ଓଡିଶା

odisha

ETV Bharat / state

ଭରତପୁର ଥାନା କାଣ୍ଡ: ନିଲମ୍ବିତ ICC ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ନାହିଁ ହାଇକୋର୍ଟ

ଭରତପୁର ଥାନା କାଣ୍ଡ ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ହାେଇକୋର୍ଟରୁ ମିଳିଲାନି ଅନ୍ତରୀଣ ସୁରକ୍ଷା । କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ।

ଭରତପୁର ଥାନା ICC ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ନାହିଁ ହାଇକୋର୍ଟ
ଭରତପୁର ଥାନା ICC ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ନାହିଁ ହାଇକୋର୍ଟ (ETV Bharat Odisha)

By ETV Bharat Odisha Team

Published : 5 hours ago

କଟକ:ଭରତପୁର ଥାନାରେ ସେନା-ପୋଲିସ ବିବାଦ ଘଟଣାରେ ନିରାଶ ହୋଇଛନ୍ତି ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ର । ଗତକାଲି ଏହି ମାମଲାର ଶୁଣାଣି କରି ଦୀନକୃଷ୍ଣ ମିଶ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ କୋର୍ଟ ମନା କରିଦେଇଛନ୍ତି । ସେହିପରି ତଦନ୍ତର ଅଗ୍ରଗତି ନେଇ କୋର୍ଟଙ୍କୁ ଅବଗତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅପ ଟୁ ଡେଟ କେଶ ଡାଏରୀ ଦାଖଲ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେବା ସହ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ଅନ୍ୟ ୪ ଜଣ ପୋଲିସ ଅଧିକାରୀ ବୈଶାଳିନୀ ପଣ୍ଡା, ବଳରାମ ହାଁସଦା, ସାଗରିକା ରଥ ଓ ଶଲିଳାମୟୀ ସାହୁଙ୍କ ଆବେଦନ ଉପରେ ଏହି ସମାନ ଆଦେଶ ଦେଇଥିଲେ ହାଇକୋର୍ଟ ।

  • ଗତ ଶୁଣାଣିରେ ୪ ପୋଲିସ ଅଧିକାରୀ ନିରାଶ ହୋଇଥିଲେ


ଭରତପୁର ଥାନାରେ ଆର୍ମି ମେଜର ଓ ପୋଲିସଙ୍କ ବିବାଦ ଘଟଣାରେ ୪ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ମିଳିନାହିଁ ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୫ ପୋଲିସ ଅଧିକାରୀ । ଏହି ମାମଲାର ଶୁଣାଣି ହୋଇଥିଲା । ମାତ୍ର ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ପାଇଁ ମନା କରିଦେଇଥିଲେ । ସେହିପରି ଏହି ମାମଲାର ତଦନ୍ତର ସ୍ଥିତି ଏବଂ କେସ ଡାଏରୀ ପ୍ରଦାନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଏହି ୪ ପୋଲିସ ଅଧିକାରୀ ହେଉଛନ୍ତି ବୈଶାଳିନୀ ପଣ୍ଡା,ବଳରାମ ହଂସଦା,ସଗରିକା ରଥ ଓ ଶୈଳମୟୀ ସାହୁ।

ଏହାବି ପଢନ୍ତୁ... ଭରତପୁର ଥାନା ମାମଲା; ୪ ପୋଲିସ ଅଧିକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ମନାକଲେ ହାଇକୋର୍ଟ

ଏହା ବି ପଢନ୍ତୁ- ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case



ଥମିବାର ନାଁ ଧରୁ ନାହିଁ ଭରତପୁର ଥାନାରେ ହୋଇଥିବା ସେନା ଅଧିକାରୀ ଓ ପୋଲିସ ବିବାଦ । ଏନେଇ ଓଡିଶା ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ମାମଲା । ନିଲମ୍ବିତ SIଙ୍କ ମା’ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପୀଡିତା ଜଣକ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ଆବେଦନରେ ଉଲ୍ଲେଖ କରିଛନ୍ତି । ପୀଡିତା (ସେନା ଅଧିକାରୀଙ୍କ ବାନ୍ଧବୀ) ଗଣମାଧ୍ୟମକୁ କିପରି ସାକ୍ଷାତକାର ଦେଉଛନ୍ତି । ହାଇକୋର୍ଟ ଏନେଇ କୌଣସି ବ୍ୟକ୍ତିଙ୍କ ନାମ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୀଡିତା କୋର୍ଟଙ୍କ ନିର୍ଦ୍ଦେଶକୁ ଖିଲାପ କରିଥିବା ନେଇ ନିଜ ଆବେଦନରେ ଦର୍ଶାଇଛନ୍ତି ନିଲମ୍ବିତ SI ଙ୍କ ମା’ । ଯାହାଫଳରେ ତାଙ୍କ ଝିଅ ବଦନାମ ହେଉଛି । କୋର୍ଟରେ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ତାଙ୍କୁ ଦୋଷୀ ଭଳି ବ୍ୟବହାର କରାଯାଉଥିବା ସେ ଆବେଦନରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi


ପୂର୍ବରୁ କ’ଣ ରାୟ ଦେଇଥିଲେ ହାଇକୋର୍ଟ !

ଭରତପୁର ଥାନାରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାରେ ଓଡିଶା ହାଇକୋର୍ଟ ନିମ୍ନ ଅଦାଲତଙ୍କ କାର୍ଯ୍ୟକୁ କଡା ସମାଲୋଚନା କରିଥିଲେ । ସେହିପରି ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ । ଗତମାସ (ସେପ୍ଟେମ୍ବର) ୧୬ ତାରିଖରେ ମେଜରଙ୍କ ବାନ୍ଧବୀଙ୍କୁ ନିମ୍ନ ଅଦାଲତ (ଭୁବନେଶ୍ୱର ସ୍ଥିତ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ) ଯେଉଁ ଜାମିନ ପ୍ରଦାନ କରିଥିଲେ ତାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ ତାଗିଦ ମଧ୍ୟ କରିଛନ୍ତି । ଏପରିକି ହାଇକୋର୍ଟ କହିଛନ୍ତି କି ମାଜିଷ୍ଟ୍ରେଟ ନିଜ ନ୍ୟାୟିକ ବୁଦ୍ଧି ପ୍ରୟୋଗ ନ କରି ସାଧାରଣ ଢଙ୍ଗ ରେ କାର୍ଯ୍ୟ କରିଛନ୍ତି।


କୋର୍ଟ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ,ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ସମୟରେ ନିମ୍ନ ଅଦାଲତ ଆଇନକୁ ତର୍ଜମା କରିବା ଉଚିତ । ଏହି ଭଳି ଛପା ଫର୍ମାଟ ଆଦେଶ ଅନୁସରଣ ନକରିବା ପାଇଁ ସମସ୍ତ ମାଜିଷ୍ଟ୍ରେଟଙ୍କୁ ଅବଗତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କୁ ହାଇକୋର୍ଟ କହିଛନ୍ତି । ‘ବିଏନଏସ’ର ଧାରା-୩୫ରେ ଥିବା ବ୍ୟବସ୍ଥା ଅନୁସରଣ କରିବା କ୍ଷେତ୍ରରେ ଗିରଫ କରିଥିବା ପୋଲିସ ଅଧିକାରୀ ବିଫଳ ହୋଇଥିଲେ ବୋଲି ହାଇକୋର୍ଟ ଅର୍ଡରେ ସ୍ପଷ୍ଟ କରିଛନ୍ତି । ଯାହାକି ସୁପ୍ରିମକୋର୍ଟଙ୍କ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details