ETV Bharat / technology

ଆପଲ୍‌ ଭିଣ୍ଟେଜ ତାଲିକାରେ ସାମିଲ iPhone XS Max ସହ ଅନେକ ମଡେଲ; ଜାଣନ୍ତୁ କାହିଁକି - APPLE VINTAGE DEVICE LIST

ଲୋକପ୍ରିୟ ଟେକ୍ନୋଲୋଜି କମ୍ପାନୀ ଆପଲ୍‌ iPhone XS Max ଏହାର ଭିଣ୍ଟେଜ ତାଲିକାରେ ସାମିଲ କରିଛି । ଏହି ତାଲିକାରେ କିଛି ୱାଚ୍‌ ମଧ୍ୟ ସାମିଲ । ଅଧିକ ପଢନ୍ତୁ

Apple Store
Apple Store (Credit- Apple)
author img

By ETV Bharat Tech Team

Published : Nov 18, 2024, 1:41 PM IST

ହାଇଦ୍ରାବାଦ: ଆପଲ୍‌ ଏହାର କିଛି ପୁରୁଣା ସ୍ମାର୍ଟଫୋନ ଓ ୱାଚ୍‌ ସିରିଜର ତାଲିକା ଜାରି କରିଛି, ଯାହାକୁ କମ୍ପାନୀ ପୁରୁଣା ମଡେଲ ବୋଲି କହିଛି । ଏହି ତାଲିକାରେ ଏବେ iPhone XS Max ବି ସାମିଲ । ଏହି ଫୋନ 2018ରେ ଲଞ୍ଚ ହୋଇଥିଲା । ଏହସହିତ 2015ରେ ଲଞ୍ଚ ହୋଇଥିବା iPhone 6S Plusକୁ ମଧ୍ୟ ଭିଣ୍ଟେଜ ଡିଭାଇସ ତାଲିକାରେ ସାମିଲ କରାଯାଇଛି । ଖାଲି ସେତିକି ନୁହେଁ Apple Watch Series 2 ମଡେଲ ମଧ୍ୟ ତାଲିକାରେ ସ୍ଥାନିତ ହୋଇଛି ।

Apple Vintage Mobiles
Apple Vintage Mobiles (Credit- Apple)

ଆପଲ୍‌ର ଭିଣ୍ଟେଜ ପ୍ରଡକ୍ଟ କଣ ?

ଆପଲ୍‌ର ୱେବସାଇଟ ମୁତାବକ, ଯଦି କୌଣସି ଆଫୋନ 5ରୁ 7ବର୍ଷ ପୁରୁଣା ହୋଇଯାଏ, ତେବେ ଏହାକୁ ପୁରୁଣା ବା ଭିଣ୍ଟେଜ ଫୋନ ବୋଲି ବିବେଚିତ କରାଯାଏ । ଏବେ ଆପଲ୍‌ର ଏହି ଫୋନକୁ ଭିଣ୍ଟେଜ ଫୋନ ଭାବେ ପରିଗଣିତ କରାଯାଉଛି । ସେଗୁଡି଼କ ହେଲା:

  • ଆଇଫୋନ 4 8ଜିବି (iPhone 4 8GB)
  • ଆଇଫୋନ 5 (iPhone 5)
  • ଆଇଫୋନ 6s ପ୍ଲସ (iPhone 6s Plus)
  • ଆଇଫୋନ SE (iPhone SE)
  • ଆଇଫୋନ 8 ରେଡ୍‌ (iPhone 8 Red)
  • ଆଇଫୋନ 8 ପ୍ଲସ ରେଡ୍‌ (iPhone 8 Plus Red)
  • ଆଇଫୋନ ଏକ୍ସ (iPhone X)
  • ଆଇଫୋନ ଏକ୍ସଏସ ମ୍ୟାକ୍ସ (iPhone XS Max)
Apple Vintage Mobile
Apple Vintage Mobile (Credit- Apple)
ଏହା ବି ପଢନ୍ତୁ
  1. iPhone ଲଭର୍ସଙ୍କୁ ଝଟକା; ସପ୍ତାହେ ଭିତରେ ମିଳିବନି ଏହି 3 ମଡେଲ
  2. Appleକୁ ପଛରେ ଛାଡ଼ିଲା Nvidia; AI ଯୁଗରେ ହେଲା ବିଶ୍ବର ବୃହତ୍ତମ କମ୍ପାନୀ
  3. ରାଜସ୍ବ ସଂଗ୍ରହରେ ଭାରତରେ Appleର ବଡ଼ ରେକର୍ଡ; ଆଉ 4ଟି ଷ୍ଟୋର ଖୋଲିବାକୁ ଘୋଷଣା
  4. ଲାଟେଷ୍ଟ M4 ଚିପ୍‌ ସହ MacBook Pro ଲଞ୍ଚ କଲା ଆପଲ୍‌; ଦାମ ଏତିକି
Apple Vintage Watch Series
Apple Vintage Watch Series (Credit- Apple)

