ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ ମୁହଁରେ ସିଂଘମ ଫିଲ୍ମ ଡାଇଲଗ, ମଣ୍ଡିରେ ଭ୍ରଷ୍ଟାଚାର ରୋକିବା ପାଇଁ କହିଲେ... - SUPPLIES MINISTER ON PADDY MANDI

ସିଂଘମ ଫିଲ୍ମ ଡାଇଲଗ୍ ଶୁଣାଇ ଉପଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ସହାୟକ ବୈଠକରେ ସହାୟକମାନଙ୍କୁ ସିଂଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ ।

SUPPLIES MINISTER ON PADDY MAND
SUPPLIES MINISTER ON PADDY MAND (ETV Bharat Odisha)

By ETV Bharat Odisha Team

Published : Nov 4, 2024, 9:28 PM IST

ଭୁବନେଶ୍ବର: ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଇଲଗ । ଡାଇଲଗ୍‌ ଶୁଣାଇ ଉପଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଯୋଗାଣ ସହାୟକ ବୈଠକରେ ସହାୟକମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି, 'ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକ୍ତା । ସେହିଭଳି 'ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଏକ ଭି ଭ୍ରଷ୍ଟାଚାର ନେହିଁ ହୋଗା । ଏହାସହ ମହାଭାରତ ଭୀଷ୍ମ ସରଶଯ୍ୟା କଥା କହି ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

SUPPLIES MINISTER ON PADDY MANDI (ETV Bharat Odisha)

ଯୋଗାଣ ସହାୟକ ସଂଘର ବାର୍ଷିକ ବୈଠକ:

ଆଜି ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ବାର୍ଷିକ ବୈଠକ ହୋଇଥିବାବେଳେ ଏଥିରେ ଯୋଗ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହି ଅବସରରେ ଯୋଗାଣ ମନ୍ତ୍ରୀଙ୍କୁ ସେମାନଙ୍କ ଦାବି ଜଣାଇଛି ଯୋଗାଣ ସହାୟକ ସଂଘ । ୧୨ ବର୍ଷ ହେଲା ମାସକୁ ମାତ୍ର ୧୨ ହଜାର ଟଙ୍କାରେ କାମ କରିବା ସମ୍ଭବ ନୁହେଁ ବୋଲି କହିଛି ସଂଘ । ତେଣୁ ଦରମା ବୃଦ୍ଧି ନେଇ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି ସଂଘ କର୍ମକର୍ତ୍ତା । ତେବେ ଦାବି ବାବଦରେ ବିଭାଗ ସହ ଆଲୋଚନା କରି ବିଚାର କରାଯିବ ବୋଲି ମନ୍ତ୍ରୀ ଯୋଗାଣ ସହାୟକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

SUPPLIES MINISTER ON PADDY MANDI (ETV Bharat Odisha)

ମନ୍ତ୍ରୀଙ୍କ ମୁହିଁରେ ସିଙ୍ଘମ ଫିଲ୍ମ ଡାଇଲଗ:

ସେପଟେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି ସିଂଘମ ଡାଇଲଗ । ଯୋଗାଣ ସହାୟକ ବୈଠକରେ ସହାୟକମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ସିଂଘମ ଫିଲ୍ମରେ ଡାଇଲଗ ଅଛି 'ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକେଗା' । ସେହିଭଳି 'ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା' । ଏହାସହ ମହାଭାରତ ଭୀଷ୍ମ ସରଶଯ୍ୟା କାହାଣୀ ଶୁଣାଇ ତାଗିଦ ବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଭୀଷ୍ମ ଶରଶଯ୍ୟା ବେଳେ କୃଷ୍ଣ ତାଙ୍କୁ କହିଥିଲେ, ଆପଣ ଯଦିଓ କିଛି କରି ନଥିଲେ କିନ୍ତୁ ଦ୍ରୌପଦୀ ବସ୍ତ୍ର ହରଣବେଳେ ଆପଣ ଦେଖିଥିଲେ । ସେଥିପାଇଁ ଶାସ୍ତି ଭୋଗୁଛନ୍ତି । ତେଣୁ ଅନ୍ୟାୟ କରୁଥିବା ଲୋକ ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର । କହିଲେ 'ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ଆମେ ଶପଥ ନେଇଛି ଏହି ବିଭାଗକୁ ସ୍ଵଚ୍ଛ କରିବି । ତେଣୁ ଧାନ କିଣାବେଳେ ସହାୟକମାନଙ୍କୁ ସ୍ୱଚ୍ଛତା ରଖିବାକୁ ସହାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

SUPPLIES MINISTER ON PADDY MANDI (ETV Bharat Odisha)
ଦରଦାମ ବୃଦ୍ଧି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ମନ୍ତ୍ରୀକୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଦରଦାମ ନିୟନ୍ତ୍ରଣ ରହିଛି । ଯେଉଁମାନେ ଦରଦାମ ବହୁତ ବଢିଛି ବୋଲି କହୁଛନ୍ତି, ସେମିତି ହୋଇନାହିଁ । ସର୍ବ ଭାରତୀୟ ସ୍ତରରେ ଚାଲିଛି । ଯେଉଁ ସାମଗ୍ରୀ ଗୁଡ଼ିକ ଓଡ଼ିଶାରେ ଉତ୍ପାଦନ ହେଉନାହିଁ ଏବଂ ସେଥିପାଇଁ ଅନ୍ୟ ରାଜ୍ୟ ଉପରେ ଆମେ ନିର୍ଭର କରୁଛନ୍ତି । ସେହି ସବୁ ସାମଗ୍ରୀ ବାହାରୁ ଆଣି ବିକ୍ରି କରାଯାଉଛି । ତେଣୁ ଦରଦାମ ନିୟନ୍ତ୍ରଣ କରିବା ପାଇଁ ବିଭାଗ ପଦକ୍ଷେପ ନେଉଛି । ଦୀର୍ଘ ମିଆଦି ସୂତ୍ରରେ ନିୟନ୍ତ୍ରଣ କରାଯିବ । ଏ ବାବଦରେ ବ୍ୟବସାୟୀ ମହାସଂଘ ସହ ବାରମ୍ବାର ଆଲୋଚନା ହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅ: ମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ


କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା:

କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ମନ୍ତ୍ରୀ କହିଛନ୍ତି, "ଆମ୍ବ ଟାକୁଆ ଏକ ପ୍ରସଙ୍ଗ ନୁହେଁ । ଚାଉଳ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥାଇ ବି ତାଙ୍କର ମୃତ୍ୟୁ ହୋଇଛି । ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ । ସବୁବେଳେ ଖାଆନ୍ତି । ଯେତେ ମନା କଲେ ବି ମାନୁ ନାହାନ୍ତି । ଚାଉଳ ଅଭାବରୁ ମୃତ୍ୟୁ ହୋଇନି । ବାସି ଖାଦ୍ୟ ଖାଇ ମୃତ୍ୟୁ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details