ଓଡିଶା

odisha

ETV Bharat / state

ସିଝୁଛି ସାରା ଓଡିଶା, 4ରୁ 5ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର - ODISHA WEATHER - ODISHA WEATHER

Mercury Crossing 39 Degrees Celsius in Odisha: ରାଜ୍ୟରେ 40 ଡିଗ୍ରୀ ମୁହାଁ ପାରଦ । ତେବେ ଗରମ ଏବଂ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଆସନ୍ତା ୪ରୁ ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

ODISHA WEATHER
ODISHA WEATHER

By ETV Bharat Odisha Team

Published : Mar 29, 2024, 5:58 PM IST

ODISHA WEATHER

ଭୁବନେଶ୍ବର:ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା । ତତଲା କଡେଇରେ ଭାଜି ହେଉଛି ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡିଶା। ଗୁଳୁଗୁଳି ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ଆକାଶରୁ ଅଗ୍ନିବର୍ଷା ହେଉଛି । ଏହି କ୍ରମରେ ଟ୍ବିନସିଟି ଭୁବନେଶ୍ୱର ଓ କଟକରେ ବି ଉପର ମୁହାଁ ରହିଛି ପାରଦ । ବିଗତ ୨୪ ଘଣ୍ଟାରେ ରାଜ୍ୟରେ ପାଖାପାଖି ୫ ସହରରେ ୩୯ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୫ ସହରରେ ୩୮ ଡିଗ୍ରୀ ରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ . ୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏଥିସହ ବୌଦ୍ଧ , ଟିଟିଲାଗଡ , ନୟାଗଡ ଓ ଭବାନୀପାଟଣାରେ ମଧ୍ୟ ତାମାତ୍ରା ୩୯ ଡିଗ୍ରୀରୁ ଅଧିକ ରହିଛି । ଆସନ୍ତା 4ରୁ 5ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ ବୋଲି ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି ।

4ରୁ 5ଦିନ ନିସ୍ତାର ନାହିଁ: ଏନେଇ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି, " କିଛିଦିନର ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ ପାଗ ଶୁଖିଲା ରହିଛି । ଫଳରେ ଗରମ ଏବଂ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି । ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ଅଧିକ ରହିଥିଲା। ବିଶେଷ କରି ଗତକାଲି ଭୁବନେଶ୍ୱରରେ ୩୭ . ୩ ଡିଗ୍ରୀ ରେକର୍ଡ କରାଯାଇଥିଲା ଏହା ସ୍ୱାଭାବିକ ତୁଳନାରେ ୦ . ୭ ଡିଗ୍ରୀ ଅଧିକ ରହିଛି । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଦ୍ରତା ପ୍ରାୟ ୬୦ ପ୍ରତିଶତ ଉପରେ ରହିଛି । ଦିନ ୮ଟା ୩୦ ରୁ ୧୧ ମଧ୍ୟରେ ୭୫ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ ରୁ ୫୦ ପ୍ରତିଶତ ଆଦ୍ରତା ରହୁଛି, ଅର୍ଥାତ ଉଭୟ ତାପମାତ୍ରା ଓ ଆଦ୍ରତା ପାଇଁ ଅଧିକ ଗରମ ଗୁଳୁଗୁଳୁ ଅନୁଭୂତ ହେଉଛି । ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଟାଣ ଖରା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷ କରି ବୃଦ୍ଧ ଓ ଶିଶୁ ମାନେ ଏହାଦ୍ୱାରା ପ୍ରଭାବିତ ହୋଇ ପାରନ୍ତି ।"

ଏହା ମଧ୍ୟ ପଢନ୍ତୁ:ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି - ODISHA WEATHER

ପାଣିପାଗ ବିଭାଗର ଚେତାବନୀ: ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତେଣୁ ବାହାରକୁ ଯିବା ସମୟରେ ଛତା, ଜୋତା ଓ ପାଣି ବୋତଲ ନେଇ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ।"

ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜଧାନୀବାସୀ: ରାଜଧାନୀ ଭୁବନେଶ୍ବରରେ ନିଆଁ ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରଚଣ୍ଡ ଖରାର ଉଷ୍ମତାକୁ ନେଇ ଲୋକମାନେ ଡହଳ ବିକଳ ହେଇଥିବା ବେଳେ ରାଜଧାନୀରେ ଟିକିଏ ଶୀତଲତା ପାଇବା ପାଇଁ କିଏ ଛାଇ ଦେଖି ଛିଡା ହେଉଛି ତ କିଏ ମୃଦୁପାନୀୟ ଟିକେ ପିଇ ନିଜର ତୃଷ୍ଣା ମେଣ୍ଟାଉ ଥିବା ଦେଖିବାକୁ ମିଳିଛି । ରାଜଧନୀବାସୀ କହିଛନ୍ତି, " ବଢୁଥିବା ଯାନବାହାନ ଓ ପ୍ରଦୂଷଣ ଏହି ଉଚ୍ଚ ତାପମାତ୍ରାର କାରଣ । ଦିନ ୧୧ ପରେ ଘରୁ ବାହାରିବା ମୁସ୍କିଲ ହେଉଛି । ଆଗକାଳରେ ଏଭଳି ସମସ୍ୟା ନଥିଲା ଏସିର ଆବଶ୍ୟକତା ନଥିଲା ଗ୍ରୀଷ୍ମର ଟାଣ ଖରାରେ ମଧ୍ୟ ଲୋକମାନେ କାର୍ଯ୍ୟ କରିବା ପାଇଁ ସମର୍ଥ ହେଉଥିଲେ ଓ ସବୁ ଋତୁ ଗୁଡିକ ମଧ୍ୟରେ ସମନ୍ୱୟ ଥିଲା । କିନ୍ତୁ କାମକୁ ନେଇ ବାଧ୍ୟତା ମୂଳକ ଭାବେ କାର୍ଯ୍ୟ କରିବାକୁ ଲୋକମାନେ ବାହାରୁଥିବା ବେଳେ ହନ୍ତସନ୍ତ ହେଉଛୁ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details