ଓଡିଶା

odisha

ETV Bharat / state

କେନ୍ଦ୍ରାପଡାକୁ ୩୫୦ କୋଟିର ଭେଟି, ନିର୍ମାଣ ହେବ ଚାରିଥାକିଆ ରାସ୍ତା ସାଙ୍ଗକୁ ଇନଷ୍ଟ୍ରିମ ବ୍ୟାରେଜ - Developmental projects

Govt Sanction 350 crore for Developmental projects: ଯୋଡ଼ିହେବ କେନ୍ଦ୍ରାପଡା ଓ ଜଗତସିଂହପୁର । ନିର୍ମାଣ ହେବ ଚାରି ଥାକିଆ ରାସ୍ତା ସମେତ ଦୁଇଟି ଇନଷ୍ଟ୍ରିମ ବ୍ୟାରେଜ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡାକୁ ୩୫୦କୋଟି ଟଙ୍କାର ଭେଟି
କେନ୍ଦ୍ରାପଡାକୁ ୩୫୦କୋଟି ଟଙ୍କାର ଭେଟି

By ETV Bharat Odisha Team

Published : Jan 20, 2024, 10:37 PM IST

କେନ୍ଦ୍ରାପଡାକୁ ୩୫୦କୋଟି ଟଙ୍କାର ଭେଟି

କେନ୍ଦ୍ରାପଡା: ଜିଲ୍ଲାକୁ ମିଳିଲା ୩୫୦କୋଟି ଟଙ୍କାର ଭେଟି । ଯୋଡ଼ିହେବ କେନ୍ଦ୍ରାପଡା ଓ ଜଗତସିଂହପୁର, ନିର୍ମାଣ ହେବ ଚାରି ଥାକିଆ ରାସ୍ତା ସମେତ ଦୁଇଟି ଇନଷ୍ଟ୍ରିମ ବ୍ୟାରେଜ । ଆଭାସୀ ମାଧ୍ୟମରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ମାଧ୍ୟମରେ ଜଳ ସଂକଟରୁ ମୁକ୍ତ ହେବେ କେନ୍ଦ୍ରାପଡା । ସାଙ୍ଗକୁ ଚାରି ଥାକିଆ ରାସ୍ତା କଟକ-ପାରାଦ୍ୱୀପ ଜାତୀୟ ରାଜପଥ ସହ ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥକୁ ସଂଯୋଗ କରିବ ।

ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ରାଜ୍ୟର ୧୩ଟି ଜିଲ୍ଲାରେ ୪୬୦୦ ହଜାର କୋଟି ଟଙ୍କା ବ୍ୟୟରେ ୧୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ଓ ଚୌଧୁରୀଗଡା ଠାରେ ଏକ ଅନ୍ତ ନଦୀ ଜଳାଶୟ(ଇନଷ୍ଟ୍ରିମ) ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ ଉତ୍ସବ ସମୟରେ ତିଖିରୀ ଠାରେ ମହାକାଳପଡ଼ାର ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ବିଜେଡି ସରକାରଙ୍କ ପକ୍ଷରୁ ସବୁ ବର୍ଗର ଲୋକମାନଙ୍କର ଉନ୍ନତି ହୋଇ ଚାଲିଛି ବୋଲି କହିଥିଲେ । ଏହି ପ୍ରକଳ୍ପ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ କେନ୍ଦ୍ରାପଡାକୁ ଯୋଗାଯୋଗ ସହଜ ହେବା ସହିତ ଚାଷୀ ମାନେ ବର୍ଷର ସବୁ ସମୟରେ ଚାଷ କରି ପାରିବେ ବୋଲି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ଶକ୍ତି ବନ୍ଦନ କର୍ମଶାଳା, ଫୋକସରେ ମହିଳା ଭୋଟବ୍ୟାଙ୍କ୍

ଶେଷରେ ଭର୍ଚୁଆଲ ମାଧ୍ୟମରେ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀ ଅତନୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଜଳସମ୍ପଦ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ ମହାକାଳପଡ଼ା ବ୍ଲକ ବିଡ଼ିଓ ସାଗର କୁମାର ନନ୍ଦ ଏବଂ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହି ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ଥିଲେ । ତେବେ ବହୁଦିନରୁ ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଚାଷୀ ଦାବି କରି ଆସୁଥିବା ବେଳେ ୨୦୧୯ ମସିହା ଶେଷାର୍ଦ୍ଧରେ ଏଠାରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ତେବେ ଜଳ ସଙ୍କଟ ଏଠାକାର ସ୍ଥାୟୀ ସମସ୍ୟା ହୋଇଥିବା ବେଳେ ବହି ଯାଉଥିବା ପାଣିକୁ ଇନଷ୍ଟ୍ରିମ ବ୍ୟାରେଜ କରି ପାଣିକୁ ଚାଷଜମି ଓ ପାନୀୟ ଜଳ ରୂପେ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବା ହେତୁ ସବୁଠି ପ୍ରସଂସାର ପାତ୍ର ହୋଇଛନ୍ତି । ଅନ୍ୟପଟେ ଆଗକୁ ମହାକାଳପଡ଼ା ଅଞ୍ଚଳରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏହି ଚାରି ଥାକିଆ ରାସ୍ତା କଟକ-ପାରାଦ୍ୱୀପ ଜାତୀୟ ରାଜପଥ ସହ ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥକୁ ସଂଯୋଗ କରିବ ଏବଂ ଜଗତସିଂହପୁର ଜିଲ୍ଲାକୁ ମାତ୍ର ୧୦ ମିନିଟ ସମୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details