ଓଡିଶା

odisha

Odisha Job Mela: Plus Two ପାସ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ? 8 ଜିଲ୍ଲାରେ ବାହାରିଲା ନିଯୁକ୍ତି, କ୍ଲିକ୍ କରି ଜାଣନ୍ତୁ କିପରି କରିବେ ଆବେଦନ - Zilla Parishad Recruitment 2024

By ETV Bharat Odisha Team

Published : Sep 2, 2024, 11:08 AM IST

Updated : Sep 2, 2024, 12:05 PM IST

Odisha zp notification released for 1487 gram rozgar sevak vacancies: ଆପଣ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କି, ତାହାଲେ ଆପଣଙ୍କ ପାଇଁ ଏହି ଖବର । ଓଡିଶା ଜିଲ୍ଲା ପରିଷଦ (Zilla Parishad) ପକ୍ଷରୁ ଗ୍ରାମ ରୋଜଗର ସେବକ (Gram Rozgar Sevaks (GRS) ପାଇଁ ନିଯୁକ୍ତି ମେଳା ଆରମ୍ଭ ହେବ । ଅଧିକ ପଢନ୍ତୁ

ZILLA PARISHAD RECRUITMENT 2024
ZILLA PARISHAD RECRUITMENT 2024 (ETV Bharat Odisha)

ଭୁବନେଶ୍ବର: ଚାକିରୀ ଆଶାୟୀଙ୍କ ପାଇଁ ପଡ ଖବର । ବାହାରିଲା ଓଡିଶା ଜବ୍ ମେଳା । ବିଭିନ୍ନ ଜିଲ୍ଲାରେ ଶତାଧିକ ସରକାରୀ ପଦବୀ ହେବ ପୂରଣ । ନିଯୁକ୍ତି ହେବେ ଶହ ଶହ ଯୁବକ ଯୁବତୀ । ଯଦି ଆପଣ ରାଜ୍ୟରେ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ତାହାଲେ ଆପଣଙ୍କ ପାଇଁ ଏହି ଖବର । ଓଡିଶା ଜିଲ୍ଲା ପରିଷଦ (Zilla Parishad) ପକ୍ଷରୁ ଗ୍ରାମ ରୋଜଗର ସେବକ (Gram Rozgar Sevaks (GRS) ପାଇଁ ନିଯୁକ୍ତି ମେଳା ଆରମ୍ଭ ହେବ । ମନରେଗା ଯୋଜନା ଅଧିନରେ (MGNREGA scheme) ହେବ ଏହି ନିଯୁକ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଏହି ନିଯୁକ୍ତି । ବାଲେଶ୍ବର, ନୂଆପଡା, ନୟାଗଡ, ମାଲକାନଗିରି, କେନ୍ଦୁଝର, କୋରାପୁଟ, ଗଞ୍ଜମ ଏବଂ ବୌଦ୍ଧ ଜିଲ୍ଲାରେ ହେବ ଏହି ନିଯୁକ୍ତି । ତେବେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ତେବେ ଉପରୋକ୍ତ ଜିଲ୍ଲା ପାଇଁ ଆବେଦନ ନିମନ୍ତେ ଭିନ୍ନ ଭିନ୍ନ ଡେଡଲାଇନ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସମ୍ପୃକ୍ତ ଜିଲ୍ଲାର ଅଫିସିଆଲ୍ ଓ୍ବେବସାଇଟ୍ (ଆଧିକାରୀକ ଜିଲ୍ଲା ଡିଷ୍ଟ୍ରିକ୍ ପୋର୍ଟାଲ)ରେ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଓଡିଶା ଜିଲ୍ଲାପରିଷଦ ନିଯୁକ୍ତି ସବିଶେଷ ତଥ୍ୟ-

  • ସମୁଦାୟ ପଦବୀ- 1487 ପୋଷ୍ଟ
  • ବାଲେଶ୍ବର- 327 ପଦବୀ
  • କେନ୍ଦୁଝର- 266 ପଦବୀ
  • ଗଞ୍ଜାମ- 375 ପଦବୀ
  • ନୟାଗଡ- 156 ପଦବୀ
  • କୋରାପୁଟ- 167 ପଦବୀ
  • ମାଲକାନଗିରି-88 ପଦବୀ
  • ନୂଆପଡା- 63 ପଦୀବ
  • ବୌଦ୍ଧ- 45 ପଦୀବ

ଶିକ୍ଷାଗତ ଯୋଗ୍ୟତା-

ଗ୍ରାମ ରୋଜଗାର ସେବକ (Gram Rozgar Sevak (GRS) ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ବା ଆବେଦନକାରୀ ଦ୍ବାଦଶ (12th standard education) ପାସ କରିଥିବା ଜରୁରୀ । କମ୍ପ୍ୟୁଟର ଚାଳନାରେ ଦକ୍ଷତା ସାଙ୍ଗକୁ ଓଡିଆ ଭାଷାରେ ମଧ୍ୟ ଦକ୍ଷତା ଥିବା ଜରୁରୀ ।

