ଓଡିଶା

odisha

ETV Bharat / state

ତାଳଚେର NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Fire Breaks out in NTPC PLANT

Fire breaks out in Talcher NTPC plant: ତାଳଚେର NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । କାରଣ ଅସ୍ପଷ୍ଟ । ପ୍ଲାଣ୍ଟର କନଭେୟର ବେଲ୍ଟରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । କ୍ଷତୟତି ନେଇ ଏବେ ସୁଦ୍ଧା ମିଳିନି ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

NTPC plant
NTPC plant

By ETV Bharat Odisha Team

Published : Apr 6, 2024, 12:34 PM IST

Updated : Apr 6, 2024, 2:22 PM IST

Talcher NTPC plant

ଅନୁଗୋଳ:ଜିଲ୍ଲାର ତାଳଚେର କଣିହାଁ ସ୍ଥିତରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ୨ଟି ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିବା ବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଅନ୍ୟପଟେ ଏନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଏହାମଧ୍ୟ ପଢନ୍ତୁ..କିଟ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ବିଲ୍ଡିଂରେ ଅନେକ ଲୋକ ଫସିଥିବା ଆଶଙ୍କା - Fire Incident In KIIT Square

ସୂଚନା ଅନୁଯାୟୀ, ଆଜି (ଶନିବାର) ସକାଳ ସମୟରେ ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ସ୍ଥିତ ଥର୍ମାଲ ପ୍ଲାଣ୍ଟ୍ NTPC (ନେସନାଲ ଥର୍ମାଲ ପାଓ୍ୱାର କର୍ପୋରେସନ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟରେ ଥିବା କନଭେୟର ବେଲ୍ଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ଉପସ୍ଥିତ କର୍ମଚାରୀମାନେ ଏହାକୁ ଦେଖି ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ନିଆଁ ଲିଭା କାର୍ଯ୍ୟରେ 2 ଦମକଳବାହିନୀ ନିୟୋଜିତ ହୋଇଥିବା ବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଟିମ୍ ।

ଏହାମଧ୍ୟ ପଢନ୍ତୁ.. ବଢୁଛି ତାପମାତ୍ରା, ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ରୋକିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଜାରି - Health Ministry Advisory

ଅଗ୍ନିକାଣ୍ଡର ଭୟାବହ ଏଭଳି ଥିଲା ଯେ ସମଗ୍ର ଅଞ୍ଚଳ ଧୂମାଚ୍ଛନ୍ନ ହୋଇଯାଇଥିଲା । ଦୀର୍ଘ ସମୟ ଧରି ନିଆଁ ହୁତୁହୁତୁ ହୋଇ ଜଳିଉଠିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ କୋଇଲା ଡିପୋରୁ ପ୍ଲାଣ୍ଟକୁ ଯାଇଥିବା କନଭେୟର ବେଲ୍ଟରେ କୌଣସି କାରଣରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପ୍ଲାଣ୍ଟରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଅନ୍ୟପଟେ ଅଗ୍ନିକାଣ୍ଡରେ ଘଟିଥିବା କ୍ଷୟକ୍ଷତି ବାବଦରେ ଏବେସୁଦ୍ଧା କୌଣସି ଆକଳନ ହୋଇନଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମଧ୍ୟ ଏବାବଦରେ କୌଣସି ସ୍ପଷ୍ଟ ସୂଚନା ଏବେ ସୁଦ୍ଧା ଦେଇନାହାନ୍ତି । ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କୌଣସି ଜୀବନହାନୀ ଘଟିନାହିଁ ।

ଇଟିଭି ଭାରତ, ଅନୁଗୋଳ

Last Updated : Apr 6, 2024, 2:22 PM IST

ABOUT THE AUTHOR

...view details