ଓଡିଶା

odisha

ETV Bharat / state

୮୦ ହଜାର ମୁହାଁ ସୁନା ଦର ! ଦିଲ୍ଲୀକୁ ଟପିଲା ଭୁବନେଶ୍ବର, ଦିନକରେ ବଢ଼ିଲା ୨ ହଜାର

ଆଗକୁ ଧନତେରସ, ଦୀପାବଳି ଏବଂ ବିବାହ ଋତୁ । ଏବେଠୁ ଉପରମୁହାଁ ସୁନା ଦର । ଭୁବନେଶ୍ବରରେ ସୁନା ଦର ବୃଦ୍ଧି ପରେ ଚିନ୍ତାରେ ଗ୍ରାହକ ।

By ETV Bharat Odisha Team

Published : 4 hours ago

Updated : 3 hours ago

GOLD PRICE HIKE
GOLD PRICE HIKE (ETV BHARAT ODISHA)

ଭୁବନେଶ୍ବର: ସୁନା ଦରରେ ନିଆଁ । ଆଗକୁ ଧନତେରସ, ଦୀପାବଳି ଏବଂ ବିବାହ ଋତୁ । ଏବେଠୁ ହୁ ହୁ ହୋଇ ବଢିଲାଣି ସୁନା ଦର । ଗୋଟିଏ ଦିନରେ 2 ହଜାର ଟଙ୍କା ବଢିଲା ସୁନା ଦର । ଆଗକୁ ସୁନା ଭରି ୮୦ ହଜାର ଛୁଇଁ ପାରେ । ଯାହାକୁ ନେଇ ଗ୍ରାହକଙ୍କ ମୁଣ୍ଡରେ ପଡିଛି ଚଡକ ।

ଦିଲ୍ଲୀକୁ ଟପିଲା ଭୁବନେଶ୍ବର ?

ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ସୁନା ଦରକୁ ନେଇ ଗ୍ରାହକ ଚିନ୍ତିତ । ଦେଶର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ରାଜ୍ୟ ରାଜଧାନୀରେ ସୁନା ଦର ଅଧିକ ରହିଛି । ସୁନା କିଣିବାକୁ ଲୋକେ ଆଉ ମନ ବଳୁନଥିବା ବେଳେ, ବର୍ତ୍ତମାନର ସୁନା ଦର ପକେଟକୁ ବାଧୁଛି ବୋଲି କହିଛନ୍ତି । ଦିଲ୍ଲୀରେ 10 ଗ୍ରାମର 24 କ୍ୟାରେଟ ସୁନା ଦର 78 ହଜାର 260 ରହିଥିବା ବେଳେ 22 କ୍ୟାରେଟ 72 ହଜାର 750 ରହିଛି । ଏପଟେ ଭୁବନେଶ୍ୱର ରେ 10 ଗ୍ରାମର 24 କ୍ୟାରେଟ ସୁନା ଦର 78 ହଜାର 980 ରହିଥିବା ବେଳେ 22 କ୍ୟାରେଟ 73 ହଜାର 400 ଟଙ୍କା ରହିଛି ।

GOLD PRICE HIKE (ETV BHARAT ODISHA)
  • ଦିଲ୍ଲୀକୁ ଟପିଲା ଭୁବନେଶ୍ୱର ସୁନା ଦର
  • ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର 78, 260 ଏବଂ ୨୨ କ୍ୟାରେଟ ଦର 72, 750
  • ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର 78,980 ଏବଂ ୨୨ କ୍ୟାରେଟ ଦର 73, 400
GOLD PRICE HIKE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସୁନା ଦୋକାନରେ ଖଚାଖଚ୍‌ ଭିଡ଼, ମନପସନ୍ଦର ଅଳଙ୍କାର କିଣି ନେଉଛନ୍ତି ଗ୍ରାହକ - Akshaya Tritiya 2024

ଏହା ମଧ୍ୟ ପଢନ୍ତୁ-ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ରାଜ୍ୟରେ କେତେ ରହିଛି ଦାମ - Gold Price IN Odisha

GOLD PRICE HIKE (ETV BHARAT ODISHA)

କେତେ ଥିଲା, କେତେ ହେଲା ?

