WEATHER UPDATE (ETV BHARAT ODISHA) ଭୁବନେଶ୍ୱର:ଆସନ୍ତାକାଲି (ସୋମବାର) ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । 4 ଲୋକସଭା ଓ 28ଟି ବିଧାନସଭା ଆସନରେ ହେବ ମତଦାନ । ଏହି ସମୟରେ ପାଗ ଅନୁକୂଳ ରହିବ ଓ ନିର୍ବାଚନ ଥିବା ସହରରେ ତାପମାତ୍ରା 40 ଡିଗ୍ରୀ ଭିତରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
Weather Update (ETV BHARAT ODISHA) ଗତକାଲି (ଶନିବାର) ରାଜ୍ୟର 14ଟି ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ କଟକର ବାଙ୍କୀରେ ସର୍ବାଧିକ 108.00 ମିମି ବର୍ଷା ରେକର୍ଡ କରାଯାଇଛି । ଆଜି (ରବିବାର) ବି ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଥିବା ବେଳେ ଆଗାମୀ 3 ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ଓ ଝଡି ତୋଫାନର ସମ୍ଭାବନା ରହିଛି । ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ 30 ରୁ 40 କିମି ରହିବ । ବିଶେଷଭାବେ ଆଜି ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ ।
ଏହା ମଧ୍ୟ ପଢନ୍ତୁ-ବଦଳିବ ପାଗର ମୁଡ୍; ଆଗାମୀ ୫ଦିନ ରାଜ୍ୟରେ କୋହଲା ପାଗ, ଜାରି ରହିବ କାଳବୈଶାଖୀ - Heavy Rainfall For Next 5 days
ଆଗାମୀ 24 ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ତେବେ ଦିନରେ ତାପମାତ୍ରା କମ ରହିବା ସହ ଲଗାଣ କିମ୍ବା ଭାରି ବର୍ଷା ନଥିବା କାରଣରୁ ଲୋକେ ଆସନ୍ତାକାଲି ଭୋଟ ହେବାକୁ ଥିବା ଅଞ୍ଚଳରେ ପାଗ ଅନୁକୂଳ ରହିବ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରଜ୍ୟରେ ବିକ୍ଷିପ୍ତ ବର୍ଷା ହୋଇପାରେ । ତେଣୁ 3ରୁ 4 ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ଗତ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଖରା ସହ ଗରମ ଅନୁଭୂତ ହେଉଥିବା ବେଳେ ନୂଆପଡାରେ ସର୍ବାଧିକ 43.00 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି 4ରୁ 5ଟି ସ୍ଥାନରେ 40 ଡିଗ୍ରୀରୁ ଅଧିକା ତାପମାତ୍ରା ରେକର୍ଡ କରାଯାଇଥିଲା । ଗତକାଲି ରାତିରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର