ଭୁବନେଶ୍ବର:ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବ ନାହିଁ ବିଜୁଳି ଦର । ଦର ବୃଦ୍ଧି ନକରି ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି ଗ୍ରୀଡକୋ । ଗ୍ରୀଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା ଓ ବିଜନେସ ପ୍ଲାନ ଆବେଦନ ଉପରେ ଗତକାଲି(ବୁଧବାର) ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଜନଶୁଣାଣି ହୋଇଛି । ଗ୍ରୀଡକୋ ପକ୍ଷରୁ ଏକ ବିସ୍ତୃତ ଉପସ୍ଥାପନାରେ ରାଜ୍ୟର ବଢୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ନିଜର ରଣନୀତି ନିର୍ଦ୍ଧାରଣ କରିଛି । ଯେଉଁଥିରେ ୩୭,୪୫୭ ନିୟୁତ ୟୁନିଟ ଶକ୍ତିର ଆବଶ୍ୟକତା ଦର୍ଶାଯାଇଛି ।
ଯାହା ବିରୋଧରେ ଏହା ୨,୧୯୬ ଏମୟୁ ଆକସ୍ମିକ ସଂରକ୍ଷଣ ସହିତ ଦୀର୍ଘମିଆଦୀ ବିଦ୍ୟୁତ୍ ଚୁକ୍ତିରୁ ୩୯,୬୫୨ ଏମୟୁର ଉପଲବ୍ଧ ସୁନିଶ୍ଚିତ କରିଛି । ଗ୍ରୀଡକୋ ଏହାର ସୁଚିନ୍ତିତ ଯୋଜନାର ଏକ ଅଂଶ ଭାବରେ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ, ସ୍ୱଳ୍ପକାଳୀନ ଏବଂ ମଧ୍ୟମ କାଳୀନ ଚୁକ୍ତିର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଛି । ଯାହା ଦ୍ୱାରା ବିଦ୍ୟୁତ ଯୋଗାଣରେ ଯେକୌଣସି ଜରୁରୀ କାଳୀନ ଆବଶ୍ୟକତା ପୂରଣ ହୋଇପାରିବ । ଏହା ବ୍ୟତୀତ ରାଜ୍ୟ ଭିତରେ ସ୍ଥାୟିତ୍ବତାକୁ ପ୍ରୋତ୍ସାହିତ କରିବା ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଆଲୋକପାତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆମରଣ ଅନଶନ