ଓଡିଶା

odisha

ETV Bharat / state

ପୁଅର ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି ମାଆ - BEGGING TO PERFORM DEATH RITUAL

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଞ୍ଚଳରେ ଦୁଃଖଦ ଘଟଣା । ପୁଅର ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛି ମାଆ ।

mother begs to raise funds for perform son last rites
mother begs to raise funds for perform son last rites (ETV Bharat Odisha)

By ETV Bharat Odisha Team

Published : Dec 13, 2024, 2:56 PM IST

ନିମାପଡା: ବିଧିର ବିଧାନ । ଯେଉଁ ପୁଅ ଦିନେ ମାଆକୁ କାନ୍ଧରେ ବୋହି ମଶାଣି ନେଇଥାନ୍ତା ସେଇ ପୁଅର ଶୁଦ୍ଧିକ୍ରିୟା କରିବା ପାଇଁ ହାତ ପକାଇ ଭିକ୍ଷା ମାଗୁଛି ମାଆ । ଏକ ଦୁର୍ଘଟଣାରେ ରୋଜଗାରିଆ ପୁଅ ଦିବ୍ୟାଙ୍ଗ ହେବା ପରେ ହାତ ଛାଡି ଚାଲିଗଲା ବୋହୁ, ପୁଅକୁ ଭଲ କରିବା ପାଇଁ ବୃଦ୍ଧ ବାପା ମା ଭିକ୍ଷା ମାଗି ପୁଅକୁ ଦେଉଥିଲେ ଔଷଧ । ଟଙ୍କା ଅଭାବରୁ ଚିକିତ୍ସା ଅଧାରେ ରହିଗଲା । କିଛି ଦିନ ପୂର୍ବେ ଚାଲିଗଲା ବୃଦ୍ଧ ବାପା । ବୃଦ୍ଧ ମାର ଏକମାତ୍ର ଭରସା ଦିବ୍ୟାଙ୍ଗ ପୁଅ । କିନ୍ତୁ ରୋଗ ଯନ୍ତ୍ରଣାରେ ଅର୍ଥ ଅଭାବରୁ ଔଷଧ କିଣି ନ ପାରି ଆଖି ବୁଝିଲା ପୁଅ । ଏବେ ନା ଅଛି ମୁଣ୍ଡ ଗୁଜିବାକୁ ଘର ନା ଅଛି ବଞ୍ଚିବାକୁ ରାହା ।

ପୁଅର ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି ମାଆ:

mother begs to raise funds for perform son last rites (ETV Bharat Odisha)

ଏକମାତ୍ର ପୁଅର ଶୁଦ୍ଧିକ୍ରିୟା କରିବା ପାଇଁ ମାଆ ପାଖରେ ନାହିଁ ସମ୍ବଳ । ପୁଅର ଫଟୋ ଧରି କାନ୍ଦି କାନ୍ଦି ଗାଁ ଗାଁ ବୁଲି ଭିକ୍ଷା ମାଗୁଛି ମାଆ । ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହରଣ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ ୨୦୧୦ ମସିହାରେ ପରିବାର ଚଳାଇବା ପାଇଁ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିଲେ ପ୍ରଫୁଲ୍ଲ । ସେଥିରୁ ଯାହା ରୋଜଗାର ହୁଏ ଘରେ ବୃଦ୍ଧ ମା, ବାପା ଓ ସ୍ତ୍ରୀ ପୁଅ ଖୁସିରେ ଚଳୁଥିଲେ । କିନ୍ତୁ ଦଇବ ଦାଉ ସାଧିଲା ଭଳି ହାଇଦ୍ରାବାଦରେ ଦୁର୍ଘଟଣା ପରେ ଶରୀର ୭୫ଭାଗ ଅଚଳ ହୋଇଗଲା । ଏଭଳି ଦୁର୍ଦ୍ଦିନ ସମୟରେ ସ୍ତ୍ରୀ ପୁଅକୁ ନେଇ ଦିବ୍ୟାଙ୍ଗ ପ୍ରଫୁଲ୍ଲକୁ ଛାଡି ବାପ ଘରକୁ ଚାଲିଗଲେ ।

ଏହାମଧ୍ୟ ପଢନ୍ତୁ... ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help - HELPLESS FAMILY SEEKS HELP

ଘରର ରୋଜଗାରିଆ ପୁଅକୁ ସୁସ୍ଥ କରିବାକୁ ବୃଦ୍ଧ ବାପା ମା ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଔଷଧ ପାଇଁ ଟଙ୍କା ଯୋଗାଡ଼ କରୁଥିଲେ । କିନ୍ତୁ ବୃଦ୍ଧ ବାପାଙ୍କର ଦେହାନ୍ତ ପରେ ପୁଅର ଚିକିତ୍ସା ପାଇଁ ସାହା କେବଳ ମା । ପୁଅର ଭତ୍ତା ଟଙ୍କା ଆଉ ଜୀବନ ବଞ୍ଚିବାକୁ ଖାଦ୍ୟ ରାସନ କାର୍ଡରେ ଚାଉଳ ଭରସା । ଯାହା ଭତ୍ତା ଟଙ୍କା ମିଳେ ପୁଅ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ମେଡ଼ିସିନ ଆଣିଥାନ୍ତି । କିନ୍ତୁ ଗତ କିଛି ଦିନ ତଳେ ପୁଅର ଯନ୍ତ୍ରଣା ଅଧିକ ହେବାରୁ ଘର ନିକଟ ପଡୋଶୀଙ୍କ ସହାୟତା ମେଡିକାଲକୁ ଚିକିତ୍ସା ପାଇଁ ନେଲେ। କିନ୍ତୁ ପ୍ରଫୁଲ୍ଲଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ଡକ୍ଟରଙ୍କ ପରାମର୍ଶରେ ଗୋଟିଏ ପରେ ଗୋଟିଏ ମେଡିକାଲ ଗଲେ । ହେଲେ ପୁଅର ଜୀବନ ବଞ୍ଚାଇ ପାରିଲା ନାହିଁ ମାଆ । ଅଭାବ ଭିତରେ ପୁଅର ଶୁଦ୍ଧିକ୍ରିୟା ପାଇଁ ଶେଷରେ ଘର ଘର ବୁଲି ଭିକ୍ଷାମାଗୁଛି ମା’ ।

ଇଟିିଭି ଭାରତ, ନିମାପଡା

ABOUT THE AUTHOR

...view details