ତାଲିକାରେ କେଉଁ ୱାଚ୍‌ ?

ଆପଲ୍‌ରେ ଭିଣ୍ଟେଜ ତାଲିକାରେ ଆପଲ୍‌ ୱାଚ୍‌ ସିରିଜ-2ର 4ଟି ମଡେଲକୁ ପୁରୁଣା ଡିଭାଇସ ଭାବେ ତାଲିକାରେ ସାମିଲ କରାଯାଇଛି । ସେହି ଘଣ୍ଟାଗୁଡ଼ିକ ହେଉଛି:

  • ଆପଲ୍‌ ୱାଚ୍‌ ସିରିଜ 2, ଆଲୁମିନିୟମ(ଦ୍ବିତୀୟ ଜେନେରେସନ), 38ମିମି
  • ଆପଲ୍‌ ୱାଚ୍‌ ସିରିଜ 2, ଆଲୁମିନିୟମ (ଦ୍ବିତୀୟ ଜେନେରେସନ), 42ମିମି
  • ଆପଲ୍‌ ୱାଚ୍‌ ସିରିଜ 2, ଷ୍ଟେନଲେସ୍‌ ଷ୍ଟିଲ (ଦ୍ବିତୀୟ ଜେନେରେସନ), 38ମିମି
  • ଆପଲ୍‌ ୱାଚ୍‌ ସିରିଜ 2, ଷ୍ଟେନଲେସ୍‌ ଷ୍ଟିଲ (ଦ୍ବିତୀୟ ଜେନେରେସନ), 42ମିମି

ଆପଲ୍‌ର ଭିଣ୍ଟେଜ ପ୍ରଡକ୍ଟ ସମ୍ପର୍କରେ...

ଆମେରିକୀୟ କମ୍ପାନୀ ଆପଲ୍‌ ନିଜର 7ବର୍ଷରୁ ଅଧିକ ପୁରୁଣା ମଡେଲକୁ ଏହି ତାଲିକାରେ ସାମିଲ କରିବା ସହ ଏହାକୁ ଅପ୍ରଚଳିତ ବୋଲି କହିଥାଏ । ଏହାର ଅର୍ଥ କମ୍ପାନୀ ଏହି ପୁରୁଣା ମଡେଲଗୁଡ଼ିକର ମରାମତି କରେ ନାହିଁ କି ଏହି ନିର୍ଦ୍ଦିଷ୍ଟ ଡିଭାଇସଗୁଡ଼ିକ ଲାଗି କୌଣସି ପାର୍ଟ ମଧ୍ୟ ଆଉ ତିଆରି କରେ ନାହିଁ । କିନ୍ତୁ କମ୍ପାନୀର ମ୍ୟାକ୍‌ (Mac) ଲ୍ୟାପଟପ୍‌ ଲାଗି ଏକ ସ୍ବତନ୍ତ୍ର ନିୟମ ରହିଛି । ଯଦି କୌଣସି Mac ଲ୍ୟାପଟପ୍‌ 10ବର୍ଷରୁ ଅଧିକ ପୁରୁଣା, ତେବେ ଏହାର ବ୍ୟାଟେରୀକୁ ବଦଳାଯାଇପାରିବ ଯଦି ଏହାର ପାର୍ଟଗୁଡ଼ିକ ମାର୍କେଟରେ ଉପଲବ୍ଧ ଥିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.