ଓଡିଶା

odisha

ETV Bharat / state

ଜମୁଛି ଅନୁଗୋଳର ପ୍ରସିଦ୍ଧ ଗଜଳଷ୍ମୀ ପୂଜା, ସଞ୍ଜ ନଇଁଲେ ବଢୁଛି ଭିଡ଼

ସ୍ବପ୍ନପୁରି ସାଜିଛି ପାଲଟିଛି ଅନୁଗୋଳ ସହର । ଗଜଲକ୍ଷ୍ମୀ ପୂଜା ପାଇଁ ଆଲୋକ ମାଳାରେ ଝଲସି ଉଠୁଛି ସାରା ସହର । ଆକାଶମାର୍ଗରୁ ଦେଖିଲେ ଆଖି ଲାଖି ଯାଉଛି ।

Maa GajaLakshmi Puja In Angul
Maa GajaLakshmi Puja In Angul (ETV Bharat Odisha)

By ETV Bharat Odisha Team

Published : 5 hours ago

ଅନୁଗୋଳ:ସମଗ୍ର ଅଞ୍ଚଳରେ ଛାଇ ଯାଇଛି ଆଲୋକର ମାଳା । ସବୁଠି ଆକାଶ ଛୁଆଁ ତୋରଣ ଆଉ ରଙ୍ଗ ବେରଙ୍ଗର ଆଲୋକ । ପୁଣି ଖଞ୍ଜା ଯାଇଛି ବୈଦ୍ୟୁତିକ ଯନ୍ତ୍ରପାତି । ତୋରଣ କେଉଁଠି ପୁରୀ ଶ୍ରୀମନ୍ଦିର ଭ୍ରମ ସୃଷ୍ଟି କରୁଛି ତ ପୁଣି କେଉଁଠି ଉଆସରେ ପୂଜା ପାଉଛନ୍ତି ମା' ଲକ୍ଷ୍ମୀ । ମା' ଧନଦାତ୍ରୀଙ୍କ ଆବିର୍ଭାବରେ ସମସ୍ତ ଅନୁଗୋଳବାସୀ ଉତ୍ସାହିତ ହୋଇଯାଇଛନ୍ତି ।

୧୧ ଦିନ ଚାଲେ ମା' ଗଜଲକ୍ଷ୍ମୀଙ୍କ ପୂଜା:

ଝଟକୁଛି ଅନୁଗୋଳ । ଆକାଶ ମାର୍ଗରୁ ଅନୁଗୋଳକୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ପୁରା ସହରକୁ ଛାଇ ଯାଇଛି ଆଲୋକର ମାଳା । ଆଉ ତା ସାଙ୍ଗକୁ ଆକାଶ ଛୁଆଁ ତୋରଣ । ଯେ କେହିବି ଦେଖିଲେ ତା ମନ ନିଶ୍ଚୟ ଲାଖିଯିବ । ସନ୍ଧ୍ୟା ହେବ ଖଣି ବଢି ଯାଉଛି ଭିଡ । କାହିଁ କେତେ ଆଡୁ କେତେ ଦେଖଣାହାରୀଙ୍କ ଭିଡ ଛୁଟୁଛି ଅନୁଗୋଳକୁ । କାରଣ ଏଠାରେ ୧୧ ଦିନ ଚାଲେ ମା' ଗଜଲକ୍ଷ୍ମୀଙ୍କ ପ୍ରସିଦ୍ଧ ପୂଜା ଉତ୍ସବ । ବଂରପାଳ ଠାରୁ ସହରର ଶେଷ ସୀମା ପର୍ଯ୍ୟନ୍ତ ପ୍ରାୟ ୧୭ କିଲୋମିଟର ଅଞ୍ଚଳ ସବୁଆଡେ ଛାଇ ଯାଇଛି ରଙ୍ଗୀନ ଆଲୋକ । ମା'ଙ୍କ ମନୋଲୋଭା ମଣ୍ଡପର ସାଜସଜା ପ୍ରତ୍ୟେକ ଦେଖଣାହାରୀଙ୍କ ମନକୁ ଛୁଇଁଛି । ଏଥର ପାଗ ଭଲ ରହି ଥିବାରୁ ପୂଜା ବଜାର ଜମୁଛି ।

Maa GajaLakshmi Puja In Angul (ETV Bharat Odisha)

କେବେଠୁ ଆରମ୍ଭ ହେଲା ପୂଜା:

