ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ଦୁଆରଶୁଣି ଘାଟି ! ନିକଟରେ ଦୁଆରଶୁଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି 6 ଜଣଙ୍କ ଜୀବନ ଯାଇଥିଲା । ଘଟଣାକୁ ସପ୍ତାହେ ନପୁରୁଣୁ ପୁଣି ଘାଟିରେ ଯାଇଛି ଜୀବନ । ଗତକାଲି(ରବିବାର) ଦୁଆରଶୁଣି ଘାଟିରେ ପିଆଜ ବୋଝେଇ ଟ୍ରକ ଓଲଟି ହେଲପରଙ୍କ ଜୀବନ ଯାଇଛି । ସେପଟେ ଗୁରୁତର ଅବସ୍ଥାରେ ଡ୍ରାଇଭର ଜୀବନ ମରଣ ସହିତ କରୁଛି ସଂଘର୍ଷ ।
ପିଆଜ ବୋଝେଇ ଟ୍ରକ ଓଲଟି ପଡିବାରୁ ଟ୍ରକ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ହେଲପର । ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତି ସାଲିମ ଉଦିମ ଉଲ୍ଲା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଗତକାଲି ଅପରାହ୍ନରେ ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜ୍ୟର ନାସିକ ଅଞ୍ଚଳରୁ ପିଆଜ ଲୋଡ୍ କରି ଏକ ଟ୍ରକ କଲିକତା ଅଭିମୁଖେ ଯାଉଥିଲା । ସେହି ସମୟରେ ଦୁଆରଶୁଣି ଘାଟି ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଭୟ ଟ୍ରକ ଡ୍ରାଇଭର ହେଲପର ଚାପି ହୋଇ ଟ୍ରକ ମଧ୍ୟରେ ରହି ଯାଇଥିଲେ । ପରେ ପୋଲିସକୁ ଖବର ଦିଆ ଯିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ....ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା