ଓଡିଶା

odisha

ETV Bharat / state

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ, ମତଦାନ ପାଇଁ ଉତ୍ସାହିତ କରୁଛି କୋଟିଆ - Voting In Kotia

First Phase Election In Odisha: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । ଉତ୍ସାହିତ ହୋଇ ମତଦାନ କରୁଛନ୍ତି କୋଟିଆ ଗ୍ରାମ ପଞ୍ଚାୟତବାସୀ । ଅଧିକ ପଢ଼ନ୍ତୁ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ, ମତଦାନ ପାଇଁ ଉତ୍ସାହିତ କରୁଛି କୋଟିଆ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ, ମତଦାନ ପାଇଁ ଉତ୍ସାହିତ କରୁଛି କୋଟିଆ (ETV Bharat Odisha)

By ETV Bharat Odisha Team

Published : May 13, 2024, 5:27 PM IST

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ, ମତଦାନ ପାଇଁ ଉତ୍ସାହିତ କରୁଛି କୋଟିଆ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ 4 ଲୋକସଭା କ୍ଷେତ୍ରରେ ସୁରୁଖୁରୁରେ ଚାଲିଛି ମତଦାନ । ଏହାରି ଭିତରେ କୋରାପୁଟ ଜିଲ୍ଲା କୋଟିଆରେ ମତଦାନକୁ ନେଇ ଦେଖିବାକୁୁ ମିଳିଛି ଉତ୍ସାହ । କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ ହେଉଛି । ଉତ୍ସାହିତ ହୋଇ ମତଦାନ କରୁଛନ୍ତି କୋଟିଆବାସୀ । କୋଟିଆ ଗ୍ରାମ ପଞ୍ଚାୟତରେ ହୋଇଥିବା 9ଟି ବୁଥରେ ମତଦାନ ଅତି ସୁରୁଖୁରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସବୁବେଳେ ଚର୍ଚ୍ଚାରେ ଥିବା କୋରାପୁଟର କୋଟିଆ ଗ୍ରାମ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ମତଦାନ । କୋଟିଆରେ 9ଟି ବୁଥ ହୋଇଥିବା ବେଳେ ସମସ୍ତ ବୁଥରେ ଭୋଟର ଉତ୍ସାହର ସହ ମତଦାନ କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଦିନ 1ଟା ସୁଦ୍ଧା ପଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ କୋଟିଆ ଗ୍ରାମ ପଞ୍ଚାୟତରେ 53.34 ପ୍ରତିଶତ ହୋଇଛି । ସର୍ବାଧିକ ମତଦାନ ପଟାଙ୍ଗୀ ବିଧାନସଭା କ୍ଷେତ୍ରରେ ଥିବା ତଳାକାଣ୍ଟି ପୋଲିଂ ଷ୍ଟେସନ ନଂ 85ରେ ହୋଇଛି । ଏହି ବୁଥରେ 86 ପ୍ରତିଶତ ମତଦାନ ହୋଇଛି । ଏହାସହ ଗୁମେଲପଦର ବୁଥରେ 74 ପ୍ରତିଶତ ମତଦାନ ହୋଇଛି । କୋଟିଆ ପଞ୍ଚାୟତବାସୀ ଆଗ୍ରହର ସହ ମତଦାନ କରୁଛନ୍ତି ।

ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ ରାଜ୍ୟରେ 52.91 ପ୍ରତିଶତ ମତଦାନ ହୋଇଛି । ଗଜପତିରେ 45.29 ପ୍ରତିଶତ, ଗଞ୍ଜାମରେ 44.39 ପ୍ରତିଶତ, କଳାହାଣ୍ଡିରେ 57.91 ପ୍ରତିଶତ, କୋରାପୁଟରେ 53.27 ପ୍ରତିଶତ, ମାଲକାନଗିରିରେ 53.64 ପ୍ରତିଶତ, ନବରଙ୍ଗପୁରରେ 56.76 ପ୍ରତିଶତ, ନୂଆପଡାରେ 58.25 ପ୍ରତିଶତ ଓ ରାୟଗଡାରେ 53.60 ପ୍ରତିଶତ ମତଦାନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ଅପରାହ୍ନ 3ଟା ସୁଦ୍ଧା 52.91% ମତଦାନ - ODISHA ELECTION 2024 FIRST PHASE

ସେପଟେ ଗଞ୍ଜାମ ଜିଲ୍ଲା ଚିକିଟି ବୁଥ ନଂ 74ରେ କାର୍ଯ୍ୟରେ ଅବହେଳା ପାଇଁ ସିଟି GST ଅଫିସର ମାନସ ରଞ୍ଜନ ସେଠିଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି । ବର୍ତ୍ତମାନ ସବୁଠାରେ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଛି । ଏକ ଫେକ ନ୍ୟୁଜ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଏହା ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଏହା ମଧ୍ୟ ପଢ଼ନ୍ତୁ...ନୋ ବୁଥ ନୋ ଭୋଟ ଦାବିରେ ଭୋଟବର୍ଜନ କଲେ ସିର୍ଲିଗୁଡା ଗ୍ରାମବାସୀ - Villagers Boycott Assembly Election

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details