Angul Gajalaxmi Puja (ETV Bharat Odisha)

୧୯୬୦ ମସିହାରୁ ଅନୁଗୋଳ ସହରରେ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର କଳେବର ବୃଦ୍ଧି ହୋଇଛି । ଏବେ ପ୍ରାୟ ସହର ମଧ୍ୟରେ ୫୦ରୁ ଅଧିକ ମଣ୍ଡପରେ କେଉଁଠି ଲକ୍ଷ୍ମୀ ନାରାୟଣ ତ କେଉଁଠି ଗଜଲକ୍ଷ୍ମୀଙ୍କ ପ୍ରତିମା ପୂଜା କରାଯାଉଛି । ଏଥର ବଜାର ଛକ ମଣ୍ଡପ ଶୁଖିଲା ଖାଦ୍ଯରେ ଲକ୍ଷ୍ମୀ ନାରାୟଣଙ୍କୁ ନିର୍ମାଣ କରି ଆରାଧନା କରୁଛି । ସେହିପରି ପୁରୁଣା ବସ ଷ୍ଟାଣ୍ଡ ପୂଜା କମିଟି ଶିତା ସ୍ଵୟଂବର ଦୃଶ୍ୟରେ ମା' ଲକ୍ଷ୍ମୀଙ୍କୁ ପୂଜା କରୁଛି । ସବୁଠାରୁ ଆକର୍ଷଣୀୟ ତୋରଣ ନିର୍ମାଣ କରିଛି କାଞ୍ଚନ ବଜାର । ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ପୁରୀ ଜଗନ୍ନାଥ ଧାମର ଅବିକଳ ପ୍ରତିକୃତି ନିର୍ମାଣ କରିଛି ଏହି କମିଟି । ଜଗନ୍ନାଥ ମନ୍ଦିର ଆବଜାର ଆଦି ସବୁକୁ ସ୍ଥାନ ଦେଇଛି ଏହି ପୂଜା କମିଟି ।

Angul Gajalaxmi Puja (ETV Bharat Odisha)

ଏହା ମଧ୍ଯ ପଢ଼ନ୍ତୁ...ଢେଙ୍କାନାଳରେ ଜଗଲକ୍ଷ୍ମୀ ପୂଜା ବୁଲିଲେ ମୁଖ୍ୟମନ୍ତ୍ରୀ, ନେଲେ ମା'ଙ୍କ ଆଶୀର୍ବାଦ

ଏହା ମଧ୍ଯ ପଢ଼ନ୍ତୁ...କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା କ୍ରେଜ ବଢ଼ାଉଛି ଚାନ୍ଦି ମେଢ଼; କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପା ଅଳଙ୍କାରରେ ଝଲସୁଛନ୍ତି ମା'

ଏହା ମଧ୍ଯ ପଢ଼ନ୍ତୁ...ଧନତେରାସରେ ହେବ ମା' ଲକ୍ଷ୍ମୀଙ୍କ କୃପା, ଏହି ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତି

କେବେ ଭସାଣୀ:

Angul Gajalaxmi Puja (ETV Bharat Odisha)
Angul Gajalaxmi Puja (ETV Bharat Odisha)

ପୂଜା ମଣ୍ଡପ ବୁଲା ସାଙ୍ଗକୁ ଦୋଳି ଖେଳ ଓ ଚାଟର ଖିଆର ମାଜକୁ କେହି ହାତ ଛଡା କରୁ ନାହାଁନ୍ତି । ପୂଜା ବୁଲାର ସ୍ମୃତିକୁ ମଧ୍ୟ ସାଇତି ରଖିବା ପାଇଁ ଯୁବପିଢୀ ସେଲଫି ନେଉଥିବା ଦେଖିବାକୁ ମିଳୁଛି । ପୂଜା ଆହୁରି ୪ ଦିନ ଚାଲିବାକୁ ଥିବାରୁ ଅଧିକ ଭିଡ ହେବାର ଆଶା କରାଯାଉଛି । ଆସନ୍ତା ୨୭ ତାରିଖରେ ହେବ ମା'ଙ୍କ ଭଷାଣୀ ସହ ମେଳଣ ଶୋଭାଯାତ୍ରା । ତେବେ ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବ ଜିଲ୍ଲାରେ ଥିବାରୁ ଆଗକୁ କ'ଣ ହେବ ତାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି ।

Angul Gajalaxmi Puja (ETV Bharat Odisha)

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details