କଟକ: ଏସସିବି ବଡ଼ ମେଡିକାଲରେ ଅଗ୍ନିନିରାପତ୍ତା ପ୍ରସଙ୍ଗ । ତେବେ ଗତକାଲି ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ପ୍ରସଙ୍ଗକୁ ଅତି ଗୁରୁତ୍ବର ସହ ନେଇଥିଲେ ହାଇକୋର୍ଟ । ଏହି ସମ୍ପର୍କିତ ମାମଲାରେ କୋର୍ଟରେ ବ୍ୟକ୍ତିଗତ ଭାବରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସ ସି ବି ଅଧିକ୍ଷକ ଡ଼ଃ ସୁଧାଂଶୁ ଶେଖର ମିଶ୍ର ଆର ଏଣ୍ଡ ବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ ଆଦି ହାଜର ହୋଇଥିଲେ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଲେ ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ।
ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର କହିଛନ୍ତି, ‘‘ଏହି ମେଡିକାଲ କଲେଜର ଅଧିକାଂଶ ବିଲ୍ଡିଂ ପୁରୁଣା। ବେଳେବେଳେ ତାହାକୁ ପୁନ ନିର୍ମାଣ ମଧ୍ୟ କରାଯାଉଛି। ବର୍ତ୍ତମାନ ଅଗ୍ନିଶମ ଯାଞ୍ଚ ଉପରେ ଯେତିକି ଫୋକସ କରାଯାଉଛି ସେହି ଡ଼ଙ୍ଗରେ ପୂର୍ବରୁ ଯାଞ୍ଚ ନଥିଲା। ଆଗମୀ ଛ ମାସ ମଧ୍ୟରେ ଅଧିକାଂଶ କାର୍ଯ୍ୟ ଶେଷ ହେବ। ଆଉ ଯାହା ହାତ ଗଣତି କାର୍ଯ୍ୟ ରହିବ ତାହା ମଧ୍ୟ ତିନି ମାସ ମଧ୍ୟରେ ଶେଷ କରଯିବ । ଏସସିବି ହେଉଛି ଏକ ବ୍ୟସ୍ତ ବହୁଳ ମେଡିକାଲ । ଯେଉଁଠି ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ତେବେ ରୋଗୀ ସେବା ବାଧାପ୍ରାପ୍ତ ନହୋଇ ଅଗ୍ନି ନିରାପତ୍ତା କାର୍ଯ୍ୟ ଜାରି ରହିବ । ନୂଆ ବିଲଡିଂରେ ଅଗ୍ନି ନିରାପତ୍ତା ନିର୍ମାଣ ସହିତ ରହିବ କିନ୍ତୁ କିଛି ପୁରୁଣା ବିଲଡିଂ ଯେଉଁ ରହିଛି ସେଥିରେ ଅଗ୍ନି ନିରାପତ୍ତା ଦିଗକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।’’