ବୟସ ସୀମା-

ଏହି ପଦବୀ ପାଇଁ ଆବଦେନକାରୀଙ୍କ ବୟସ ଅତି କମରେ 18 ବର୍ଷରୁ ଅଧିକ ହେବା ଜରୁରୀ ଏବଂ ସହିତ ସର୍ବାଧିକ ବୟସ 40 ବର୍ଷରୁ ଅଧିକ ହେବ ନାହିଁ । ବିଜ୍ଞପ୍ତି ବାହାରିଥଇବା ତାରିଖ ଠାରୁ ବୟସ ସୀମା ଗଣନା କରାଯିବ ।

ଆବଶ୍ୟକୀୟ ଦସ୍ତାବିଜ-

ଡକ୍ୟୁମେଣ୍ଟ ଭେିରଫିକେସନ ପାଇଁ ସର୍ଟଲିଷ୍ଟେଡ୍ ପ୍ରାର୍ଥୀ ବା ଆବେଦନକାରୀମାନେ ନିମ୍ନଲିଖିତ ଦସ୍ତାବିଜ ପ୍ରଦାନ କରିବେ-

  • ଆବେଦନକାରୀ ଆବେଦନ ଫର୍ମ ପୁରଣ କରିବା ସହିତ ନିଜେ ଦସ୍ତଖତ କରିଥିବେ
  • ସେଲ୍ଫ୍- ଆଟେଷ୍ଟେଡ୍ HSC ସାର୍ଟିଫିକେଟ ଏବଂ ମାର୍କ ସିଟ୍ ପ୍ରାଦନ କିରବେ
  • ସେଲ୍ଫ୍- ଆଟେଷ୍ଟେଡ୍ ଦଶମ ଏବଂ ଦ୍ବାଦଶ ସାର୍ଟିଫିକିଟେ ଏବଂ ମାର୍କ ସିଟ୍ ପ୍ରଦାନ କରିବେ
  • ସେଲ୍ଫ୍- ଆଟେଷ୍ଟେଡ୍ ଅନ୍ୟ ୟୁନିଭରସିଟି ବା ବୋର୍ଡର ଦଶମ ବୋର୍ଡ ବା ଦ୍ବାଦଶ ସାର୍ଟିଫିକେଟ, ଯଦି ଆବଶ୍ୟକ
  • ସେଲ୍ଫ୍- ଆଟେଷ୍ଟେଡ୍ କମ୍ପ୍ୟୁଟର ସାର୍ଟିଫିକେଟ
  • ସେଲ୍ଫ- ଆଟେଷ୍ଟେଡ୍ ରେସିଡେନ୍ସ ସାର୍ଟିଫିକେଟ
  • ସେଲ୍ଫ- ଆଟେଷ୍ଟେଡ୍ କାଷ୍ଟ ସିର୍ଟିଫିକେଟ
  • ସେଲ୍ଫ- ଆଟେଷ୍ଟେଡ୍ ଦିବ୍ୟାଙ୍ଗ ସାର୍ଟିଫିକେଟ, ଯଦି ଆବଶ୍ୟକ
  • ସେଲ୍ଫ- ଆଟେଷ୍ଟେଡ୍, Ex-Servicemen/Sportsperson ସାର୍ଟିଫିକେଟ, ଯଦି ଆବଶ୍ୟକ
  • ପାସଫଟୋ, ଆପ୍ଲିକେସନ ଫର୍ମରେ ଲାଗିବ

କିପରି କରିବେ ଆବେଦନ-

Odisha Zilla Parishad ଅନଲାଇନ ପ୍ଲାଟଫର୍ମ ଭିଜିଟ କରିବେ

"Gram Rozgar Sewak 2024 Recruitment" ନୋଟିଫିକେସନ ଉପରେ କ୍ଲିକ୍ କରିବେ

registration form ପୂରଣ କିରବା ପରେ ସବମିଟ୍ କରିବେ, ଏହା ପରେ ଆପଣଙ୍କ କିଛି ଅଫିସିଆଲ୍ ଡକ୍ୟୁମେଣ୍ଟ ମିଳିପାରେ (ଆପ୍ଲିକେସନ ନମ୍ବର)

ମିଳିଥିବା ଆପ୍ଲିକେସନ ନମ୍ବର ସାହାଯ୍ୟରେ ଲଗ୍ ଇନ୍ କରି ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ

ଆବଶ୍ୟକ ତଥ୍ୟ ପ୍ରଦାନ କରି ଆପ୍ଲିକେସନ ଫର୍ମ ପୁରଣ କରନ୍ତୁ

ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ

ଆପ୍ଲିକେସନ ଫି’ ପ୍ରଦାନ କରନ୍ତୁ । ଏହା ପରେ ଆପଣଙ୍କ ଆବେଦନ ପ୍ରକ୍ରିୟା ଶେଷ ହେବ ।

Last Updated : Sep 2, 2024, 12:05 PM IST

ABOUT THE AUTHOR

...view details