ଓଡିଶା

odisha

ETV Bharat / state

ସଂଯୁକ୍ତା ମହଲଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ପୋଲିସର ନିଷ୍କ୍ରିୟତାକୁ ନେଇ ହୋଇଥିଲା ମାମଲା - Sanjukta Mahala Petition Dismissed - SANJUKTA MAHALA PETITION DISMISSED

Sanjukta Mahala's Petition Dismissed: ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ମାମଲାରେ ପୋଲିସର ନିଷ୍କ୍ରିୟତା ନେଇ ସେ ଅଭିଯୋଗ ଆଣିଥିଲେ । ଅଧିକ ପଢନ୍ତୁ

Petition Dismissed
Petition Dismissed

By ETV Bharat Odisha Team

Published : Apr 12, 2024, 10:36 PM IST

କଟକ: ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ମାମଲା । ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଶ୍ରୀକାନ୍ତଙ୍କ ବିରୋଧରେ ଆଇପିସି ଧାରା 376ରେ ପୋଲିସ ମାମଲା ରୁଜୁ ନକରିବା ଅଭିଯୋଗରେ ଦାୟର ହୋଇଥିଲା ମାମଲା । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି । ସେହିପରି ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରରୋଚନାରେ ଦୁଇ ଜଣ ସାମ୍ବାଦିକ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସଂଯୁକ୍ତା ଦାୟର କରିଥିବା ଅନ୍ୟ ଏକ ମାମଲାକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି।


କ'ଣ ଥିଲା ପୁରା ମାମଲା:

ପୋଲିସ ନିଷ୍କ୍ରିୟତା ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ତାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ମାମଲାର ଉପଯୁକ୍ତ ତଦନ୍ତ କରୁନାହିଁ ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ପୋଲିସ ନିଷ୍କ୍ରିୟତା ନେଇ ଆବେଦନ କରିଥିଲେ ସଂଯୁକ୍ତା । ପୂର୍ବରୁ ସେ ପୁଲିସ ନିଷ୍କ୍ରିୟତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ । ୨୦୨୩ ମସିହା ନଭେମ୍ବର ୧ତାରିଖରେ ମାମଲାର ଶୁଣାଣି ସମୟରେ ତଦନ୍ତ ପ୍ରାରମ୍ଭିକ ଅବସ୍ଥାରେ ରହିଛି ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଦର୍ଶାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଶ୍ରୀକାନ୍ତ ଓ ସଂଯୁକ୍ତା ମହଲ ବିବାଦରେ ନୂଆ ମୋଡ଼, ଜବରଦସ୍ତ ଘରେ ପଶିବା ଅଭିଯୋଗରେ ଗିରଫ ହେଲେ ସଂଯୁକ୍ତା

ଏଭଳି ସ୍ଥିତିରେ ହାଇକୋର୍ଟ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏଥି ସହିତ ଯଦି କିଛି ଅଭିଯୋଗ ରୁହେ, ତେବେ ଆବେଦନକାରୀ ପରବର୍ତ୍ତୀ ସମୟରେ ପୁଣି ମାମଲା ଦାୟର କରିପାରିବେ ବୋଲି ହାଇକୋର୍ଟ କହିଥିଲେ। " ୪ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ସମ୍ପର୍କିତ ଦଫା ଲଗାଇ ଗିରଫ କରାଯିବା ଉଚିତ। କିନ୍ତୁ ପୋଲିସ ସମ୍ପୂର୍ଣ୍ଣ ଭାବେ ନିରବ ହୋଇ ବସିଛି। ତଦନ୍ତରେ ଶିଥିଳତା ଏଥିରୁ ସ୍ପଷ୍ଟ ହେଉଛି" ବୋଲି ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ସଂଯୁକ୍ତା ଗତ ବର୍ଷ ଏତଲା ଦେଇଥିଲେ। ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ସଂଯୁକ୍ତା । ଶୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣି ସେ ରାଜଧାନୀରେ ହାଇଡ୍ରାମା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।


ଇଟିଭି ଭାରତ, କଟକ

ABOUT THE AUTHOR

...view details