିଷ୍ଣନ ଓ ଉପେନ୍ଦ୍ର ତ୍ରିପାଠୀ ଅବସର ପରେ ପୁନଃନିଯୁକ୍ତି ପାଇଥିଲେ । ସୁରେଶ ମୁଖ୍ୟ ଶାସନ ସଚିବ ଓ ବାଲକ୍ରିଷ୍ଣନ ଉନ୍ନୟନ କମିଶନର ଭାବେ ଅବସର ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିଲେ । ସେହିପରି ତ୍ରିପୁରାରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ପରେ ଉପେନ୍ଦ୍ର ତ୍ରିପାଠୀଙ୍କୁ ‘ସିଏମଓ’ରେ ନିଯୁକ୍ତି ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମ-ଓଡ଼ିଶା କାର୍ଡ ଖେଳିବ ବିଜେପି ! ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ରାଜ୍ୟରେ ହଇଚଇ - Suresh Pujari get party high command call

ସେହିପରି ମୁଖ୍ୟମନ୍ତ୍ରୀଙ୍କ ‘ଓଏସଡି’ ଥିବା ରୀତାରଣୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ‘ଓଏସଡି’ ଥିବା ପ୍ରଦୀପ୍ତ କୁମାର ମହାପାତ୍ର, ଗୋପବନ୍ଧୁ ଦାସ, ବିଷ୍ଣୁ ପ୍ରସାଦ ମିଶ୍ର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର ସୁକାନ୍ତ ପଣ୍ଡାଙ୍କୁ ଅବସର ପରେ ନିଯୁକ୍ତି ମିଳିଥିଲା । ପୂର୍ବରୁ ଏହାକୁ ବିଭିନ୍ନ ସମୟରେ ବିଜେପି ମୁଦ୍ଦା କରି ସରକାରଙ୍କୁ ଟାର୍ଗେଟ କରିଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକାଧିକ ତାମିଲ ଅଧିକାରୀ ଥିବା ମଧ୍ୟ ଦଳ ବିଭିନ୍ନ ସମୟରେ ଅଭିଯୋଗ କରିଆସିଛି । ଏବେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଗଠନ କରିବା ପୂର୍ବରୁ ଏବେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କଲାଣି ରାଜ୍ୟ ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details