ETV Bharat / entertainment

କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ - EMERGENCY NEW RELEASE DATE

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ବିବାଦୀୟ ଚଳଚ୍ଚିତ୍ର 'ଏମରଜେନ୍ସି' ର ନୂଆ ରିଲିଜ୍ ତାରିଖ ଘୋଷଣା ହୋଇଛି । ଫିଲ୍ମ କେବେ ରିଲିଜ୍ ହେବ ଜାଣନ୍ତୁ?

EMERGENCY NEW RELEASE DATE
EMERGENCY NEW RELEASE DATE (FILM POSTER)
author img

By ETV Bharat Entertainment Team

Published : Nov 18, 2024, 1:45 PM IST

ହାଇଦ୍ରାବାଦ: କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ 'ଏମରଜେନ୍ସି' ପୁଣି ଥରେ ରିଲିଜ୍ ତାରିଖ ପାଇଛି। ଅନେକ ଥର ରିଲିଜରେ ରୋକ ଲାଗିବା ପରେ 'ଏରଜେନ୍ସି' ବର୍ତ୍ତମାନ 2025 ମସିହାରେ ମୁକ୍ତିଲାଭ କରିବାକୁ ଯାଉଛି। କଙ୍ଗନା ରାଣାୱତ ଆଜି 18 ନଭେମ୍ବରରେ ସୋସିଆଲ ମିଡିଆରେ ଆସି ଫିଲ୍ମ 'ଏମରଜେନ୍ସି' ର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଆଲୋଚନା ଏବଂ ବିବାଦରେ ରହିଆସିଥିଲା ଫିଲ୍ମ । ବର୍ତ୍ତମାନ ସିବିଏଫସି ପକ୍ଷରୁ ସାର୍ଟିଫିକେଟ୍ ପାଇବା ପରେ କଙ୍ଗନା ତାଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

'ଏମରଜେନ୍ସି'ର ନୂଆ ରିଲିଜ ତାରିଖ

କଙ୍ଗନା ରାଣାୱତ ଆଜି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ପୋଷ୍ଟରେ 'ଏମରଜେନ୍ସି' ଚଳଚ୍ଚିତ୍ରର ରିଲିଜ ତାରିଖ ଘୋଷଣା କରିଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 17 ଜାନୁୟାରୀ 2025, ଭାରତର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ବଡ କାହାଣୀ ଯିଏ ଭାରତର ଭାଗ୍ୟ ବଦଳାଇ ଦେଇଥିଲେ । ପ୍ରେକ୍ଷାଳୟରେ 'ଏମରେଜେନ୍ସି' ଆସୁଛି। ଫିଲ୍ମର ରିଲିଜ୍ ତାରିଖ ଘୋଷଣା ସହିତ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରାଯାଇଛି।

ଫିଲ୍ମ କାହିଁକି ରିଲିଜ୍ ହେଉନଥିଲା?

'ଏମରଜେନ୍ସି' ଚଳଚ୍ଚିତ୍ରର ଟ୍ରେଲର 14 ଅଗଷ୍ଟ 2024 ରେ ମୁକ୍ତିଲାଭ କରିଥିଲା । ତେବେ ଟ୍ରେଲରକୁ ଦେଖିବା ପରେ ଶିଖ ସମ୍ପ୍ରଦାୟ ନିଜକୁ ଆତଙ୍କବାଦୀଙ୍କ ପ୍ରତିମୂର୍ତ୍ତିରେ ଦେଖି କ୍ରୋଧିତ ହୋଇଥିଲେ ଏବଂ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ କହିବା ସହ କଙ୍ଗନା ଏବଂ ସେନ୍ସର ବୋର୍ଡକୁ ଧମକ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏହି ବିଷୟ ସରଗରମ ହୋଇଗଲା ଏବଂ ପରେ ସେନ୍ସର ବୋର୍ଡ କିଛି ଦୃଶ୍ୟ କାଟିବା ପରେ ଫିଲ୍ମକୁ ଗ୍ରୀନ ସିଗନାଲ୍ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଅଭିନେତ୍ରୀ

କହିରଖୁଛୁ କି, 'ଏମରଜେନ୍ସି' ପ୍ରଥମେ 14 ଜୁନ୍ 2024 ରେ ଏବଂ ପରେ 6 ସେପ୍ଟେମ୍ବର 2024 ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଶିଖ ସମ୍ପ୍ରଦାୟର ଦୃଢ ବିରୋଧ ଯୋଗୁଁ ଏହି ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଶ୍ରେୟସ ତାଲପଡେ, ସତୀଶ କୌଶିକ, ମିଲିନ୍ଦ ସୋମନ ଏବଂ ମହିମା ଚୌଧୁରୀଙ୍କ ସହ ଅନେକ ତାରକା ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.