ଓଡିଶା

odisha

ETV Bharat / state

ରାଜଧାନୀରେ ହିଟ୍ ଆଣ୍ଡ ରନ, ଗାଡି ଧକ୍କାରେ ଆଖି ବୁଜିଲେ ରିଟାର୍ଡ କର୍ଣ୍ଣେଲ - HIT AND RUN CASE

ଭୁବନେଶ୍ବରରେ ହିଟ୍‌ ଆଣ୍ଡ ରନ ମାମଲା । ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଲେ ଜଣେ ରିଟାର୍ଡ କର୍ଣ୍ଣେଲ ।

RETIRED COLONEL DEATH
RETIRED COLONEL DEATH (ETV Bharat Odisha)

By ETV Bharat Odisha Team

Published : Feb 1, 2025, 4:07 PM IST

ଭୁବନେଶ୍ବର:ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌ । ମର୍ଣ୍ଣିଂ ୱାକ ବେଳେ ଗାଡି ଧକ୍କାରେ ଚାଲିଗଲା ରିଟାର୍ଡ କର୍ଣ୍ଣେଲଙ୍କ ଜୀବନ । ଆଜି(ଶନିବାର) ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାର ଏଟିଏମ୍ ଛକ ପାଖ ଶନି ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ରିଟାର୍ଡ କର୍ଣ୍ଣେଲ ହେଲେ ଟିଏ ବାଟାଲିୟନର କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ଡାକ୍ତର ରବିନ୍ଦ୍ର କୁମାର ବେହେରା ।

RETIRED COLONEL DEATH (ETV Bharat Odisha)

କାଳ ହେଲା ମର୍ଣ୍ଣିଂ ୱାକ

ସବୁଦିନ ପରି ଆଜି ମଧ୍ୟ ମର୍ଣ୍ଣିଂ ୱାକରେ ବାହାରି ପଡିଥିଲେ ରିଟାର୍ଡ କର୍ଣ୍ଣେଲ ଆର.କେ ବେହେରା । ସକାଳ ପ୍ରାୟ 5.30 ବେଳେ ଫୁଲ ତୋଳିବା ପରେ ସେ ମର୍ଣ୍ଣିଂ ୱାର୍କରେ ଯାଉଥିଲେ । ହେଲେ ନିଳାଦ୍ରୀ ବିହାର ଶନି ମନ୍ଦିର ନିକଟରେ ଏକ ଅଜଣା ଗାଡି ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ପଛପଟ ମୁଣ୍ଡ ମାଡ ହୋଇ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ପରିବାରଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଛି ।

HIT AND RUN CASE (ETV Bharat Odisha)

ଚନ୍ଦ୍ରଶେଖରପୁର ଥାନା ପୋଲିସର ତନାଘନା:

ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ କେସ ନଂ 52/25, 281 ( ଖରାପ ଗାଡି ଚାଳନା), 106( ଅବହେଳାରୁ ମୃତ୍ୟୁ)BNSରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ହିଟ୍ ଆଣ୍ଡ ରନ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଦୁଃଖ ପ୍ରକାଶ କଲେ ବରିଷ୍ଠ ନାଗରିକ:

ଏହି ଦୁର୍ଘଟଣାକୁ ନେଇ ନିଳାଦ୍ରୀ ବିହାର ବରିଷ୍ଠ ନାଗରିକ ଓ ସୋସାଇଟ ପକ୍ଷରୁ ଏନେଇ କ୍ଷୋଭ ପ୍ରକାଶ କରାଯାଇଛି ।

RETIRED COLONEL (ETV Bharat Odisha)

ସରକାର ପାଦଚଲା ରାସ୍ତା କରନ୍ତୁ:

ଏହି ଦୁର୍ଘଟଣାକୁ ନେଇବ୍ରିଗେଡିୟର ଏଲ ସିଂ ପଟ୍ଟନାୟକକହିଛନ୍ତି, ‘ମୃତ ରବିନ୍ଦ୍ର କୁମାର ବେହେରା ସବୁଦିନ ମର୍ଣ୍ଣିଂ ୱାକରେ ଯାଆନ୍ତି । ପ୍ରତିଦିନ ଭୋର 4.30ରୁ 5ଟା ମଧ୍ୟରେ ମର୍ଣ୍ଣିଂ ୱାକରେ ଯାଇଥାନ୍ତି । ସବୁଦିନ ଭଳି ଆଜି ବି ସେ ଯାଇଥିଲେ । ସକାଳୁ କୁହୁଡି ଥିଲା । ଏହା ଏକ ହିଟ୍‌ ଆଣ୍ଡ ରନ କେସ । ସକାଳୁ ଏପରି 3ଟି କେସ ଆସିଛି । ଏଥିପାଇଁ ସରକାରଙ୍କୁ ଆମେ ପରାମର୍ଶ ଦେଉଛୁ । ସରକାର ଲୋକଙ୍କ ପାଇଁ ପାଦଚଲା ରାସ୍ତା କରନ୍ତୁ । ସବୁ ସ୍ଥାନରେ ସିସିଟିଭି ଲଗାଯାଇ ସେମାନଙ୍କୁ ଧରନ୍ତୁ । କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ୍‌ ଆଗକୁ ଏମିତି ଅନେକ ଘଟଣା ଘଟିପାରେ ।’

ଏହା ମଧ୍ୟ ପଢନ୍ତୁ:

ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ'

ରାଜଧାନୀ ପରେ ପୁରୀରେ ଦୁର୍ଘଟଣା ଘଟାଇଲା ‘ମୋ ବସ’, ୩୦ରୁ ଊର୍ଦ୍ଧ୍ବ ଆହତ

ବାଙ୍କୀରେ ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, 20ରୁ ଊର୍ଦ୍ଧ୍ବ ଆହତ

ମଣିଷପଣିଆ କୁଆଡେ ଗଲା ବୋଲି ପ୍ରଶ୍ନ କଲେ ବରିଷ୍ଠ ନାଗରିକ:

ସେହିପରି ଆଉ ଜଣେ ବରିଷ୍ଠ ନାଗରିକ କହିଛନ୍ତି, ‘ରାସ୍ତାରେ ଜଣଙ୍କ ଶରୀର ପଡିଥିଲା । କେହି ଟିକେ ଦେଖିଲେନି । ଆମର ମାନବିକତା କୁଆଡେ ଗଲା । କେହି ଯଦି ଉଠାଇଥାନ୍ତେ ହୁଏତ ସେ ବଞ୍ଚି ଯାଇପାରିଥାନ୍ତେ ।’

HIT AND RUN CASE (ETV Bharat Odisha)

ରାଜଧାନୀରେ ବଢୁଛି କି ଦୁର୍ଘଟଣା ମାମଲା:

ନିକଟରେ ଗତ ଜାନୁଆରୀ 23ରେ ସିରିଜ ଦୁର୍ଘଟଣା ଘଟାଇଥିଲା ମୋ ବସ୍‌ । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଘଟିଥିଲା ସିରିଜ ଦୁର୍ଘଟଣା । ଯେଉଁଥିରେ 4 ଜଣ ଆହତ ହୋଇଥିଲେ । ଯେଉଁଥିରେ 3ଟି ଗାଡି କ୍ଷତି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details