ଓଡିଶା

odisha

ETV Bharat / state

କୋରାପୁଟ ଜିଲ୍ଲା ପ୍ରତିଷ୍ଠା ଦିବସ, ମନ ମୋହିଲା ଓଡ଼ିଆ ପାରମ୍ପରିକ ଖାଦ୍ୟ - food exhibition in koraput - FOOD EXHIBITION IN KORAPUT

Food Exhibition In Koraput: କୋରାପୁଟରେ ଉତ୍କଳ ଦିବସ ଏବଂ କୋରାପୁଟର ଜିଲ୍ଲା ପ୍ରତିଷ୍ଠା ଦିବସ ବହୁ ଆଡମ୍ବରେ ପାଳିତ ହୋଇଯାଇଛି । ଶ୍ରୀଅରବିନ୍ଦପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରଦର୍ଶିତ ହେଲା କୋରାପୁଟଆ ଦେଶୀ ଖାଦ୍ୟର ପସରା । ଅଧିକ ପଢନ୍ତୁ

କୋରାପୁଟ ଜିଲ୍ଲା ପ୍ରତିଷ୍ଠା ଦିବସ, ମନ ମୋହିଲା ଓଡ଼ିଆ ପାରମ୍ପରିକ ଖାଦ୍ୟ
କୋରାପୁଟ ଜିଲ୍ଲା ପ୍ରତିଷ୍ଠା ଦିବସ, ମନ ମୋହିଲା ଓଡ଼ିଆ ପାରମ୍ପରିକ ଖାଦ୍ୟ

By ETV Bharat Odisha Team

Published : Apr 1, 2024, 10:33 PM IST

କୋରାପୁଟ ଜିଲ୍ଲା ପ୍ରତିଷ୍ଠା ଦିବସ, ମନ ମୋହିଲା ଓଡ଼ିଆ ପାରମ୍ପରିକ ଖାଦ୍ୟ

କୋରାପୁଟ: ଆଜି ହେଉଛି ଉତ୍କଳ ଦିବସ ଏବଂ କୋରାପୁଟର ପ୍ରତିଷ୍ଠା ଦିବସ । ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ କୋରାପୁଟରରେ କିଛି ନିଆରା ଢଙ୍ଗରେ ପାଳନ ହୋଇଛି । ଏହି ଅବସରରେ କୋରାପୁଟରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯାଇଛି । ଫାଷ୍ଟ ଫୁଡ଼, ଜଙ୍କ ଫୁଡ଼ ,ପିଜା , ବର୍ଗର , ଗୁପଚୁପ ଭଳି ଚଟପଟା ଖାଦ୍ୟର ରାଜୁତି ଚାଲିଥିବା ବେଳେ କୋରାପୁଟ ସ୍ଥିତ ଶ୍ରୀଅରବିନ୍ଦ ଭବନ ତଥା ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଓଡ଼ିଶା ଦିବସ ପାଳନ ହୋଇଯାଇଛି ।ଏହା ପିଲାଙ୍କ ମଧ୍ୟରେ ପୋଷକ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏକ ନୂତନ ଆଲୋକ ପ୍ରଦାନ କରିଛି ।

ଓଡ଼ିଆ ଘରେ ଭଳିକିଭଳି ଡାଲମା ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ତିଆରି ହୁଏ । ସେଗୁଡିକ ବିଷୟରେ ଜାଣିବା ସହ ତା' ମଧ୍ୟରେ ଥିବା ସ୍ବାଦ ତଥା ପୋଷକ ତତ୍ତ୍ବକୁ ବଜାୟ ରଖିବାର ପ୍ରକ୍ରିୟାରେ ପ୍ରସ୍ତୁତ କରାଗଲେ ପିଲାଏ ପୋଷକତତ୍ତ୍ବ ବିହୀନ ଜଙ୍କଫୁଡ଼ ଖାଇବାରୁ ନିଜକୁ ଦୂରେଇ ରଖି ପାରିବେ ବୋଲି ଏହି କେନ୍ଦ୍ରର ସମ୍ପାଦିକା ସଂଗୀତା ମହାପାତ୍ର କହିଛନ୍ତି । ବିଦ୍ୟାଳରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଦ୍ବାରା ପାରମ୍ପରିକ କାଞ୍ଜି ତୁରାଣୀ ,ପଖାଳ ଠାରୁ ଆରମ୍ଭ କରି ଡାଲମା, ଆରିସା,କାକରା ,ମଣ୍ଡାପିଠା ଭଳି ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ନିଜ ଘରେ ତିଆରି କରାଇ ପ୍ରଦର୍ଶିତ କରିଛନ୍ତି ।

