ଢେଙ୍କାନାଳ/କଟକ:ଖୁବଶୀଘ୍ରଦୂର ହେବ ଆଳୁ ସଙ୍କଟ । ପୂର୍ବ ପରି ସ୍ବାଭାବିକ ଦରରେ ଆଳୁ ମିଳିବ । ତେବେରାଜ୍ୟରେ ଆଳୁ ସଙ୍କଟ ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଆଉ ଦିନେ ଦୁଇ ଦିନ ପରେ ରାଜ୍ୟରେ ଆଳୁ କିଲୋ ପ୍ରତ ୨୦ରୁ ୨୫ଟଙ୍କାରେ ମିଳିବ । ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ୱତନ୍ତ୍ର ପ୍ରୋତ୍ସାହନ । ୫୮ଟି ଉପଖଣ୍ଡରେ କରାଯିବ ଶୀତଳ ଭଣ୍ଡାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
'ଦୂର ହେବ ଆଳୁ ସଙ୍କଟ'
ରାଜ୍ୟରେ ଆଳୁ ସଙ୍କଟ ନେଇ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଢେଙ୍କାନାଳରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଦୂର ହେବ ଆଳୁ ସଙ୍କଟ ଆଉ ମାତ୍ର ଦିନେ ଦୁଇ ଦିନ ମଧ୍ୟରେ ଦୂର ହେବ । ପୋଡ଼ାଶୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ କଥାବାର୍ତ୍ତା ପରେ ଆଳୁ ଆସିବା ଆରମ୍ଭ ହେଲାଣି । ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ରହିଛି । ଆଉ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟରେ ଆଳୁ ଦର କିଲୋ ପ୍ରତି ୨୦ରୁ ୨୫ ଟଙ୍କା ହେବ । ତେବେ ଆମ ସରକାର ଏବେ ଆସିଛି । ଦରଦାମ ବୃଦ୍ଧିକୁ ନେଇ ଆମେ ଯୋଜନା ପ୍ରସ୍ତୁତି କରୁଛୁ ।
ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ୱତନ୍ତ୍ର ପ୍ରୋତ୍ସାହନା:
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନା ଦିଆଯିବ । ଏପରିକି ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବା ପାଇଁ ବିଭଗୀୟ ମନ୍ତ୍ରୀ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ ପ୍ରଚୁର ପରିମାଣରେ ଆଳୁ ପିଆଜ ଉତ୍ପାଦନ କରାଯିବ । ଆଳୁ ପିଆଜ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରାଯିବ ନାହିଁ ।