ETV Bharat / state

ଓଡ଼ିଶାରେ ନାହିଁ HMPV ଭୟ, ଜରୁରୀ ହେଲେ ବଢ଼ାଯିବ ଟେଷ୍ଟିଂ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - HMPV VIRUS

ରାଜ୍ୟରେ ଏଚଏମପିଭି ଚିହ୍ନଟ ଓ ନିରାକରଣ ପାଇଁ ପ୍ରସ୍ତୁତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ କୌଣସି ଅସୁବିଧା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

HMPV VIRUS
HMPV VIRUS (ETV BHARAT ODISHA)
author img

By ETV Bharat Odisha Team

Published : Jan 7, 2025, 2:05 PM IST

ଭୁବନେଶ୍ବର: ଆସନ୍ତାକାଲିଠାରୁ (ବୁଧବାର) ରାଜ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଦେଶରେ ପ୍ରବେଶ କରି ସାରିଛି Human Metapneumovirus-HMPV ଭାଇରସ । ଯାହାକୁ ନେଇ ଭୟ ବଢିଛି । କିନ୍ତୁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପାଇଁ କୌଣସି ଅସୁବିଧା ନାହିଁ । "ଆମ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ଏବଂ ଆବଶ୍ୟକ ପଡିଲେ ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର

ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଜଣ HMPV ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟ ପରେ ପଶ୍ଚିମବଙ୍ଗରେ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେବା ପରେ ଓଡି଼ଶାରେ ଭୟ ବଢ଼ିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହିତ ନେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, "ଏଚଏମ୍‌ପିଭିକୁ ନେଇ କୌଣସି ଭୟ ନାହିଁ । ଏହାର ଚିହ୍ନଟ ଓ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବାବେଳେ ସଚେତନ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । "

HMPV VIRUS (ETV BHARAT ODISHA)

ଓଡ଼ିଶାରେ ବର୍ତ୍ତମାନ ସେପରି କୌଣସି ସ୍ଥିତି ନାହିଁ:

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ''ଭାରତରେ ଯେତିକିବି ଏହି ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କୌଣସିଟି ନୂଆ ନୁହେଁ । ବିଭିନ୍ନ ସମୟରେ ଚିହ୍ନଟ ହୋଇଥିଲେ, ଏବେ ସମସ୍ତେ ସୂଚନା ପାଉଛନ୍ତି । କାହାର ବି ଟ୍ରାଭେଲ ହିଷ୍ଟ୍ରି ନାହିଁ, ପୂର୍ବରୁ ଭାରତରେ ଏହି ଭାଇରସ ଅଛି । ୨୦୦୧ ମସିହାରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ବାହାରୁ ଆସିକି କେହି ଏଚଏମ୍‌ପିଭି ସଂକ୍ରମିତ ହେବା ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ । ଯଦି ମହାମାରୀ ପରି ପରିସ୍ଥିତି ଉପୁଜେ ତେବେ ପ୍ରିକସନ ନେବୁ, ବର୍ତ୍ତମାନ ସେମିତି କିଛି ସ୍ଥିତି ନାହିଁ । ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡଲାଇନ ଜାରି କରାଯାଇନାହିଁ । ଭାରତ ସରକାର ଯଦି ପ୍ରତି ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିବେ ତେବେ ଆମେ ମଧ୍ୟ ରାଜ୍ୟରେ କରିବୁ । ''

ଟେଷ୍ଟିଂ ଚାଲିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ କହିବା କଥା, " ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସରେ ଛୋଟ ପିଲା ଓ ବୟସ୍କ ଲୋକେ ସାମିଲ ହେଉ ନାହାନ୍ତି । ଭୁବନେଶ୍ବର ଏମ୍ସରେ(AIIMS) ଟେଷ୍ଟ କରାଯାଉଛି। ଏହା ସହ ଆଇସିଏମଆର(ICMR)ରେ ମଧ୍ୟ ଟେଷ୍ଟ କରାଯାଉଛି । NCDC ରେ କଣ୍ଟ୍ରୋଲ ରୁମ୍ ରହିଛି । ଏନେଇ ୨୪ ଘଣ୍ଟା ତଦାରଖ କରାଯାଉଛି । ଯଦି ପରିସ୍ଥିତିରେ କୌଣସି ଅସୁବିଧା ହୁଏ, ତେବେ ଟେଷ୍ଟିଂ ସେଣ୍ଟର ବଢ଼ାଯିବ ନେଇ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ । ''

ଏହା ମଧ୍ୟ ପଢନ୍ତୁ-ଭାରତରେ HMPVର ଏଣ୍ଟ୍ରି, ଗୋଟିଏ ଦିନରେ 3 ପଜିଟିଭ ଚିହ୍ନଟ - HMPV CASES IN KARNATAKA

ଏହା ମଧ୍ୟ ପଢନ୍ତୁ-ଚୀନରେ ନୂଆ ଭୂତାଣୁ ଆତଙ୍କ: ବ୍ୟାପୁଛି ସଂକ୍ରମଣ, ହସ୍ପିଟାଲ ମିଳୁନି ଜାଗା - HMPV OUTBREAK IN CHINA

ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ:

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୨୦୦୧ ମସିହାରେ HMPV ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । କରୋନା ପରି ଏହି ଭୂତାଣୁର ଲକ୍ଷଣ । ଏଚ୍‌ଏମ୍‌ପିଭି ହେଲେ ସାଧାରଣତଃ କାଶ, ଜ୍ୱର ହେବା ସହ ନାକ ବନ୍ଦ ହୋଇ ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ । ଏମିତିକି ନିମୋନିଆ, ବ୍ରୋଙ୍କାଇଟିସ ହେବାର ସମ୍ଭାବନା ମଧ୍ୟ ରହିଛି । ବିଶେଷ କରି ଏହି ଭୂତାଣୁରେ ଛୋଟ ପିଲା ଅଧିକ ସଂକ୍ରମିତ ହୋଇଥାନ୍ତି । ଏପର୍ଯ୍ୟନ୍ତ ଏହାର କୌଣସି ଟିକା ତିଆରି ହୋଇନାହିଁ । ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତା ହିଁ ଆମକୁ ସଂକ୍ରମଣରୁ ରୋକି ପାରିବ ବୋଲି ମନ୍ତ୍ରଣାଳୟ କହିଛି । ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧଭାବେ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ତଥାପି ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

HMPV ଲକ୍ଷଣ ଏବଂ ସତର୍କତା

  • ୨୦୦୧ରେ ଭାରତରେ HMPV ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା
  • କୋଭିଡ-19 ବା କରୋନା ପରି ଏହି ଭୂତାଣୁର ଲକ୍ଷଣ
  • HMPV ଲକ୍ଷଣ କାଶ, ଜ୍ୱର,ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା
  • HMPV ସଂକ୍ରମିତଙ୍କୁ ନିମୋନିଆ ଏବଂ ବ୍ରୋଙ୍କାଇଟିସ ହେବା ଆଶଙ୍କା
  • HMPV ପାଇଁ କୌଣସି ଟିକା ପ୍ରସ୍ତୁତ ହୋଇନାହିଁ
  • HMPV ପାଇଁ ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ ସତର୍କତା ଜରୁରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.