ତେବେ ୧୯୩୬ ମସିହା ଏପ୍ରିଲ ୪ ତାରିଖରେ କୋରାପୁଟ ଜିଲ୍ଲାର ପ୍ରତିଷ୍ଠା ହୋଇଥିଲା । ସେହିଦିନ ଠାରୁ ଆଜିର ଦିନକୁ କୋରାପୁଟ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଆଧୁନିକର ସ୍ପର୍ଶରେ ହଜିଯାଉଥିବା କୋରାପୁଟର ପାରମ୍ପରିକ ଖାଦ୍ୟକୁ ବଞ୍ଚା ଏହାର ମୁଖ୍ୟ ଲକ୍ଷ୍ୟ । ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ବର୍ଣ୍ଣାଲତା ପଟ୍ଟନାୟକ କୋରାପୁଟ ଅଞ୍ଚଳରେ ଆଦୃତ ମାଣ୍ଡିଆ ଓ ସୁଆଁରେ ତିଆରି ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରଦର୍ଶନ କରିଛନ୍ତି । ପୋଷଣ ଯୁକ୍ତ ପାରମ୍ପରିକ ଖାଦ୍ୟ ସେବନ କରିବା ଦ୍ବାରା ପିଲାଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଭଲ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ପଢିବା,ଲେଖିବା,ଜାଣିବା ଓ ମନେ ରଖିବାର ଦକ୍ଷତା ବୃଦ୍ଧି ପାଉଥିବା କେନ୍ଦ୍ରର ସମ୍ପାଦିକା ସଂଗୀତା ମହାପାତ୍ର କହିଛନ୍ତି ।ସେହିପରି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବା ସମୟରେ ଘରେ ତିଆରି ପାରମ୍ପରିକ ଖାଦ୍ୟ ଟିଫିନ ବାକ୍ସ ମଧ୍ୟରେ ଦେବା ପାଇଁ ଅଭିଭାବକଙ୍କୁ ଅନୁରୋଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟକୁ ମଧ୍ୟ ଚାଖିବାର ସୁଯୋଗ ପାଇ ଆନନ୍ଦିତ ହୋଇଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ........ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS

ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟ ରେ ପୌଷ୍ଟିକତା ଭରି ରହିଛି । ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଉପକାରିତା ସମ୍ପର୍କରେ ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ବେଳେ ବଜାରରେ ମଧ୍ୟ ଏହାର ଚାହିଦା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ମିଲେଟ୍ ଜାତୀୟ ଖାଦ୍ୟର ପୋଷକ ତତ୍ତ୍ବ ଅଧିକ ଥିବାବେଳେ କୋରାପୁଟରେ ଉତ୍ପାଦିତ ହେଉଥିବା ଆଦିବାସୀଙ୍କ ଦ୍ଵାରା ପାରମ୍ପରିକ ଭାବେ ସଂରକ୍ଷିତ ମାଣ୍ଡିଆରେ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିବାର ଶକ୍ତି ଥିବା ସହ ପୌଷ୍ଟିକ ଆହାର ଯୋଗାଇବାରେ ସାମର୍ଥ୍ୟ ରହିଛି । କୋରାପୁଟ ଜିଲ୍ଲାର ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟକୁ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହିତ ଏହାର ଗୁଣବତ୍ତାର ସଂରକ୍ଷଣ କରିବା ପାଇଁ ଚାଲିଥିବା ଏହି ସମ୍ମିଳିତ ପ୍ରୟାସ କୋରାପୁଟର ମିଲେଟ ତଥା ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ ବିଶ୍ବ ଦରବାରରେ ଯେ ପ୍ରତିଷ୍ଠିତ କରିବ ସେଥିରେ କୌଣସି ସନ୍ଦେହ ନାହିଁ । ଆଜି ଓଡିଶା ଦିବସକୁ ପାଳନ କରିବା ଉଦେଶ୍ୟରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ସମେତ ଓଡିଶୀ ସଂଗୀତ , ନୃତ୍ୟ ଏବଂ ଭାଗବତ ପାଠ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details