ଓଡିଶା

odisha

ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ମମତା, ଦୁର୍ବିସହ ହୋଇପଡ଼ିଛି ଜୀବନ - Woman Needs Govt Help - WOMAN NEEDS GOVT HELP

Helpless Woman Needs Government Support: ସ୍ବାମୀଙ୍କ ବିୟୋଗ ପରେ ଦୁର୍ବିସହ ହୋଇପଡ଼ିଛି ମମତାଙ୍କ ଜୀବନ। ଲୋଡ଼ୁଛନ୍ତି ସରକାରୀ ସହୟତା । ଅଧିକ ପଢ଼ନ୍ତୁ...

Woman Needs Govt Help
Woman Needs Govt Help (ETV Bharat Odisha)

By ETV Bharat Odisha Team

Published : Jun 18, 2024, 3:54 PM IST

ନୂଆପଡ଼ା: ସରକାର ଗରିବ ଅସହାୟ ମହିଳାମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସାମାଜିକ ଜନ କଲ୍ୟାଣ ଯୋଜନାମାନ କରିଛନ୍ତି । ଏହି ଯୋଜନା ଆଧାରରେ ମଧୁବାବୁ ପେନସନ ଯୋଗାଇ ଦେବା ନିୟମ ରହିଛି । ଯେଉଁଥିରେ ମହିଳା ମାନଙ୍କୁ ମାସକୁ 1 ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ଗ୍ରାମପଞ୍ଚାୟତ ଜରିଆରେ ଯୋଗାଇଦେବା ନିୟମ ରହିଛି । ହେଲେ ନୂଆପଡ଼ା ଜିଲ୍ଲା କିରିକିଟା ଗ୍ରାମପଞ୍ଚାୟତ ଜୁନାପାଣି ଖଲିଆଭଟା ଗାଁରେ ସତେ ଯେମିତି ବାଟବଣା ହୋଇଛି ଏହି ଯୋଜନା।

Woman Needs Govt Help (ETV Bharat Odisha)

ନୂଆପଡ଼ା ଜିଲ୍ଲା ଖଲିଆଭଟା ଗାଁର ବଲମତ ମାଝୀଙ୍କ ସ୍ତ୍ରୀ ମମତା ମାଝୀ । ତିନି ନାବାଳକଙ୍କୁ ନେଇ ସୁଖ ଦୁଃଖରେ ଚଳୁଥିଲା ତାଙ୍କ ସଂସାର । ହେଲେ କପାଳ ଲିଖନ ଥିଲା କିଛି ଅଲଗା । ହଠାତ ପରିବାରର ରୋଜଗାର କ୍ଷମବ୍ୟକ୍ତି ବଲମତ ମାଝୀ ଅଜଣା ରୋଗରେ ପୀଡିତ ହୋଇଥିଲେ। ପରେ 2023 ନଭେମ୍ବର ମାସରେ ବଳରାମଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିଲେ ମମତା ମାଝୀ । ତିନି ନାବାଳକ ସନ୍ତାନକୁ ନେଇ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ।ସେପଟେ ସ୍ବାମୀଙ୍କ ମୃତ୍ୟୁକୁ 6/7ମାସ ହୋଇ ଯାଇଥିଲେ ମଧ୍ୟ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି ମମତା। ସେହିଭଳି ରାସନକାର୍ଡ, ଆବାସ ଗୃହରୁ ମଧ୍ୟ ବଞ୍ଚିତ ଅଛନ୍ତି ମମତା । କିରିକିଟା ସରପଞ୍ଚ ତଥା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବହେଳା ଯୋଗୁ ମମତା ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ମଧୁବାବୁ ପେନସନ ଯୋଜନାରେ ମିଳୁନି ଭତ୍ତା, ଚିନ୍ତାରେ ହିତାଧିକାରୀ

ମମତାଙ୍କ ପାଖରେ ସମସ୍ତ ପ୍ରକାର ଯୋଗ୍ୟତା ରହିଥିଲେ ମଧ୍ୟ ତାଙ୍କୁ ମିଳି ପାରୁନି ମଧୁବାବୁ ପେନସନ ଭତ୍ତା । ସେପଟେ କିରିକିଟା ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମୁଳୁନଥିବା ମମତା ମାଝୀ ଅଭିଯୋଗ କରିଛନ୍ତି । ସରପଞ୍ଚ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ମଧୁବାବୁ ପେନସନ, ରାସନକାର୍ଡ, ଆବାସଗୃହରୁ ବଞ୍ଚିତ ଅଛନ୍ତି ମମତା ମାଝୀ । ଏବେ ତିନି ସନ୍ତାନଙ୍କୁ ଧରି ପରଘରେ ମୂଳଲାଗି ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି ଅସହାୟ ମମତା ମାଝୀ । ବେଳେ ଖାଇଲେ ବେଳେ ଉପବାସ ରହୁଥିବା ପ୍ରକାଶ କରିଛନ୍ତି ମମତା । ତେବେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମହିଳା ଜଣକ ଆକୁଳ ନିବେଦନ କରିଛନ୍ତି । ଅପରପକ୍ଷେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସମସ୍ତ ସହାୟତା ଯୋଗାଇଦେବେ ବୋଲି ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details