ଭୁବନେଶ୍ବର: ଚିକିଟି ମଦ ମୃତ୍ୟୁ ମାମଲାରେ ଆକ୍ସନ ନେଲେ ରାଜ୍ୟ ସରକାର । ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ ଭାଟି ଉପରେ ଚଢାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ମଦମୃତ୍ୟୁ ମାମଲାର ଅନୁଧ୍ୟାନ କରିବାକୁ ଗଞ୍ଜାମ ଯିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଚିକିଟି ଯିବ ବିଜେଡ଼ି ପ୍ରତିନିଧି ଦଳ ।
ମଦ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ:
ବିଜେଡିର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା କହିଛନ୍ତି, "ବିଜୁ ଜନତା ଦଳ ପକ୍ଷରୁ ଏହି ଘଟଣାକୁ ଆମେ ନିନ୍ଦା କରୁଛୁ । ଘଟଣାର ଗୁରୁତ୍ୱତାକୁ ଦୃଷ୍ଟିରେ ଦେଖି ଦଳ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି ଏହି ଟିମ ଚିକିଟି ଯିବ । ଘଟଣାସ୍ଥଳରେ ଦଳ ସ୍ଥିତି ଅନୁସନ୍ଧାନ କରିବ । ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ନେତୃତ୍ୱ ନେବେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ । ଏହି ଟିମରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା ଏହି ଟିମରେ ରହିବେ । ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ରିପୋର୍ଟକୁ ଆଧାର କରି ଦଳ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବ ।''