ଦୁଇଦିନ ପୂର୍ବେ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 77,890 ଟଙ୍କା ରହିଥିବା ବେଳେ ଆଜି ତାହା 78,980 ରେ ପହଞ୍ଚିଛି । ସେହିପରି 10 ଗ୍ରାମ 22 କ୍ୟାରେଟ୍‌ ସୁନାର ମୂଲ୍ୟ 71,400 ଟଙ୍କା ରହିଥିବା ବେଳେ ଆଜି ତାହା 73,400 ଟଙ୍କା ରହିଛି । ଯଦି ଦେଖାଯାଏ ଦିନକରେ 22 କ୍ୟାରେଟ ସୁନା ଦର 2 ହଜାର ଟଙ୍କା ଓ 24 କ୍ୟାରେଟ ଦର 11 ଶହ ଟଙ୍କା ବୃଦ୍ଧି ହୋଇଛି । ଦର କମିବା ବଦଳରେ ବଢ଼ି ବଢ଼ି ଚାଲି ଥିବାରୁ ଗ୍ରାହକ କିପରି ସୁନା କିଣିବେ ତାହାକୁ ନେଇ ଚିନ୍ତାରେ । ଆଉ ଏଭଳି ହେଲେ ଏହି ସପ୍ତାହରେ 80 ହଜାର ଛୁଇଁପାରେ ସୁନା ଦର ବୋଲି ମତ ରଖିଛନ୍ତି ମାଲାବାର ଗୋଲ୍ଡ ଆଣ୍ଡ ଜୁଏଲର୍ସର ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ୱର ରଥ । ଯାହା ଆଗକୁ ଆସୁଥିବା ଧନତେରସ, ଦୀପାବଳୀ ଏବଂ ବିବାହ ଋତୁରେ ଲୋକଙ୍କ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ଉପରେ ପ୍ରଭାବ ପକାଇଛି । ଗ୍ରାହକଙ୍କ କହିବା ମୁତାବକ ବିବାହ ,ବ୍ରତଘର ଆସିଲେ ବିଧି ରକ୍ଷା ପାଇଁ ସୁନା କିଣିବାକୁ ପଡେ । କିନ୍ତୁ ଅଚାନକ ଏହି ଦର ବୃଦ୍ଧି ପକେଟକୁ ବାଧିବା ସହ ଆବଶ୍ୟକତା ପାଇଁ ବାଧ୍ୟ ହୋଇ ସୁନା କିଣିବାକୁ ପଡୁଛି । ସୁନାର ଦାମ ବେଶ କଷ୍ଟଦାୟକ ଓ ପକେଟକୁ ବାଧୁଛି ବୋଲି କହିଛନ୍ତି ଗ୍ରାହକ ।

GOLD PRICE HIKE (ETV BHARAT ODISHA)
  • ଦୁଇଦିନ ପୂର୍ବେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର 77,890 ଟଙ୍କା ଥିଲା ଏବଂ ଆଜି 78,980ରେ ପହଞ୍ଚିଛି
  • ଦୁଇ ଦିନ ତଳେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର 71,400 ଟଙ୍କା ରହିଥିବା ବେଳେ ଆଜି ତାହା 73,400 ହୋଇଛି
  • ଦୁଇ ଦିନ ମଧ୍ୟରେ ୨୨ କ୍ୟାରେଟ ସୁନା ଦର ୨ ହଜାର ଟଙ୍କା ଓ ୨୪ କ୍ୟାରେଟ ଦର ୧୧ ଶହ ଟଙ୍କା ବୃଦ୍ଧି
  • ସୁନା ଦର ୮୦ ହଜାର ଛୁଇଁବା ସମ୍ଭାବନା ନେଇ ମାଲାବାର ଗୋଲ୍ଡ ଆଣ୍ଡ ଜୁଏଲର୍ସ ମାର୍କେଟିଂ ମ୍ୟାନେଜରଙ୍କ ଆକଳନ
GOLD PRICE HIKE (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details